ଓଡିଶା

odisha

ପୁଲଓ୍ବାମା ଆକ୍ରମଣରୁ ରାଜନୈତିକ ଫାଇଦା ନେଇଛି BJP, ପ୍ରଧାନମନ୍ତ୍ରୀ ମୋତେ ଚୁପ କରିଥିଲେ: ସତ୍ୟପାଲ ମଲ୍ଲିକ

By ETV Bharat Odisha Team

Published : Oct 25, 2023, 7:34 PM IST

ନିର୍ବାଚନ ପୂର୍ବରୁ ପୁଣି ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଲେ କାଶ୍ମୀର ପୂର୍ବ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । କହିଲେ, ପୁଲଓ୍ବାମା ଆକ୍ରମଣରୁ BJP ନେଇଛି ରାଜନୈତିକ ଫାଇଦା । ପ୍ରଧାନମନ୍ତ୍ରୀ ଚୁପ ରହିବାକୁ କହିଥିଲେ । ଅଧିକ ପଢନ୍ତୁ

ପୁଲଓ୍ବାମା ଆକ୍ରମଣରୁ ରାଜନୈତିକ ଫାଇଦା ନେଇଛି BJP, ପ୍ରଧାନମନ୍ତ୍ରୀ ମତେ ଚୁପ ରହିବାକୁ କହିଥିଲେ: ସତ୍ୟପାଲ ମଲ୍ଲିକ
ପୁଲଓ୍ବାମା ଆକ୍ରମଣରୁ ରାଜନୈତିକ ଫାଇଦା ନେଇଛି BJP, ପ୍ରଧାନମନ୍ତ୍ରୀ ମତେ ଚୁପ ରହିବାକୁ କହିଥିଲେ: ସତ୍ୟପାଲ ମଲ୍ଲିକ

ନୂଆଦିଲ୍ଲୀ:ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଲଓ୍ବାମା ଆତଙ୍କୀ ଆକ୍ରମଣ ସମେତ ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ଟାର୍ଗେଟ କରିଆସିଥିବା କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ପୁଣି ଥରେ ଏକାଧିକ ପ୍ରସଙ୍ଗରେ ମୋଦି ସରକାରକୁ ଟାର୍ଗେଟ କରିଛନ୍ତି । ଚଳିତ ବର୍ଷ ଶେଷ ସୁଦ୍ଧା 5 ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଆସନ୍ତା ବର୍ଷ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ଥିବା ବେଳେ ଏବେ ପୁଣି ସତ୍ୟପାଳ ମଲ୍ଲିକ ବିଜେପି ଉପରେ ସାଙ୍ଘାତିକ ଅଭିଯୋଗ ସହ ବର୍ଷିଛନ୍ତି ।

2019 ପୁଲଓ୍ବାମା ଆକ୍ରମଣକୁ ଭାରତୀୟ ଜନତା ପାର୍ଟି ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିଛି । ସେ ସେତେବେଳେ କାଶ୍ମୀରର ରାଜ୍ୟପାଳ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ତାଙ୍କୁ ଏହି ପ୍ରସଙ୍ଗରେ ଚୁପ ରହିବାକୁ କହିଥିଲେ ବୋଲି ସତ୍ୟପାଲ କହିଛନ୍ତି । ଆଜି ସତ୍ୟପାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଏକ ସାକ୍ଷାତକାରରେ ପୁଲଓ୍ବାମା ଆକ୍ରମଣ ସମେତ, ମଣିପୁର ହିଂସା ଓ ଆଦାନୀ ପ୍ରସଙ୍ଗରେ ଏକାଧିକ ସଙ୍ଗୀନ ଆରୋପ ଆଣିବା ସହ ବିସ୍ଫୋରକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି ।

ରାହୁଲଙ୍କ ସହ ବାର୍ତ୍ତାଳାପରେ ସତ୍ୟପାଲ କହିଛନ୍ତି, କାଶ୍ମୀର ପ୍ରସଙ୍ଗର ସମାଧାନ କେବେ ଫୋର୍ସ ମୁତୟନ କରି ହୋଇପାରିବ ନାହିଁ, ବରଂ କାଶ୍ମୀରବାସୀଙ୍କ ବଶ୍ବାସ ଜିତିବାକୁ ପଡିବ । ସେହିପରି କାଶ୍ମୀର ବିଭାଜନ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନ କରାଯିବା ପ୍ରସଙ୍ଗରେ ସତ୍ୟପାଲ କହିଛନ୍ତି, ଶିଘ୍ର କାଶ୍ମୀରର ରାଜ୍ୟପାହ୍ୟା ପୁନଃସ୍ଥାପିତ କରାଯିବାର ଆବଶ୍ୟକତା ରହିଛି । ଏହା ସହ ସେଠାରେ ଶିଘ୍ର ନିର୍ବାଚନ ମଧ୍ୟ କରାଯିବାର ଆବଶ୍ୟକତା ଥିବା ମନ୍ତବ୍ୟକୁ ସେ ଦୋହରାଇଛନ୍ତି ।

2019 ମସିହାରେ ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତ୍ମଘାତୀ ଆତଙ୍କୀ ଆକ୍ରମଣରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର 40 ଯବାନ ଶହୀଦ ହୋଇଥିଲେ । ସେତେବେଳେ କାଶ୍ମୀରର ରାଜ୍ୟପାଳ ଥିବା ସତ୍ୟପାଲ କହିଛନ୍ତି, ସିଆରପିଏଫ କେନ୍ଦ୍ରକୁ ବିମାନ ମାଗିଥିଲା । ହେଲେ କେନ୍ଦ୍ର ଏହି ନିଷ୍ପତ୍ତିକୁ ଝୁଲାଇ ରଖିଥିଲା । ସେମାନେ 5 ଟି ବିମାନ ମାଗିଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ 4 ମାସ ଧରି ଏହି ଆବେଦନକୁ ଝୁଲାଇ ରଖିଥିଲା । ଏହି ଆକ୍ରମଣ ସରକାର କରାଇଥିବା ବୋଲି ମଧ୍ୟ ସେ କହିନାହାନ୍ତି, ବରଂ ଏହି ଆକ୍ରମଣ ପରେ ଶାସନରେ ଥିବା ବିଜେପି ରାଜନୈତିକ ଫାଇଦା ନେଇଛି ବୋଲି କହିଛନ୍ତି । ଆକ୍ରମଣ ହେବାର ମାତ୍ର କିଛି ଦିନ ମଧ୍ୟରେ ବିଜେପି ନେତାମାନେ ପୁଲଓ୍ବାମା ଶହୀଦଙ୍କ ନାମରେ ଭୋଟ ମଧ୍ୟ ମାଗିଥିଲେ ବୋଲି ସତ୍ୟପାଲ କହିଛନ୍ତି ।

ଏହି ଆକ୍ରମଣର ଘଟଣାର ପୁରା କାହାଣୀ ବର୍ଣ୍ଣନା କରି ସତ୍ୟପାଲ କହିଛନ୍ତି, 2019 ରେ ଏହି ଆକ୍ରମଣ ହେବା ଦିନ ପ୍ରଧାନମନ୍ତ୍ରୀ ଜିମ କାର୍ବେଟ ଜାତୀୟ ଉଦ୍ୟାନରେ ଏକ କାର୍ଯ୍ୟକ୍ରମ ସୁଟିଂରେ ବ୍ୟସ୍ତ ଥିଲେ । ସେ ଏହି ଘଟଣା ସମ୍ପର୍କରେ ତାଙ୍କୁ ଫୋନ କରି ସୂଚନା ଦେଲେ । ଏହି ଘଟଣା ସରକାରୀ ଓ ପ୍ରଶାସନିକ ଦାୟିତ୍ବହିନତା ପାଇଁ ଘଟିଛି ବୋଲି ସତ୍ୟପାଲ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ତାଙ୍କୁ ଚୁପ ରହିବାକୁ କହିଥିଲେ । ପରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ମଧ୍ୟ ସତ୍ୟପାଲଙ୍କୁ ଫୋନ କରି ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନଦେଇ ଚୁପ ରହିବାକୁ କହିଥିଲେ । ସତ୍ୟପାଲ ଭାବିଥିଲେ, ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଆକ୍ରମଣର ତଦନ୍ତ କରିବେ । ମାତ୍ର ପରବର୍ତ୍ତୀ ସମୟରେ ସେପରି କିଛି ହୋଇନଥିଲା ବୋଲି ସତ୍ୟପାଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଇଣ୍ଡିଆ ପରିବର୍ତ୍ତେ ଭାରତ ପଢିବେ ଛାତ୍ରଛାତ୍ରୀ, NCERT ପ୍ୟାନେଲ କଲା ସୁପାରିଶ

ସେହିପରି ମଣିପୁର ହିଂସା ପ୍ରସଙ୍ଗରେ ମଧ୍ୟ ସତ୍ୟପାଲ ବିଜେପି ସରକାରର କାର୍ଯ୍ୟଦକ୍ଷତା ଓ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଉପରେ ବର୍ଷିଛନ୍ତି । ସ୍ଥାନୀୟ ବିରେନ ସିଂ ସରକାର ହିଂସା ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ । ମୁଖ୍ୟମନ୍ତ୍ରୀଙ୍କୁ ବରଖାସ୍ତ କରାଯିବା କଥା । ହେଲେ କେନ୍ଦ୍ର ସରକାର ସେପରି କିଛି କଲେ ନାହିଁ । ଏବେ ମୋଦି ସରକାର ‘ମେଗାଲୋମାନିଆ’ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଯାହାର ଅର୍ଥ ହେଉଛି, ପ୍ରତ୍ୟେକ ଛୋଟ ଘଟଣାକୁ ଅତିରଞ୍ଜିତ ଭାବେ ଲୋକଙ୍କ ସାମ୍ନାରେ ଉପସ୍ଥାପନ କରାଯାଉଛି । ତେବେ ସେ ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିବା ଫଳରେ ତାଙ୍କୁ ମଧ୍ୟ ଜେରାର ସମ୍ମୁଖୀନ ହେବାକୁ ପଡିଛି ବୋଲି ମଧ୍ୟ କହିଛନ୍ତି ସତ୍ୟପାଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details