ବକ୍ସ ଅଫିସରେ 'ମନ୍ତ୍ର ମୁଗ୍ଧ' କ୍ରେଜ; 15 ଦିନରେ 3 କୋଟି ପାର୍, ଦର୍ଶକଙ୍କୁ କୃତଜ୍ଞତା ଜଣାଇଲେ ଅନୁପମ
ଓଡ଼ିଆ ଫିଲ୍ମ 'ମନ୍ତ୍ର ମୁଗ୍ଧ' କ୍ରେଜ ବଢିବାରେ ଲାଗିଛି । ରିଲିଜର 15 ଦିନରେ ମଧ୍ୟରେ ବେଶ ଲୋକପ୍ରିୟତା ସହ 3 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି ।
By ETV Bharat Entertainment Team
Published : May 18, 2026 at 5:11 PM IST
ହାଇଦ୍ରାବାଦ: ଅନୁପମ ପଟ୍ଟନାୟକଙ୍କ'ମନ୍ତ୍ର ମୁଗ୍ଧ' ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । କେବଳ ଯେ ଓଡ଼ିଶାରେ ନୁହଁ ଫିଲ୍ମ ବାହାର ରାଜ୍ୟର ଲୋକଙ୍କ ମଧ୍ୟ ମନ ଜିତିଛି । ମେ 1 ରେ ରିଲିଜ ହୋଇଥିବା ଏହି ଫିଲ୍ମ ଏବେ 15 ଦିନ ବିତିଲାଣି । ଫିଲ୍ମ ଲୋକଙ୍କ ମନ ଜିତିବା ସହ ବିପୁଳ ଟଙ୍କା ରୋଜଗାର କରିବାରେ ବି ସଫଳ ହୋଇଛି । ରିଲିଜର 15 ଦିନରେ ଏହା 3 କୋଟିରୁ ଅଧିକ ଆୟ କରିପାରିଛି । ସୋସିଆଲ ମିଡିଆରେ ଏନେଇ ନିର୍ମାତା ସୂଚନା ଦେଇଛନ୍ତି ।
15 ଦିନରେ 3 କୋଟି ପାର୍
ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର କଲେକ୍ସନ ନେଇ ସୂଚନା ଦେଇଛନ୍ତି । ସେ ସେୟାର କରିଥିବା ପୋଷ୍ଟରରେ ଫିଲ୍ମ ଏବେ ତୃତୀୟ ସପ୍ତାହରେ ପ୍ରବେଶ କରିଛି । ଏହି ଦୁଇ ସପ୍ତାହ ମଦ୍ୟରେ ଫିଲ୍ମ 3 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ଫିଲ୍ମ 3.06 କୋଟି ଆୟ କରିଛି । ଏହା ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ''ଦୁଇ ସପ୍ତାହର ସମ୍ପୂର୍ଣ୍ଣ ମନୋରଞ୍ଜନ । ବକ୍ସ ଅଫିସରେ 3.06 କୋଟି ଟଙ୍କା ରୋଜଗାର କରିଛି ଏବଂ ପାଗଳାମି ଆହୁରି ବଢିବାରେ ଲାଗିଛି । ଏହି ଯାତ୍ରାକୁ ଅବିସ୍ମରଣୀୟ କରିଥିବା ସମସ୍ତ ପ୍ରେମ, ସମର୍ଥନ ଏବଂ ହାଉସଫୁଲ ଭାଇବ୍ସ ପାଇଁ ଧନ୍ୟବାଦ ।''
ତେବେ ଭୂମିକା ସମେତ ଫିଲ୍ମର ପୁରା ଟିମ ଫିଲ୍ମର ସଫଳତାକୁ ସେଲିବ୍ରେଟ କରିଛନ୍ତି । ଦର୍ଶକ ମଧ୍ୟ ଉପଭୋଗ କରିବା ସହ ଟିମକୁ ଶୁଭକାମନା ଜଣାଇଛନ୍ତି । ଜଣେ ଲେଖିଛନ୍ତି, ଭଲ ଯୋଗ୍ୟ । ଅଭିନନ୍ଦନ । ଏହାକୁ ମୁଁ ନିକଟରେ ଥିଏଟରରେ ଦେଖିଲି, ଏହା ଅକ୍ଷୟ କୁମାରଙ୍କ ଭୂତ ବଙ୍ଗଳା ଅପେକ୍ଷା ବହୁତ ଭଲ ଏବଂ ମନୋରଞ୍ଜନକାରୀ ଏବଂ ଆକର୍ଷଣୀୟ । ଅନ୍ୟ ଜଣେ ଲେଖିଛନ୍ତି, ଏହା ବହୁତ ବଡ଼ !! ସମଗ୍ର ଦଳକୁ ଅଭିନନ୍ଦନ । ସେହିପରି ଆଉ ଜମେ ଲେଖିଛନ୍ତି, ଅଭିନନ୍ଦନ, ମନ୍ତ୍ର ମୁଗ୍ଧର ସମ୍ପୂର୍ଣ୍ଣ ଟିମ୍ । ପୂର୍ବରୁ ବ୍ଲକବଷ୍ଟର ସୁପର ଡୁପର ହିଟ୍ ହୋଇସାରିଲାଣି ।
ସେହିପରି ଭୂମିକା ଦାଶ ଲେଖିଛନ୍ତି, ''ବାଃ, ଏହା ଏକ ସମ୍ପୂର୍ଣ୍ଣ ବିଶାଳ ସଫଳତା । ମାତ୍ର ଦୁଇ ସପ୍ତାହ ମଧ୍ୟରେ 3.06 କୋଟିର ଅବିଶ୍ୱସନୀୟ ମାଇଲଖୁଣ୍ଟ ଅତିକ୍ରମ କରିବା ପାଇଁ ମନ୍ତ୍ର ମୁଗ୍ଧାର ସମଗ୍ର ଟିମ୍ କୁ ହାର୍ଦ୍ଦିକ ଅଭିନନ୍ଦନ । ଓଡ଼ିଆ ସିନେମା ନୂତନ ଉଚ୍ଚତାରେ ପହଞ୍ଚିବା ଏବଂ ଏହା ପ୍ରକୃତରେ ଯୋଗ୍ୟ ପ୍ରେମ, ପ୍ରଶଂସା ଏବଂ ହାଉସଫୁଲ୍ ଭାଇବ୍ସ ପାଇବା ଦେଖିବା ଅତ୍ୟନ୍ତ ହୃଦୟସ୍ପର୍ଶୀ । ଏହି ଅଦ୍ଭୁତ ସଫଳତା ସମ୍ପୂର୍ଣ୍ଣ କଳାକାର ଏବଂ କ୍ରୁଙ୍କ ଦ୍ୱାରା ପବିତ୍ର ସମର୍ପଣ, ଚମତ୍କାର କାହାଣୀ କହିବା ଏବଂ ପାଗଳ ପ୍ରଦର୍ଶନର ସିଧାସଳଖ ଫଳାଫଳ। ଆପଣ କେବଳ ଏକ ଚଳଚ୍ଚିତ୍ର ସୃଷ୍ଟି କରିନାହାଁନ୍ତି; ଆପଣ ଏକ ଅଭୁଲା ସିନେମା ଯାଦୁ ସୃଷ୍ଟି କରିଛନ୍ତି ଯାହା ଦର୍ଶକଙ୍କୁ ବାନ୍ଧି ରଖିଛି । ପାଗଳାମି ସ୍ପଷ୍ଟ ଭାବରେ ବାସ୍ତବ, ଏବଂ ତୃତୀୟ ସପ୍ତାହରେ ପ୍ରବେଶ କରିବା ଆଗକୁ ଆହୁରି ବଡ଼ ମାଇଲଖୁଣ୍ଟର ଆରମ୍ଭ । ଚମକଦାର ରୁହନ୍ତୁ, ରେକର୍ଡ ଭାଙ୍ଗି ଚାଲନ୍ତୁ, ଏବଂ ଓଲିଉଡ୍ ଦୀର୍ଘଜୀବୀ ହୁଅନ୍ତୁ । ଏହି ଯାଦୁକୁ ପୁଣି ଅନୁଭବ କରିବାକୁ ଯାଉଛନ୍ତି ।''
'ମନ୍ତ୍ର ମୁଗ୍ଧ' ଫିଲ୍ମ ବିଷୟରେ କହିବାକୁ ଗଲେ,ଫିଲ୍ମକୁ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । 'ମନ୍ତ୍ରମୁଗ୍ଧ' ର ସଙ୍ଗୀତକୁ ସଜେଇଛନ୍ତି 5 ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ । ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି ।'ମନ୍ତ୍ର ମୁଗ୍ଧ' ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ସୂର୍ଯ୍ୟମୟୀ, ସନୋଜ କୁମାର, ନିଶାନ୍ତ ମାଝିଠିଆ ଓ ମନ୍ମୟ ଦେ ଏହି ଫିଲ୍ମ ଜରିଆରେ ଅନୁପମଙ୍କ ସହ ଦ୍ୱିତୀୟ ଥର କାମ କରିଛନ୍ତି ।.