ଓଡିଶା

odisha

ARMY DAY: ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କଲେ ସେନା ମୁଖ୍ୟ

By

Published : Jan 15, 2022, 3:44 PM IST

armed forces chiefs pay tribute at national war memorial in delhi on army day
ଜାତୀୟ ଯୁଦ୍ଧ ସ୍ମାରକୀ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କଲେ ସେନା ମୁଖ୍ୟ ()

ଆଜି ସେନା ଦିବସ ପାଳନ ଅବସରରେ ଦିଲ୍ଲୀର ଯୁଦ୍ଧ ସ୍ମାରକୀ ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ଯୋଗ ଦେଇଥିଲେ ସ୍ଥଳସେନା ମୁଖ୍ୟ ଏମଏମ ନରଭାଣେ । ଅଧିକ ପଢ଼ନ୍ତୁ

ନୂଆଦିଲ୍ଲୀ: ଆଜି ସେନା ଦିବସ ପାଳନ ଅବସରରେ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀ ନିଟକରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଏମଏମ ନରଭାଣେ ଯୋଗ ଦେଇଥିଲେ । ତାଙ୍କ ସହ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀ ଓ ନୌସେନା ମୁଖ୍ୟ ଆଡମିରାଲ ଆର୍ ହରି କୁମାର ମଧ୍ୟ ଉପସ୍ଥିତ ରହିଥିଲେ । ସଶସ୍ତ୍ର ବାହିନୀର ମୁଖ୍ୟମାନେ ମଧ୍ୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଦେଶରେ ବୀର ଯବାନଙ୍କ ପାଇଁ ପାଳନ କରାଯାଉଥିବା ଏହି ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ବିଟ କରି ଲେଖିଛନ୍ତି ଯେ "ଆମର ସାହାସୀ ସୈନିକ ଓ ସେମାନଙ୍କ ପରିବାର ବର୍ଗଙ୍କୁ ସେନା ଦିବସ ଅବସରରେ ମୋର ଶୁଭେଚ୍ଛା ଓ ଶୁଭକାମନା । ଭାରତୀୟ ସେନାଙ୍କ ପାଇଁ ଆମେ ଆଜି ଗର୍ବିତ" ।

ସେହିଭଳି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ବୀରପୁତ୍ରମାନଙ୍କୁ ସେନା ଦିବସ ଅବସରରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।"ସେନା ଦିବସରେ ସେନା କର୍ମଚାରୀ ଏବଂ ଭେଟେରାନ ମାନଙ୍କୁ ଶୁଭେଚ୍ଛା। ଜାତୀୟ ସୁରକ୍ଷା ପାଇଁ ଭାରତୀୟ ସେନା ପ୍ରମୁଖ ଭୂମିକା ଗ୍ରହଣ କରିଛି। ସୀମା ରକ୍ଷା ତଥା ଶାନ୍ତି ବଜାୟ ରଖିବାରେ ଆମର ସେନା ଅନେକ ବଳିଦାନ ଏବଂ ବୀରତ୍ବ ପ୍ରଦର୍ଶନ କରିଛନ୍ତି। ଆପଣଙ୍କ ସେବା ପାଇଁ ଦେଶ କୃତଜ୍ଞ, ଜୟ ହିନ୍ଦ" । ସେହିପରି ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଭାରତୀୟ ସେନାର କର୍ମଚାରୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

@ANI

ABOUT THE AUTHOR

...view details