ETV Bharat / entertainment

ରେଶମ ନଗରୀରେ 'ଆଫା' ରିଲିଜ; ଫିଲ୍ମ ଦେଖି ଭାବବିହ୍ୱଳ ଦର୍ଶକ, କହିଲେ 'ଏହା ଏକ କାଳଜୟୀ ସିନେମା..'

ଅଙ୍ଗଦାନର କାହାଣୀ ଆଧାରିତ 'ଆଫା' ରିଲିଜର ୪୫ ଦିନ ପରେ ବ୍ରହ୍ମପୁରରେ ରିଲିଜ । ପ୍ରଥମ ଦିନରେ ପ୍ରେକ୍ଷାଳୟରେ ଫିଲ୍ମ ଦେଖି ଭାବବିହ୍ୱଳ ହେଲେ ଦର୍ଶକ ।

ODIA FILM AAPHA IN BERHAMPUR
ODIA FILM AAPHA IN BERHAMPUR (ETV Bharat Odisha/FILM POSTER)
author img

By ETV Bharat Entertainment Team

Published : May 18, 2026 at 3:44 PM IST

2 Min Read
Choose ETV Bharat

ବ୍ରହ୍ମପୁର: ଓଡ଼ିଆ ଫିଲ୍ମ 'ଆଫା' ଗତ ଏପ୍ରିଲ ମାସରେ ପରଦାକୁ ଆସିଥିଲା । ଯାହାର 45 ଦିନ ପରେ ରେଶମ ନଗରୀ ବ୍ରହ୍ମପୁରରେ ରିଲିଜ ହୋଇଛି । ରିବାବର (ମେ 17)ରେ ଏହାର ପ୍ରିମିୟର ହୋଇଥିଲା । ପ୍ରଥମ ଦିନରେ ପ୍ରେକ୍ଷାଳୟରେ ଫିଲ୍ମ ଦେଖିବାକୁ ପ୍ରବଳ ଭିଡ଼ ଜମିଥିଲା । ଏହି ସମୟରେ ଫିଲ୍ମର ଷ୍ଚାରକାଷ୍ଟଙ୍କ ସମେତ ଦର୍ଶକ ଫିଲ୍ମକୁ ଉପଭୋଗ କରିଥିଲେ । ଫିଲ୍ମ ଦେଖି ଅନେକ ଭାବବିହ୍ୱଳ ହୋଇଥିଲେ । କାନ୍ଦି କାନ୍ଦି ଫିଲ୍ମ ପରିସରରେ ମୁଭିକୁ ଉପଭୋଗ କରିବା ସହ ଖୁବ ପ୍ରଶଂସା କରିଥିଲେ ଏବଂ ଫିଲ୍ମରେ ଥିବା ଅଙ୍ଗଦାନ ବାର୍ତ୍ତା ଏକ ଚୂଡ଼ାନ୍ତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ ।

ODIA FILM AAPHA IN BERHAMPUR (ETV Bharat Odisha)

'ଆଫା' ନେଇ ଅଭିନେତା ପ୍ରୀତିରାଜ ସତପଥୀ କହିଛନ୍ତି, 'ଆମେ ଏହି ଫିଲ୍ମ ଯେତେଥର ଦେଖୁଛୁ । ଆମକୁ ଭାବବିହ୍ୱଳ କରୁଛି । ଫିଲ୍ମ ଦେଖି ଆମକୁ ପୁଣି ସୁଟିଂ ସମୟର ମୁହୁର୍ତ୍ତ ମନେ ପକାଇଦେଉଛି । ସବୁ ଲୋକ ଏହାକୁ ନିଜ ସହ ସଂଯୋଗ କରିପାରୁଥିଲେ । ଫିଲ୍ମ ଦେଖି ଭାବବିହ୍ୱଳ ହୋଇଥିଲେ ।' ସେହିପରି ଅଭିନେତ୍ରୀ ନୈନା ଦାସ ଫିଲ୍ମକୁ ଏତେ ଭଲପାଇବା ଦେଇଥିବା ନେଇ ବ୍ରହ୍ମପୁର ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ''ଯେମିିତି ସାଉଥରେ ଫିଲ୍ମକୁ ଭଲପାଇବା ମିଳେ, ସେପରି ବ୍ରହ୍ମପୁରରେ ମଧ୍ୟ ସିନେମାକୁ ଲୋକେ ବେଶ ଭଲପାଆନ୍ତି । ଆପଣମାନେ ତାହା ସାର୍ଥକ କରିଛନ୍ତି । ଏହା ଏକ କାଳଜୟୀ ସିନେମା । ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁଁ ଆମେ ଆଜି ଏହି ଜାଗାରେ ପହଞ୍ଚିଛୁ । ଏହି ଫିଲ୍ମ ସମସ୍ତଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିପାରୁଛି । ସେଥିପାଇଁ ଆମେ କୃତଜ୍ଞ ।'' ସେପଟେ ଲେଖକ ତଥା କୁନା ତ୍ରିପାଠୀ କହିଛନ୍ତି, ବ୍ରହ୍ମପୁରବାସୀ ଫିଲ୍ମକୁ ବେଶ ଭଲପାଇବା ଦେଇଛନ୍ତି । ଯାହା ପାଇଁ ଆମେ କୃତଜ୍ଞ । ଫିଲ୍ମରୁ ଲୋକେ ଅନେକ କିଛି ଶିଖିବାକୁ ପାଇଛନ୍ତି ।

'ଆଫା' ବିଷୟରେ କହିବାକୁ ଗଲେ, ଏହି ଚଳଚିତ୍ରରେ ପ୍ରଥମ ଥର ପାଇଁ ସଂଳାପ ଲେଖିଛନ୍ତି ବରିଷ୍ଠ ଅଭିନେତା କୁନା ତ୍ରିପାଠୀ । ଏହି ଚଳଚ୍ଚିତ୍ରରେ କୁନା ତ୍ରିପାଠୀ, ନୈନା ଦାସ, ପ୍ରୀତିରାଜ ସତପଥୀ, ହର ରଥ, ସିଦ୍ଧାର୍ଥ ତିୱାରୀ, ମୀରା ଝଞ୍ଜା ଦାସ, ସ୍ୱସ୍ତିକ ଚୌଧୁରୀ, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ରାକେଶ କୁମାର ବାରିକ, ଶ୍ରିୟା, ଶ୍ରାବଣୀ ଓ ମିଭାନ୍ ସିଦ୍ଧାର୍ଥ ତିୱାରୀ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅନମୋଲ ପତି ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ପରିଚୟ ହେଉଛନ୍ତି । ଚଳଚ୍ଚିତ୍ରଟିର ପ୍ରଯୋଜନା କରିଛନ୍ତି ପ୍ରୀତିରାଜ ସତପଥୀ ଓ ନୈନା ଦାଶ ତିୱାରୀ, ସହ ପ୍ରଯୋଜନା କରିଛନ୍ତି ସିଦ୍ଧାର୍ଥ ତିୱାରୀ । ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତିରାଜ ସତପଥୀ, ସହ ନିର୍ଦ୍ଦେଶନାରେ ଅଛନ୍ତି ରାଜେଶ କୁମାର ବାରିକ ଓ କ୍ରିଷ୍ଣା।ଚଳଚ୍ଚିତ୍ରର Creative Directors ହେଲେ ନୈନା ଦାଶ ତିୱାରୀ ଓ ସିଦ୍ଧାର୍ଥ ତିୱାରୀ ଏବଂ ସିନେମାଟୋଗ୍ରାଫି କରିଛନ୍ତି ବିଶ୍ୱଜିତ୍ କୁଲଡି ।

'ଆଫା' ଫିଲ୍ମର କାହାଣୀ

ଚଳଚ୍ଚିତ୍ରଟିରେ ଅଙ୍ଗଦାନର ମହତ୍ତ୍ୱ ଓ ସାମାଜିକ ସନ୍ଦେଶକୁ ଉଜାଗର କରାଯାଇଛି, ଯାହା ଦର୍ଶକଙ୍କ ମନକୁ ସ୍ପର୍ଶ କରିବା ସହ ସମାଜକୁ ଏକ ସକାରାତ୍ମକ ସନ୍ଦେଶ ମଧ୍ୟ ଦେଉଛି । ଏହା ଏକ ନିଆରା ଉଦାହରଣ ସୃଷ୍ଟି କରିବା ସହ ସମାଜରେ ଅଙ୍ଗଦାନର ସଚେତନତା କରାଇବା ଓ ସ୍ୱପ୍ନ ଦେଖି ବାସ୍ତବତାରେ ପରିଣତ କରିବାକୁ ଚାହୁଁଥିବା ଏକ ପ୍ରତିଭାବାନ ପିଲା କିଭଳି ଜୀବନରେ ମୃତ୍ୟୁର ତାଡନା ଭିତରେ ନିଜକୁ ଖୁସି ଖୁସିରେ ଜୀଉଛି । ଖାଲି ସେତିକି ନୁହେ ସୈନିକ ସ୍କୁଲରେ ବି ଝିଅମାନେ କିଭଳି ପାଠ ପଢ଼ନ୍ତି ଓ ଦେଶ ପାଇଁ କିଛି କରିବାର ପଣ ନିଜ ଭିତରେ କିଭଳି ରଖିଥାନ୍ତି ତାର ଏକ ନିଛକ ଚିତ୍ର ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ:

ଅଙ୍ଗଦାନର କାହାଣୀ ନେଇ ପରଦାକୁ ଆସିଲା 'ଆଫା', ଫିଲ୍ମ ଦେଖି ଭାବବିହ୍ୱଳ ଦର୍ଶକ

ସୁନ୍ଦର ଶାଢୀ ପଛର କଷ୍ଟ ପରିଶ୍ରମର କାହାଣୀ କହୁଛି ଫିଲ୍ମ 'ମେହେରମୁଣ୍ଡା', ତନ୍ତ-ଅରଟ ଚଖା ସହ ଆମ ସଂସ୍କୃତିର ଝଲକ ଦେଖି ଫିଦା ଦର୍ଶକ

ରଜରେ ଧମାକା କରିବେ ଅର୍ଦ୍ଧେନ୍ଦୁ; ନୂଆ ଫିଲ୍ମ 'ଡାଏରୀ' ଘୋଷଣା, ସାମ୍ନାକୁ ଆସିଲା ଝଲକ

ଇଟିଭି ଭାରତ, ବ୍ରହ୍ମପୁର