ଓଡିଶା

odisha

ପାକିସ୍ତାନରୁ ଆସି ଭାରତର ଚିନ୍ତା ବଢାଇଲେ ପଙ୍ଗପାଳ, 35 ହଜାର ଚାଷୀ ପ୍ରଭାବିତ

By

Published : May 27, 2020, 11:07 AM IST

locust
ପାକିସ୍ତାନରୁ ଆସୁଥିବା ପଙ୍ଗପାଳ ବଢାଇଲା ଚିନ୍ତା

27 ବର୍ଷ ପରେ ପଙ୍ଗପାଳ ପୁଣି ଦେଶ ଉପରେ ଆକ୍ରମଣ କରିଛନ୍ତି। ପାକିସ୍ତାନ ଦେଇ ଭାରତରେ ପ୍ରବେଶ କରୁଥିବା ଲକ୍ଷ ଲକ୍ଷ ପଙ୍ଗପାଳ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି।

ନୂଆଦିଲ୍ଲୀ: 27 ବର୍ଷ ପରେ ପଙ୍ଗପାଳ ପୁଣି ଦେଶ ଉପରେ ଆକ୍ରମଣ କରିଛନ୍ତି। ପାକିସ୍ତାନ ଦେଇ ଭାରତରେ ପ୍ରବେଶ କରୁଥିବା ଲକ୍ଷ ଲକ୍ଷ ପଙ୍ଗପାଳ ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। ମଧ୍ୟପ୍ରଦେଶର ସତନାରେ ପଙ୍ଗପାଳ ଦଳକୁ ହଟାଇବା ପାଇଁ ଅଗ୍ନିଶମ ବାହିନୀ ସାହାଯ୍ୟରେ କ୍ଷେତ ଓ ଗଛରେ ଏହି ଔଷଧ ସିଞ୍ଚନ କରାଯାଉଛି।

ସତନାରେ 80 ଲିଟର କୀଟନାଶକ ଓ 4 ଟି ଅଗ୍ନିଶମ ବାହିନୀକୁ ସାହାଯ୍ୟ ନିଆଯାଇଥିଲା। ଜବଲପୁରରେ କୃଷକମାନେ ଏକ ଇସ୍ପାତ କ୍ୟାଣ୍ଟର ବଜାଇ ପଙ୍ଗପାଳ ଗୋଡାଉଥିବାର ମଧ୍ୟ ନଜର ଆସିଥିଲେ। ଉତ୍ତରପ୍ରଦେଶର ହାମିରପୁରରେ କୃଷକଙ୍କ ଏହି ବିପର୍ଯ୍ୟସ୍ତ ଫସଲ ଉପରେ ପଙ୍ଗପାଳ ଆକ୍ରମଣ ହେବାର ଆଶଙ୍କା ରହିଛି। ଆକାଶରେ ବୁଲୁଥିବା ଏହି ଲକ୍ଷ ଲକ୍ଷ ପଙ୍ଗପାଳରୁ ଫସଲକୁ ରକ୍ଷା କରିବା ଏକ ବଡ ଆହ୍ବାନ । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପଙ୍ଗପାଳ ଆକ୍ରମଣକୁ ନେଇ ସରକାର ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜାଲୁନ୍, ବୃନ୍ଦା, ଚିତ୍ରକୋଟ, ମହୋବାରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି।

ରାଜସ୍ଥାନର ପ୍ରତାପଗଡ ଓ ଜୟପୁରରେ ପଙ୍ଗପାଳ ମଧ୍ୟ ଆକ୍ରମଣ କରିଛନ୍ତି। ଏହି ପଙ୍ଗପାଳ ପିପାଲଖଣ୍ଟ, ଧରିଆବାଦ ଓ ଛୋଟୀ ସାଦାଡି ଅଞ୍ଚଳର ଅନେକ ଗାଁର ଚାଷୀଙ୍କୁ କ୍ଷତି ପହଞ୍ଚାଇଛି। ପ୍ରତାପଗଡରେ କେବେବି କୀଟ ଆକ୍ରମଣ କରିନଥିବା ବେଳେ ବର୍ତ୍ତମାନ ଏହା ବୈଜ୍ଞାନିକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା 37 ହଜାର ହେକ୍ଟରରୁ ଅଧିକ ଜମିରେ ଲଗାଯାଇଥିବା ଫସଲ ନଷ୍ଟ ହୋଇଯାଇଛି ।

ଏହିପରି ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ପଙ୍ଗପାଳ ଆକ୍ରମଣ ଯୋଗୁଁ 1 ଲକ୍ଷ 25 ହଜାର ଏକର କୃଷି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଛି। 4 କୋଟି ପଙ୍ଗପାଳର ଏକ ଦଳ 35 ହଜାର ଚାଷୀଙ୍କ ଶସ୍ୟ ଖାଇ ପାରିବେ । 1993 ପରେ ଭାରତରେ ପଙ୍ଗପାଳର ଏହା ହେଉଛି ସବୁଠାରୁ ବଡ ଆକ୍ରମଣ। ସେଥିପାଇଁ ପାକିସ୍ତାନରୁ ଆସୁଥିବା ପଙ୍ଗପାଳ ଦଳ ଭାରତ ପାଇଁ ଏକ ବଡ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ABOUT THE AUTHOR

...view details