ଓଡିଶା

odisha

ପଞ୍ଜାବରେ ପାୱର ସୋ ପରେ ଏହି ୨ ରାଜ୍ୟ ଉପରେ AAPର ନଜର

By

Published : Mar 11, 2022, 12:45 PM IST

ପଞ୍ଜାବରେ ଫୁଲ ପାୱାରରେ ଅଛି ଆପ୍ । ପଞ୍ଜାବ ମାଟିରେ ଆପର ପଞ୍ଚରେ ଟଳିଛନ୍ତି ବହୁ ବଡବଡ ରାଜନେତା । ସମସ୍ତଙ୍କ ସ୍ବପ୍ନକୁ ଚୂରମାର କରିଦେଇଛି ଆମ ଆଦମି ପାର୍ଟି। ଝାଡୁ ଝଡରେ ଝଡି ଯାଇଛନ୍ତି ହେବିୱେଟ ନେତା । ଅଧିକ ପଢନ୍ତୁ

ପଞ୍ଜାବରେ ପାୱର ସୋ ପରେ ଏହି ୨ ରାଜ୍ୟର ଉପରେ  AAPର ନଜର
ପଞ୍ଜାବରେ ପାୱର ସୋ ପରେ ଏହି ୨ ରାଜ୍ୟର ଉପରେ AAPର ନଜର

ନୂଆଦିଲ୍ଲୀ: ପଞ୍ଜାବରେ ଫୁଲ ପାୱାରରେ ଅଛି ଆପ୍ । ପଞ୍ଜାବ ମାଟିରେ ଆପର ପଞ୍ଚରେ ଟଳିଛନ୍ତି ବହୁ ବଡ ବଡ ରାଜନେତା । ସମସ୍ତଙ୍କ ସ୍ବପ୍ନକୁ ଚୂରମାର କରିଦେଇଛି ଆମ ଆଦମି ପାର୍ଟି। ଝାଡୁ ଝଡରେ ଝଡି ଯାଇଛନ୍ତି ହେବିୱେଟ ନେତା । ପଞ୍ଜାବରେ ଆପ୍‌ର ଅଦ୍ଭୂତରୂପ ସଫଳତା ପରେ ସବୁଆଡେ କେଜ୍ରିୱାଲଙ୍କ ଆଗାମୀ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଦିଲ୍ଲୀ ଓ ପଞ୍ଜାବରେ ଆପ ସରକାର ଗଠନ କରିବାକୁ ସକ୍ଷମ ହେବା ପରେ ଏବେ ଆଉ ଦୁଇ ରାଜ୍ୟ ଉପରେ ଆଖି ପକାଇଛି ଆପ୍ । ଆଗାମୀ ଦିନରେ ନିର୍ବାଚନ ହେବାକୁ ଥିବା ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବି ଆପ୍‌ ଲଢ଼େଇ କରିବ।

ଗୁଜୁରାଟ ପୌର ନିର୍ବାଚନରେ ଆପ୍‌କୁ ସଫଳତା ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଆପ୍‌ ବିଧାନସଭାର ସବୁ ଆସନରେ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଗୁଜୁରାଟ ଓ ହିମାଚଳ ପ୍ରଦେଶ ପାଇଁ ଆପ୍‌ ତାର ରଣନୀତି ପ୍ରସ୍ତୁତ କରି ଦେଇଛି । ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବା ଏକଦମ ରେଡ୍ଡୀ ଆପ୍ । ଏହି ଦୁଇଟି ରାଜ୍ୟକୁ ରାଡାରରେ ରଖିଛି କେଜ୍ରିୱାଲଙ୍କ ପାର୍ଟି । ଦୀର୍ଘ ଦଶନ୍ଧି ହେଲାଣି କେବଳ ବିଜେପି ଓ କଂଗ୍ରେସ ମଧ୍ୟରୁ ଦେଶବାସୀ ଜଣଙ୍କୁ ବାଛିବାକୁ ବାଧ୍ୟ ହେଉଛନ୍ତି। ପ୍ରଥମଥର ପାଇଁ ଦେଶବାସୀ ତୃତୀୟ ବିକଳ୍ପ ପାଇଛନ୍ତି। ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହିଛି ଆପ୍ ।

ପଞ୍ଜାବରେ ଆପ୍‌ କ୍ଷମତା ଦଖଲ କରିପାରିବ ନାହିଁ ବୋଲି ଅନେକ ଲୋକ ପୂର୍ବରୁ କହୁଥିଲେ। ଦିଲ୍ଲୀ ପରେ ପ୍ରଥମ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ପଞ୍ଜାବରେ ଐତିହାସିକ ବିଜୟ ହାସଲ କରିଛି। ଦଳ ଏକାକୀ ୯୨ଟି ଆସନ ଜିତିଥିବା ବେଳେ କ୍ଷମତାରେ ଥିବା କଂଗ୍ରେସ କେବଳ ୧୮ଟି ସ୍ଥାନରେ ବାଜିମାତ କରିବାକୁ ସକ୍ଷମ ହୋଇଛି। ୨୦୧୭ରେ ଆପ୍‌ ପଞ୍ଜାବରେ ନିର୍ବାଚନ ଲଢ଼ି ୨୦ଟି ଆସନ ଜିତିବାକୁ ସକ୍ଷମ ହୋଇଥିଲା। ହେଲେ ୨୦୨୨ରେ ଗଣିତ ଓଲଟପାଲଟ କରି ଦେଇଛି ଆପ୍ ।

ABOUT THE AUTHOR

...view details