ଓଡିଶା

odisha

କଟକ ହେବ କ୍ରୀଡାର ହବ, ଭର୍ଚ୍ଚୁଆଲରେ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Feb 23, 2024, 10:19 PM IST

CM Naveen Patnaik Launches Sports Infra Projects in Cuttack: କଟକ: କ୍ରୀଡା କ୍ଷେତ୍ରରେ ବଦଳୁଛି କଟକର ରୂପରେଖ। ଆଜି କଟକ ସହରର ୩ଟି ସ୍ଥାନରେ ହୋଇଛି ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଉଦଘାଟନ। ଏହା ସହ ଏକ ହକି ପ୍ରଶିକ୍ଷଣ କେନ୍ଦ୍ର, କଟକ ଟେବୁଲ ଟେନିସ ଏକାଡେମୀର ଉଦଘାଟନ ସାଙ୍ଗକୁ ଫୁଟୁବଲ ପ୍ରଶିକ୍ଷଣ କେନ୍ଦ୍ରର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଭର୍ଚ୍ଚୁଆଲରେ ମାଧ୍ୟମରେ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ..... ବଢିଲା ସ୍ଵାବଲମ୍ବୀ କାରିଗରଙ୍କ ପ୍ରାପ୍ୟ; ପାରିଶ୍ରମିକ ହେଲା ସାଢେ ୬ ହଜାର

କଟକ ସହରର ନୂଆବଜାର, ଗୋପାଳପୁର ଓ ସିଡିଏ ଠାରେ ଏହି ଷ୍ଟାଡିୟମ କରାଯାଇଛି। ସେପଟେ କଟକ ସିଡିଏରେ ଏକ ହକି ପ୍ରଶିକ୍ଷଣ ଶିବିରର ଉଦଘାଟନ ସହ ଏକ ଫୁଟୁବଲ ପ୍ରଶିକ୍ଷଣ କେନ୍ଦ୍ରର ଶିଳାନ୍ୟାସ କରାଯାଇଛି । ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଜିମ, ୟୋଗା, ବାଡ଼ମିଣ୍ଟନ ଖେଳିବା ପାଇଁ ବ୍ୟବସ୍ଥା କରାଯାଇଛି । କ୍ରୀଡା ଓ କ୍ରୀଡାବିତଙ୍କ ବିକାଶ ଲାଗି ଏଭଳି ପ୍ରୟାସ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି। ଏହି ସମାରୋହରେ କଟକ ମେୟର ସୁବାସ ସି, ଫାଓର ସମ୍ପାଦକ ଆଶୀର୍ବାଦ ବେହେରା, ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।ଆଗକୁ କ୍ରୀଡା ଓ କ୍ରୀଡାର ବିକାଶ ପାଇଁ କଟକରେ ଏହା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏକ ଭଲ ପଦକ୍ଷେପ ବୋଲି କଟକ ମେୟର କହିଛନ୍ତି। ଅନ୍ୟପଟେ ବାରବାଟୀ ଷ୍ଟାଡିୟମ ନବୀକରଣ ଓ ନୂଆ ଷ୍ଟାଡିୟମ ପାଇଁ ଭିତ୍ତିପ୍ରସ୍ତର ଉନ୍ମୋଚନ ନିହାତି ଭାବେ କ୍ରୀଡ଼ା ଓ କ୍ରୀଡାବିତଙ୍କ ବିକାଶରେ ସହାୟକ ହେବ ବୋଲି ଫାଓର ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି।

ଇଟିଭି ଭାରତ, କଟକ

ABOUT THE AUTHOR

...view details