ହାଇଦ୍ରାବାଦ: 4ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ସଂଧ୍ୟାରେ ସଂଖ୍ୟା ବହୁମତ ସ୍ପଷ୍ଟ ହେବା ପରେ ତମାମ ପାର୍ଟିର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ଫଳାଫଳରେ ଜନତାଙ୍କ ଆଶୀର୍ବାଦ ପାଇଥିବା ଦଳମାନେ ଏବେ ସରକାର ଗଠନ କରିବାକୁ ଅଣ୍ଟା ଭିଡୁଥିବା ବେଳେ ଆତ୍ମସମୀକ୍ଷା କରୁଛନ୍ତି ପ୍ରତ୍ୟାଖାନ ହୋଇଥିବା ଦଳ ।
ଏହି 4 ଟି ରାଜ୍ୟରେ ମୁଖ୍ୟତଃ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କଂଗ୍ରେସ କେବଳ ତେଲଙ୍ଗାନାରେ କ୍ଷମତା ହାସଲ କରିଥିବା ବେଳେ ବିଜେପି ଅବଶିଷ୍ଟ 3 ରାଜ୍ୟ ଛତିଶଗଡ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କ୍ଷମତା ଦଖଲ କରିଛି । କଂଗ୍ରେସ ଷ୍ଟାର କ୍ୟାମ୍ପନେର ରାହୁଲ ଗାନ୍ଧୀ ଏହି ଫଳାଫଳକୁ ସ୍ବୀକାର କରୁଥିବା ଓ ଆଦର୍ଶବାଦ ଲଢେଇ ଜାରି ରହିବା ନେଇ ପ୍ରତିକ୍ରିୟା ରଖିଛନ୍ତି ।
ଟ୍ବିଟ୍ କରି ରାହୁଲ କହିଛନ୍ତି,‘‘ମଧ୍ୟ ପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନର ଜନାଦେଶକୁ ଆମେ ବିନମ୍ରତାର ସହ ଗ୍ରହଣ କରୁଛୁ । ଆଦର୍ଶବାଦର ଲଢେଇ ଜାରି ରହିବ । ମୁଁ ତେଲେଙ୍ଗାନାବାସୀ ନିକଟରେ କୃତଜ୍ଞ । ଆମେ ନିଶ୍ଚିତ ଭାବେ ପ୍ରଜାଳୁ ତେଲେଙ୍ଗାନା ନିର୍ମାଣ କରିବା ଦିଗରେ ନିଜର ପ୍ରତିଶୃତି ପୂରଣ କରିବୁ । ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ପରିଶ୍ରମ ଓ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ ।’’