ପଇସା ଛାଣୁଛି 'ମନ୍ତ୍ର ମୁଗ୍ଧ', 10 ଦିନରେ କମାଇଲା ଏତେ କୋଟି
ବକ୍ସ ଅଫିସରେ 'ମନ୍ତ୍ର ମୁଗ୍ଧ' କ୍ରେଜ । ଲୋକଙ୍କ ମନ ଜିତିବା ସହ ବମ୍ପର କଲେକ୍ସନ କରୁଛି ଫିଲ୍ମ । ଫିଲ୍ମ ରିଲିଜର 10 ଦିନରେ କେତେ କଲାଣି କଲେକ୍ସନ ? ଜାଣନ୍ତୁ...

By ETV Bharat Entertainment Team
Published : May 12, 2026 at 10:02 AM IST
ହାଇଦ୍ରାବାଦ: ପ୍ରତୀକ୍ଷା ଓ କର୍ମ ପରେ ମନ୍ତ୍ର ମୁଗ୍ଧ ସହ ଅନୁପମ ପଟ୍ଟନାୟକ ପରଦାରେ୍ ପୁଣି ରାଜ୍ କରୁଛନ୍ତି । ମେ 1ରେ ରିଲିଜ ହୋଇଥିବା ଏହି ଫିଲ୍ମ ରିଲିଜର 10 ଦିନରେ ପହଞ୍ଚିଛି । ଫିଲ୍ମ ଲୋକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବା ସହ ମୋଟା ମୋଟା ଅଙ୍କାର ଟଙ୍କା ରୋଜଗାରେ କରିବାରେ ବି ସଫଳ ହୋଇଛି । ଫିଲ୍ମ ରିଲିଜର 10 ଦିନରେ 2 କୋଟିରୁ ଅଧିକ ଆୟ କଲାଣି । ଯାହା ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଆଉ ଏକ ବଡ଼ ସଫଳତା ।
ଫିଲ୍ମର କଲେକ୍ସନ ନେଇ ନିର୍ମାତା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେୟାର ହୋଇଥିବା ଫିଲ୍ମ ପୋଷ୍ଟରରେ 10ଦିନରେ 2.07 କୋଟି ଆୟ କରିଥିବା ଲେଖାହୋଇଛି । ଏହା ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି, ''ଏହା କେବଳ ଏକ ଫିଲ୍ମ ନୁହେଁ, ଏହା ପ୍ରତ୍ୟେକ ଥିଏଟରକୁ ଥରାଇ ଦେଉଥିବା ଏକ ଝଡ଼ । ମନ୍ତ୍ର ମୁଗ୍ଧ ପରଦା ଉପରେ ରାଜ କରୁଛି ଏବଂ ସାରା ଭାରତରେ ନିଜର ଯାଦୁ ବିସ୍ତାର କରୁଛି ।''
'ମନ୍ତ୍ର ମୁଗ୍ଧ' ଫିଲ୍ମ ବିଷୟରେ କହିବାକୁ ଗଲେ, ଫିଲ୍ମକୁ ଅନୁପମ ପଟ୍ଟନାୟକ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଣବ ରଥ ସଂଳାପ ରଚନା କରିଛନ୍ତି । ଅତିରିକ୍ତ ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଦାୟିତ୍ଵ ନିର୍ବାହ କରିଛନ୍ତି ନିଶାନ୍ତ ମାଝିଠିଆ । 'ମନ୍ତ୍ରମୁଗ୍ଧ' ର ସଙ୍ଗୀତକୁ ସଜେଇଛନ୍ତି 5 ଜଣ ସଙ୍ଗୀତ ନିର୍ଦ୍ଦେଶକ ଆଶିଷ ପ୍ରଧାନ,ଅନୁରାଗ ପଟ୍ଟନାୟକ, ସଂଗୀତ ପଟ୍ଟନାୟକ, ଅନୁରାଗ ପଣ୍ଡା ଓ ରୌମ୍ୟ ରାଜ ପ୍ରଧାନ ।
ଏହି ଫିଲ୍ମରେ ଅଭିନେତ୍ରୀ ସୂର୍ଯ୍ୟମୟୀ, ସନୋଜ, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ଵିପାନ୍ଵିତ ଦାସ ମହାପାତ୍ର, ଭୂମିକାଙ୍କ ସମେତ ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମାଝିଠିଆ, ସୋମା ହୋତା ଓ ଭକ୍ତି ଦାସ, ପିହୁ ମହାପାତ୍ର ଓ ଡିଜିଟାଲ କ୍ରିଏଟର ମିଷ୍ଟର ରାଉତ ଅଭିନୟ କରିଛନ୍ତି ।'ମନ୍ତ୍ର ମୁଗ୍ଧ' ଚଳଚ୍ଚିତ୍ର ସହିତ ପ୍ରଥମ ଥର ପାଇଁ ଭୂମିକା ଦାଶ ପ୍ରଯୋଜନା ସଂସ୍ଥା ସହ ଯୋଡ଼ି ହୋଇଥିବା ବେଳେ ସୂର୍ଯ୍ୟମୟୀ, ସନୋଜ କୁମାର, ନିଶାନ୍ତ ମାଝିଠିଆ ଓ ମନ୍ମୟ ଦେ ଏହି ଫିଲ୍ମ ଜରିଆରେ ଅନୁପମଙ୍କ ସହ ଦ୍ୱିତୀୟ ଥର କାମ କରିଛନ୍ତି ।.
ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ 'ମନ୍ତ୍ର ମୁଗ୍ଧ' ଜଲୱା, 5 ଦିନରେ କଲା 1 କୋଟି ପାର୍ ବଲିଉଡରେ ଓଡ଼ିଆ ପୁଅର ଜଲୱା; କଲେଜ ଡ୍ରପ ଆଉଟରୁ ଧୁରନ୍ଧର VFX ସୁପରଭାଇଜର, କେମିତି ଥିଲା ଧ୍ରୁତିରଞ୍ଜନଙ୍କ ଯାତ୍ରା.. |
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

