ଓଡିଶା

odisha

BJP Sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ମୋଦି-ଶାହ

By

Published : Dec 8, 2022, 2:32 PM IST

ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ (Bhupendra Patel wins in Gujarat)। ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାଜ୍ୟ ବିଜେପି ଅଧ୍ୟକ୍ଷ ସି.ଆର ପାଟିଲଙ୍କ ସୂଚନା । ଅଧିକ ପଢନ୍ତୁ

BJP sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ପ୍ରଧାନମନ୍ତ୍ରୀ
BJP sweeps Gujarat: ସୋମବାର ଶପଥ ନେବେ ଭୂପେନ୍ଦ୍ର ପଟେଲ, ସାମିଲ ହେବେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ:ଗୁଜୁରାଟରେ ପ୍ରଚଣ୍ଡ ବହୁମତ ସହ 6ଷ୍ଠ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି (Bhupendra Patel wins in Gujarat) । ସୋମବାର (12 ତାରିଖ) ରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଶପଥ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ (Gujarat new cm oath ceremony)। ଏନେଇ ରଜ୍ୟ ବିଜେପି ଅଧ୍ୟକ୍ଷ ସି.ଆର ପାଟିଲ ସୂଚନା ଦେଇଛନ୍ତି । ବିଜେପିର ଐତିହାସିକ ସଫଳତା ପରେ ଭୂପେନ୍ଦ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ପୂର୍ବରୁ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଘୋଷଣା କରିସାରିଛି ।

ଫଳାଫଳ ପରେ ଭୂପେନ୍ଦ୍ର ପଟେଲ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିଛନ୍ତି । ଲୋକେ ବିକାଶର ଧାରାକୁ ଭୋଟ ଦେଇଛନ୍ତି । ଦଳ ଜନମତକୁ ସମ୍ମାନ ଦେଉଛନ୍ତି । ଲୋକଙ୍କ ପାଇଁ ପୂର୍ବ ପରି ବିକାଶମୂଳକ କାର୍ଯ୍ୟର ଧାରା ଜାରି ରହିବ । ବିଜେପିର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଜନସେବା ପାଇଁ ସମର୍ପିତ ବୋଲି ପଟେଲ କହିଛନ୍ତି ।

ଗାନ୍ଧି ନଗର ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ପଟିଦାର ବହୁଳ ଆସନ ଘାଟଲୋଡିଆ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ । 2017ରେ ମଧ୍ୟ ସେ ଏହି ଆସନରେ ପ୍ରଥମ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ତାଙ୍କର ବ୍ୟବଧାନ ଥିଲା ପ୍ରାୟ 1ଲକ୍ଷ 17ହଜାର ଭୋଟ । ପ୍ରଥମ ଥର ନିର୍ବାଚିତ ହୋଇଥିବା ସତ୍ତ୍ବେ ମଧ୍ୟ 2021 ସେପ୍ଟେମ୍ବରରେ ବିଜୟ ରୁପାନୀଙ୍କୁ ହଟାଇ ଭୂପେନ୍ଦ୍ର ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ତେବେ ଚଳିତ ନିର୍ବାଚନରେ ସେ ଦ୍ବିତୀୟ ଥର ନିର୍ବାଚନ ଲଢୁଥିବା ବେଳେ ଚଳିତ ଥର ମଧ୍ୟ ସେ ହିଁ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ଘୋଷଣା କରିସାରିଥିଲା । ଆଜି ରାଜ୍ୟରେ ଦଳ ଐତିହାସିକ ବିଜୟ ଲାଭ କରିବା ସହ ପଟେଲ 2.0 ସରକାର ଆରମ୍ଭ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details