ଓଡିଶା

odisha

କୋରାପୁଟରେ ୱାକାଥନ ଓ ୱାଲ ପେଣ୍ଟିଂ ମାଧ୍ୟମରେ ଭୋଟର ସଚେତନତା - Voter Awareness

By ETV Bharat Odisha Team

Published : Apr 18, 2024, 8:15 AM IST

କୋରାପୁଟରେ ଭୋଟର ସଚେତନତା

Voter Awareness Program: କୋରାପୁଟ: କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ସୁନାବେଡା ପୌର ପରିଷଦ ଅଧିନ ହାଲ ସହରାଞ୍ଚଳରେ ଏକ ୱାକାଥନ୍ କାର୍ଯ୍ୟକ୍ରମ ଅୟୋଜିତ ହୋଇଯାଇଛି । ଆସନ୍ତା ମେ' ମାସ ୧୩ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଭୋଟରମାନେ ନିଜକୁ ସାମିଲ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରୟାସ କରାଯାଇଛି । ସେହିପରି ଜୟପୁର ସହରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନତାଙ୍କୁ ଭୋଟ ଦେବାକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ବାର୍ତ୍ତାକୁ ୱାଲ ପେଣ୍ଟିଙ୍ଗ ମାଧ୍ୟମରେ ଦର୍ଶାଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ କୋରାପୁଟର ମାନ ରଖିବା, କୋରାପୁଟକୁ ସମୃଦ୍ଧ କରିବା, ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ଆଦି ବିଭିନ୍ନ ନାରା ଦେଇ ଏକ ସାମୁହିକ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହାଲ ସୁନାବେଡା ସହରାଞ୍ଚଳରେ ପରିକ୍ରମା କରିବା ପରେ ୱାଇ ଜୋନ ପାର୍କଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।  

ଏହା ମଧ୍ୟ ପଢ଼ନ୍ତୁ... ନିର୍ବାଚନ ପୂର୍ବରୁ ପୋଲିସର ପ୍ରସ୍ତୁତି, ସମ୍ବେଦନଶୀଳ ଅଞ୍ଚଳରେ ରହିବ କଡା ନଜର - Police Security In Angul

ଆସନ୍ତା ନିର୍ବାଚନରେ ଭୋଟରମାନେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ନିଜର ସାମ୍ବିଧାନିକ ଅଧିକାରକୁ ସାବ୍ୟସ୍ତ କରିବା ଏହାର ମୂଳ ଲକ୍ଷ୍ୟ ରହିଥିଲା । ଏହି ବାର୍ତ୍ତା ବାଣ୍ଟିବା ପାଇଁ ସୁନାବେଡା ଅଞ୍ଚଳର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବାଶିଷ ପଟ୍ଟନାୟକ, କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବରଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଜୟପୁର ସରକାରୀ ହାଇସ୍କୁଲ କାନ୍ଥରେ ଭୋଟ ଦେବା ପାଇଁ ବିଭିନ୍ନ ପ୍ରକାର ଚିତ୍ର ଆଙ୍କି ଭୋଟରଙ୍କୁ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରାଯାଇଛି । ଏଥିରେ ୧୬ ଜଣ ସ୍ଥାନୀୟ ଚିତ୍ରକାର ନିର୍ବାଚନର ବାର୍ତ୍ତା ଚିତ୍ର ଆଙ୍କି ପୁରସ୍କୃତ ହୋଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details