ନବରଙ୍ଗପୁର: ଆହତ ମହିଳା ମାଓବାଦୀ ଗିରଫ । ନବରଙ୍ଗପୁର ପୋଲିସ ଜଣେ ମହିଳା ମାଓବାଦୀକୁ ଗିରଫ କରିବା ପରେ ଛତିଶଗଡ଼ ପୋଲିସ ଜିମା ଦେଇଛି । ଏନେଇ ନବରଙ୍ଗପୁର ପୋଲିସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଗିରଫ ମାଓବାଦୀ ହେଉଛି ସିନ୍ଧୁ । ଛତିଶଗଡ଼ ଧମତେରୀ ଜିଲ୍ଲା ଅନ୍ତର୍ଗତ ଖଲାରୀ ଥାନା ଏକୱାରୀ ଗ୍ରାମରେ ଲୁଚି ରହିଥିବା ବେଳେ ସିନ୍ଧୁକୁ ଗିରଫ କରିଥିଲା ପୋଲିସ ।
ଏହା ମଧ୍ୟ ପଢନ୍ତୁ- ଛତିଶଗଡରେ 3 ହାର୍ଡକୋର ମାଓବାଦୀଙ୍କୁ ଗିରଫ କଲା ସୁରକ୍ଷା ବଳ
ଖଲାରୀ ଥାନା ଏକୱାରୀ ଗ୍ରାମରେ ମହିଳା ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା । ଡିଆଇଓସି ଅଧିକାରୀ, ଡିଭିଏଫ୍, ଏସଓଜି, ସିଆରପିଏଫ୍ ଏବଂ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଅପରେସନ ହୋଇଥିଲା । କୁନ୍ଦେଇରେ ଅବସ୍ଥାପତି ସିଆରପିଏଫ୍ ଯବାନ ମଧ୍ୟ ଜରୁରୀ ସମୟରେ ଅପରେସନ୍ରେ ସାମିଲ ହେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ । ସର୍ଚ୍ଚ ଅପରେସନ୍ ସମୟରେ ଏକୱାରୀ ଗ୍ରାମର ଗୋଟିଏ ଘରେ ଆହତ ସିନ୍ଧୁକୁ ଠାବ କରାଯାଇଥିଲା । ପୋଲିସ ତାକୁ କାବୁ କରିବା ପରେ ପଚରାଉଚରା କରିଥିଲା ।