ETV Bharat / technology

ଏଣିକି ଚାକିରି ଖୋଜିବା ସହିତ ଖେଳିପାରିବେ ଗେମ୍, ଆପ୍‌ରେ ଆସିଲା ନୂଆ ଫିଚର - LinkedIn Introduces Gaming Feature

author img

By ETV Bharat Odisha Team

Published : May 6, 2024, 5:47 PM IST

LinkedIn Gaming Feature: ବର୍ତ୍ତମାନ ଲିଙ୍କଡଇନ ଚାକିରି ଖୋଜିବା ସହିତ ଗେମ୍ ଖେଳିପାରିବେ ୟୁଜର୍ସ । ଯଦି କୌଣସି ୟୁଜର୍ସ ଗେମ୍ ଖେଳିବାକୁ ଚାହାନ୍ତି, ତେବେ ଆପଣାନ୍ତୁ ଏହି ଟିପ୍ସ । ଅଧିକ ପଢନ୍ତୁ

LinkedIn Gaming Feature
LinkedIn Gaming Feature (etv bharat odisha)

ହାଇଦ୍ରାବାଦ: ଚାକିରି ଖୋଜିବା ପାଇଁ ପ୍ଲାଟଫର୍ମ କଥା ଆସିଲେ ସମସ୍ତଙ୍କ ମନରେ ଲିଙ୍କଡଇନ ଆସିଥାଏ । ତେବେ ୟୁଜର ଏକ୍ସପେରିୟନ୍ସ ବୃଦ୍ଧି କରିବା ପାଇଁ କମ୍ପାନୀ ନୂଆ ନୂଆ ଫିଚର ନୂଆ ଲଞ୍ଚ କରୁଛି । ଏହାରି ଭିତରେ ଆପ୍‌ରେ ଆଉ ଏକ ନୂଆ ଫିଚର ସାଜିଛି । ବର୍ତ୍ତମାନ LinkedInରେ ଚାକିରି ଖୋଜିବା ସହିତ ଗେମ୍ ମଧ୍ୟ ଖେଳିପାରିବେ । ଯଦି କୌଣସି ୟୁଜର୍ସ ଲିଙ୍କଡଇନରେ କୌଣସି ଗେମ୍ ଖେଳିବାକୁ ଚାହୁଁଛନ୍ତି ତେବେ କିଛି ଷ୍ଟେପ ଫଲୋ କରିବାକୁ ପଡିବ ।

ପ୍ରଫେସନାଲମାନଙ୍କୁ ସୂଚନା ପ୍ରଦାନ କରିବା ଲିଙ୍କଡଇନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏକ ରିପୋର୍ଟରେ କୁହାଯାଇଛି ଯେ, କାମରୁ ଫୁରସତ ମିଳିବା ପରେ ଲୋକେ ଏହି ପ୍ଲାଟଫର୍ମକୁ ଆସି ନିଜ ମନ ପସନ୍ଦର ଗେମ୍ ଖେଳିପାରିବେ । ବିଶ୍ବର ଅନେକ ସ୍ଥାନର ଲୋକେ ଏଠାରେ ଏକାଠି ହୋଇ ପରସ୍ପର ସହିତ ସଂଯୋଗ କରିପାରିବେ । ପ୍ରକାଶଥାଉକି, ଗତବର୍ଷ ଛଟେଇକୁ ନେଇ ଚର୍ଚ୍ଚାରେ ରହିଥିଲା ଲିଙ୍କଡଇନ । ଆମେରିକା ଏବଂ ୟୁରୋପରେ ବିମୁଦ୍ରାକରଣ ବୈଷୟିକ କ୍ଷେତ୍ରର ଚାକିରିକୁ ଅଧିକ ପ୍ରଭାବିତ କରିଥିଲା । ପାଖାପାଖି 100 କର୍ମଚାରୀ ଛଟେଇର ଶିକାର ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: LinkedIn ID Verification : ଭାରତରେ ଆଇଡି ଭେରିଫିକେସନ ଫିଚର ଜାରିକଲା ଲିଙ୍କ୍‌ଡିନ୍

  • ପିନ୍ ପଏଣ୍ଟ: ଶବ୍ଦକୁ ଯୋଡି ଗେମ୍ ଖେଳିପାରିବେ । ଗେମ୍ ଖେଳାଳୀଙ୍କୁ 5ଟି ଶବ୍ଦ ଦିଆଯିବ । ତେବେ ଏହା ଶ୍ରେଣୀର ତାହା ଗେମର୍ସଙ୍କୁ ନିର୍ଣ୍ଣୟ କରିବାକୁ ହେବ ।
  • କ୍ବିନ୍ସ: ଏହି ଗେମ୍ ସୁଡୋକୁ ସହିତ ସମାନ ଅଟେ । କିନ୍ତୁ ଏଥିରେ ଚେସ୍ ବଦଳରେ ଚେସ୍ ବ୍ୟବହାର କରାଯାଇଥାଏ । ଏକ ଗ୍ରୀଡରେ ସଜାଇ ରଖିବା ଏହାର ଉଦ୍ଦେଶ୍ୟ ଅଟେ । ଏମିତି ରଖିବେ ଯେପରିକି କ୍ବିନ ପରସ୍ପର ସହିତ ଆକ୍ରମଣ କରିନପାରିବେ । ପ୍ରତ୍ୟକ ଲାଇନରେ ଗୋଟିଏ ଲେଖାଏଁ କ୍ବିନ ରହିବା ବାଧ୍ୟତାମୂଳକ ଅଟେ ।
  • କ୍ରସ କ୍ଲାଇଂମ୍ବ: କ୍ରସ୍ କ୍ଲାଇମ୍ ଏକ ପ୍ରଦତ୍ତ ଶବ୍ଦରୁ ଆରମ୍ଭ କରି ଓ୍ବାଡପ୍ଲେକୁ ଯୋଡିଥାଏ । ପ୍ରତ୍ୟେକ ପରବର୍ତ୍ତୀ ଶବ୍ଦକୁ କେବଳ ଗୋଟିଏ ଅକ୍ଷର ଦ୍ୱାରା ପରିବର୍ତ୍ତନ କରିଥାଏ ।

କେମିତି ଖେଳିବେ ଗେମ୍: ପ୍ରଥମେ ଲାପଟପ କିମ୍ବା ମୋବାଇଲରେ LinkedIn ଆପ୍ ଖୋଲନ୍ତୁ ।

ଏହାପରେ ନେଟଓ୍ବର୍କ ଟ୍ୟାବକୁ ଯାଇ Network tab, or at linkedin.com/gamesରେ କ୍ଲିକ କରନ୍ତୁ ।

ଏହି ପେଜରେ ଆପଣ ମନ ପସନ୍ଦର ଗେମ୍ ଖେଳିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.