ଓଡିଶା

odisha

Gujarat Assembly poll: ସରିଲା ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର, ଡିସେମ୍ବର 1ରେ ଭୋଟିଂ

By

Published : Nov 29, 2022, 10:15 PM IST

ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଗୁଜୁରାଟରେ ଶେଷ ହେଲା ପ୍ରଚାର (Gujarat Assembly poll)। ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରିବେ 2,39,76,760 ମତଦାତା । ଭୋଟିଂ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରୁଛି ପ୍ରଶାସନ । ଅଧିକ ପଢନ୍ତୁ

Gujarat Assembly poll: ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ଡିସେମ୍ବର 1ରେ ଭୋଟିଂ
Gujarat Assembly poll: ପ୍ରଥମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର, ଡିସେମ୍ବର 1ରେ ଭୋଟିଂ

ହାଇଦ୍ରାବାଦ:ବହୁ ପ୍ରତୀକ୍ଷିତ ଗୁଜୁରାଟ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ଆଜି ପ୍ରଚାର ଅବଧି ଶେଷ ହୋଇଛି (Gujarat Assembly poll) । ଆସନ୍ତାକାଲି ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମ ବନ୍ଦ ରହିବାକୁ ଥିବାବେଳେ ପରଦିନ ଅର୍ଥାତ ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ପ୍ରାୟତଃ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶେଷ ଦିନରେ ଆରୋପ ପ୍ରତ୍ୟାରୋପ ମଧ୍ୟରେ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର କରିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପାର୍ଟି ମୁଖ୍ୟ ଜେ.ପି ନଡ୍ଡା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ମାରାଥନ ପ୍ରଚାର, ରାଲି ଓ ରୋଡ ଶୋ କରିଥିଲେ । ସେହିପରି କଂଗ୍ରେସ ପାଇଁ ଦଳୀୟ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ପ୍ରଚାର କରିଥିଲେ । ଆମ ଆଦମୀ ପାର୍ଟି ମଧ୍ୟ ଜୋରଦାର ପ୍ରଚାର କରିଥିଲା । ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ପ୍ରମୁଖ ରାଜ୍ୟବ୍ୟାପୀ ପ୍ରଚାର ଓ ରୋଡ ଶୋ କରି ବିଜେପିକୁ ଟାର୍ଗେଟ କରିବା ସହ ଭୋଟ ଭିକ୍ଷା କରିଥିଲେ ।


ବିଜେପି ଦୀର୍ଘ 27ବର୍ଷ ଧରି ଶାସନରେ ଥିବା ବେଳେ କ୍ଷମତା ବଜାୟ ରଖିବା ସହ ପୂର୍ବାପେକ୍ଷା ଅଧିକ ଆସନ ଜିତିବାକୁ ପ୍ରୟାସ କରିଛି । ସେହିପରି ବିରୋଧୀ ଦଳ ଭୂମିକାରେ ଥିବା କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଆଶାବାଦୀ । ପ୍ରଥମ ଥର ଗୁଜୁରାଟ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଆମ ଆଦମୀ ପାର୍ଟି ମଧ୍ୟ ପଞ୍ଜାବ ପରି ଅପ୍ରତ୍ୟାଶିତ କ୍ଷମତା ହାସଲ କରିବାକୁ ଦମ୍ଭୋକ୍ତି ଦେଖାଇଛି (Campaigning ends for first phase of Gujarat)।

ଅନ୍ୟପଟେ ପ୍ରଚାର ଶେଷ ହେବା ସହ ମତଦାନ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଓ ପ୍ରସ୍ତୁତି ମଧ୍ୟ ପ୍ରାୟତଃ ଶେଷ ହୋଇଛି । ଭୋଟିଂ ସରଞ୍ଜାମ ସହ କର୍ମଚାରୀମାନେ ପୋଲିଂ ବୁଥ ଅଭିମୁଖେ ଯିବା ଆରମ୍ଭ କରିଛନ୍ତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ମୋଟ 2,39,76,760 ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଭୋଟିଂ ସମ୍ପର୍କିତ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ରାଜ୍ୟ ପୋଲିସ ବଳ ସହ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ଯବାନ ମଧ୍ୟ ମୁତୟନ ହେବେ । ଡିସେମ୍ବର ପହିଲାରେ ପ୍ରଥମ ପର୍ଯ୍ୟାୟ ଓ 5ରେ ଦ୍ବିତୀୟ ତଥା ଅନ୍ତିମ ପର୍ଯ୍ୟାୟ ଭୋଟିଂ ହେବାକୁ ଯାଉଛି । ସେହିପରି 8 ତାରିଖରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details