ଓଡିଶା

odisha

ମୋଦି ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇଛନ୍ତି କହି ରାଜସ୍ଥାନରେ ଭୋଟ ମାଗିଲେ ଶାହ

By ETV Bharat Odisha Team

Published : Nov 22, 2023, 4:06 PM IST

ଚନ୍ଦ୍ରଯାନ ମୋଦିଙ୍କ ସଫଳତା କହି ରାଜସ୍ଥାନରେ ଭୋଟ ମାଗିଲେ ଶାହ (Amit Shah political rally)। ଆସନ୍ତକାଲି ଶେଷ ହେଉଛି ପ୍ରଚାର । 25ରେ ଭୋଟିଂ । ଅଧିକ ପଢନ୍ତୁ

ମୋଦି ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇଛନ୍ତି କହି ରାଜସ୍ଥାନରେ ଭୋଟ ମାଗିଲେ ଶାହ
ମୋଦି ଚନ୍ଦ୍ରପୃଷ୍ଠରେ ତ୍ରିରଙ୍ଗା ଉଡାଇଛନ୍ତି କହି ରାଜସ୍ଥାନରେ ଭୋଟ ମାଗିଲେ ଶାହ

ଅମିତ ଶାହ

ଜୟପୁର: ମତଦାନ ପାଇଁ ଆଉ ଦୁଇ ଦିନ ବାକିଥିବା ବେଳେ କ୍ୟାମ୍ପେନିଂରେ କମ୍ପୁଛି ରାଜସ୍ଥାନ । ଶାସକ କଂଗ୍ରେସ ଓ ବିରୋଧୀ ବିଜେପି ମଧ୍ୟରେ କଡା ଟକ୍କର ହେଉଥିବା ବେଳେ ଉଭୟ ଦଳ ଘମାଘୋଟ ପ୍ରଚାର ଜାରି ରଖିଛନ୍ତି । ଏହାରି ମଧ୍ୟରେ ନିର୍ବାଚନୀ ସଭାମଞ୍ଚରେ ଶୁଣିବାକୁ ମିଳିଛି ଐତିହାସିକ ଚନ୍ଦ୍ରଯାନର ସଫଳତା । ଏହି ସଫଳତାକୁ ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ବ ସହ ଯୋଡି ଭୋଟ ମାଗିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୋଦିଙ୍କୁ ପ୍ରଧାନମନ୍ତ୍ରୀ ନିର୍ବାଚିତ କରାଯାଇ ଥିବାରୁ ଭାରତର ତ୍ରିରଙ୍ଗା ଚନ୍ଦ୍ରପୃଷ୍ଠରେ ଉଡିଲା ବୋଲି ନିଜ ନିର୍ବାଚନୀ ସମ୍ବୋଧନରେ ଶାହ କହିଛନ୍ତି ।

ଆଜି (ବୁଧବାର) ରାଜସ୍ଥାନ ପାଲିରେ ଏକ ବିଶାଳ ନିର୍ବାଚନୀ ସଭାକୁ ଶାହ ସମ୍ବୋଧିତ କରିଛନ୍ତି । ମୋଦିଙ୍କ ନେତୃତ୍ବରେ କେନ୍ଦ୍ରର ଭାରତୀୟ ଜନତା ପାର୍ଟି ସରକାର ଆସିବା ପରେ ମିଳିଥିବା ଉପଲବ୍ଧିର ଏକ ଲମ୍ବା ଚିଠା ଜନତାଙ୍କ ଆଗରେ ରଖିଛନ୍ତି ଶାହ । ଶାହ କହିଛନ୍ତି,‘‘ରାଜସ୍ଥାନ 25 ରୁ 24 ସଂସଦୀୟ ଆସନରେ ମୋଦିଙ୍କୁ ଜିତାଇ ପ୍ରଧାନମନ୍ତ୍ରୀ କଲା । ସେଥିପାଇଁ ଚନ୍ଦ୍ରପୃଷ୍ଠରେ ଭାରତର ତ୍ରିରଙ୍ଗାକୁ ଉଡାଇବାର କାର୍ଯ୍ୟ ମୋଦି ଚନ୍ଦ୍ରଯାନ ଜରିଆରେ କଲେ । ସେହିପରି ମୋଦି କର୍ତ୍ତବ୍ୟପଥ ନିର୍ମାଣ କଲେ । ଜି-20 ସମ୍ମିଳନୀ ଆୟୋଜନ କରି ଭାରତର କୂଟନୈତିକ ସାମର୍ଥ୍ୟକୁ ବିଶ୍ବରେ ପହଞ୍ଚାଇଲେ । ନୂତନ ସଂସଦ ଭବନ ନିର୍ମାଣ କଲେ । ଭାରତର ଅର୍ଥବ୍ୟବସ୍ଥା 11ତମ ସ୍ଥାନରେ ଥିବା ବେଳେ ଏହାକୁ 5 ନମ୍ବର ସ୍ଥାନକୁ ଆଣି ଦେଶକୁ ସମୃଦ୍ଧ କରିବାର କାର୍ଯ୍ୟ ମୋଦିଜୀ ହିଁ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆଦିବାସୀ ପ୍ରସଙ୍ଗରେ ବିଧାନସଭା ଅଚଳ: ବିଜେଡିର ଜବାବ "ତୁଚ୍ଛା ରାଜନୀତି କରୁଛନ୍ତି ବିରୋଧୀ"

ତେବେ ଚଳିତ 25 ତାରିଖରେ ଭୋଟିଂ ହେବାକୁ ଯାଉଥିବା ରାଜସ୍ଥାନରେ ଆସନ୍ତାକାଲି (ଗୁରୁବାର) ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ଭାରତୀୟ ଜନତା ପାର୍ଟିରୁ ଦଳର ସବୁଠୁ ବଡ ଚେହେରା ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ପ୍ରଚାରରେ ଲାଗିଛନ୍ତି । ଶାସନରେ ଥିବା କଂଗ୍ରେସ ମଧ୍ୟ ପ୍ରଚାରରେ ପଛରେ ନାହିଁ । ଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡେଗ, ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଜାତୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ତମାମ ପ୍ରଦେଶ ନେତା ପ୍ରମୁଖ ପ୍ରଚାରରେ ଲାଗିଛନ୍ତି । 25 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ଶେଷ ହେବା ପରେ ଆସନ୍ତାମାସ (ଡିସେମ୍ବର) 3 ତାରିଖରେ ଅନ୍ୟ 4 ରାଜ୍ୟ ସହ ମତଗଣନା ଓ ଫଳାଫଳ ପ୍ରକାଶ ପାଇବ । ଏଠାରେ ଉଭୟ ଜାତୀୟ ଦଳ ମଧ୍ୟରେ କଡା ଟକ୍କର ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details