ଓଡିଶା

odisha

ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଓଡ଼ିଶାରେ ହେବ କି ଦୃଶ୍ୟମାନ ? - Solar Eclipse

By ETV Bharat Odisha Team

Published : Apr 8, 2024, 9:56 AM IST

Solar Eclipse 2024: ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟ କିରଣ ଅଦୃଶ୍ୟ ହୁଏ । ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବାକୁ ଯାଉଥିବା ବେଳେ କେଉଁଠି ଦୃଶ୍ୟମାନ ହେବ ? ଭାରତ କିମ୍ବା ଓଡ଼ିଶାରେ କଣ ରହିବ ଏହାର ପ୍ରଭାବ ? ଅଧିକ ପଢ଼ନ୍ତୁ,

Solar Eclipse
Solar Eclipse

ହାଇଦ୍ରାବାଦ: ଆଜି ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ । ପ୍ରଥମ ସୂର୍ଯ୍ୟପରାଗ ମହତ୍ତ୍ବପୂର୍ଣ୍ଣ କାରଣ ହେଲା, ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ଅଟେ । ଏହାର ଅବଧି ଅଧିକ ଲମ୍ବା ହୋଇଥାଏ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ଅବସ୍ଥାନ କରନ୍ତି, ସେହି ସମୟରେ ସୂର୍ଯ୍ୟକିରଣ ପୃଥିବୀ ଉପରେ ପଡିନଥାଏ ଯାହାକୁ ସୂର୍ଯ୍ୟପରାଗ କୁହନ୍ତି । କିନ୍ତୁ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ପ୍ରକାଶଥାଉକି ଏହା ପୂର୍ବରୁ ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଗତ ମାର୍ଚ୍ଚ 25 ତାରିଖରେ ହୋଇଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହୋଇନଥିଲା ।

କେଉଁ ସମୟରେ ଆରମ୍ଭ ହେବ ସୂର୍ଯ୍ୟପରାଗ:ସୂର୍ଯ୍ୟପରାଗ ଭାରତୀୟ ସମୟ ସୋମବାର ରାତି 9ଟା 12ରେ ଆରମ୍ଭ ହୋଇ ମଙ୍ଗଳବାର ଭୋର 2.22 ମିନିଟରେ ଶେଷ ହେବ । ରାତିରେ ଏହି ସୂର୍ଯ୍ୟପରାଗ ହେଉଥିବା କାରଣରୁ ଏହା ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଏପ୍ରିଲ 8ରେ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ, ଭାରତରେ ହେବ କି ଦୃଶ୍ୟମାନ ? - Solar Eclipse

କେଉଁ ସ୍ଥାନରେ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ:ଆମେରିକା, ମେକ୍ସିକୋ, କାନାଡା ଏବଂ ଉତ୍ତର ଆମେରିକାର ଅନେକ ଦେଶରେ ସୂର୍ଯ୍ୟପରାଗ ଦେଖାଯିବ । ଏହା ସହିତ କୋଷ୍ଟା ଡୋମିନିକା ଏବଂ ଫ୍ରେଞ୍ଚ ପୋଲିନେସିଆରେ ମଧ୍ୟ ସୂର୍ଯ୍ୟପରାଗ ହେବ । ଅନ୍ୟପଟେ ଅରୁବା, ବର୍ବୁଣ୍ଡା, କାରିବିଆନ୍ ନେଦରଲ୍ୟାଣ୍ଡ, କଲମ୍ବିଆ, କୋଷ୍ଟାରିକା, କ୍ୟୁବା, ଡୋମିନିକା, ଗ୍ରୀନଲ୍ୟାଣ୍ଡ, ଆୟର୍ଲାଣ୍ଡ, ଆଇସଲ୍ୟାଣ୍ଡ, ଜାମାଇକା, ନରୱେ, ପାନାମା, ନିକାରାଗୁଆ, ଋଷ, ପୋର୍ତ୍ତୋରିକୋ, ସେଣ୍ଟ ମାର୍ଟିନ, ସ୍ପେନ, ବାହାମାସ, ବ୍ରିଟେନ ଏବଂ ଭେନେଜୁଏଲା ସମେତ ବିଶ୍ବର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ନେଇ ନାସା ପକ୍ଷରୁ ସୂଚନା ଦିଆଯାଇଛି ।

ଘରେ ବସି ଦେଖିପାରିବେ ସୂର୍ଯ୍ୟପରାଗ:ତେବେ ଭାରତୀୟ ସମୟ ଅନୁସାରେ ରାତିରେ ସୂର୍ଯ୍ୟପରାଗ ଲାଗୁଥିବା କାରଣରୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ନାସାର ୟୁଟ୍ୟୁବ ଚାନେଲରେ ଏହାର ସିଧାପ୍ରସାରଣ ଦେଖିବା ସମ୍ଭବ ହେବ ।

ସୂର୍ଯ୍ୟ ପରାଗକୁ ନେଇ ନାସାର ପ୍ରତିକ୍ରିୟା:ନାସା ଅନୁଯାୟୀ, 54 ବର୍ଷ ପରେ ଦୀର୍ଘତମ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ । ଏହାର ଅବଧି ଚାରି ଘଣ୍ଟା 25 ମିନିଟ୍ ପର୍ଯ୍ୟନ୍ତ ହୋଇପାରେ । ଏହାପୂର୍ବରୁ 1970ରେ ଏତେ ଲମ୍ବା ସୂର୍ଯ୍ୟପରାଗ ଦେଖିବାକୁ ମିଳିଥିଲା । ତେବେ 2024 ପରେ ଏହା 2078ରେ ଦେଖାଯିବ । ଉତ୍ତର ଆମେରିକାରେ ସୂର୍ଯ୍ୟଙ୍କ ସମ୍ମୁଖରେ ଚନ୍ଦ୍ରଙ୍କ ଆଗମନ ଦ୍ୱାରା ଏକ ଛାୟା ସୃଷ୍ଟି ହେବ । ଏହାର ଚଉଡ଼ା 185 କିଲୋମିଟର ହେବ । ଏହି ଛାୟା ମେକ୍ସିକୋ, ଆମେରିକା ଏବଂ କାନାଡାରେ ପଡ଼ିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details