ଓଡିଶା

odisha

ମୋକିମଙ୍କ ଟାର୍ଗେଟ ପରେ ଓସିଏ ସମ୍ପାଦକଙ୍କ ପ୍ରତିକ୍ରିୟା, 'ବିରୋଧ କରନି, ସମର୍ଥନ କର'

By ETV Bharat Odisha Team

Published : Feb 26, 2024, 10:45 AM IST

Barabati Stadium Issue: ବିଧାୟକ ମହମ୍ମଦ ମୋକିମଙ୍କୁ ଟାର୍ଗେଟ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା । ସମର୍ଥନ କରିବାକୁ କଲେ ନିବେଦନ । ଅଧିକ ପଢନ୍ତୁ

Barabati Stadium Issue
Barabati Stadium Issue

Barabati Stadium Issue

କଟକ:ବାରବାଟୀ ଷ୍ଟାଡିୟମ ଭାଙ୍ଗିବା ପ୍ରସଙ୍ଗ। ବିଧାୟକ ମହମ୍ମଦ ମୋକିମଙ୍କୁ ଟାର୍ଗେଟ କଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା। ଷ୍ଟାଡିୟମ ନବକଳେବରକୁ ବିଧାୟକ କାହିଁକି ବିରୋଧ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଓସିଏ ସମ୍ପାଦକ କହିଛନ୍ତି, "ଆମେ ତ ଷ୍ଟାଡିଅୟକୁ ଅନ୍ୟତ୍ର ସ୍ଥାନାନ୍ତର କରୁନାହୁଁ। ଏହା ତ ସବୁ ଦିନ ପାଇଁ କଟକରେ ରହିବ । ଏହାଛଡା ଐତିହ କୀର୍ତ୍ତିକୁ କେବେ ବି ଭାଙ୍ଗିବାର ପ୍ରଶ୍ନ ଉଠୁନାହିଁ।" ବିରୋଧ ପରିବର୍ତ୍ତେ ଏହାକୁ ସମର୍ଥନ କରିବାକୁ ବିଧାୟକଙ୍କୁ କହିଛନ୍ତି ଓସିଏ ସମ୍ପାଦକ।

ସେ ଆହୁରି ମଧ୍ୟ କହିଛନ୍ତି, " ଏହା କୌଣସି ରାଜନୈତିକ ଉଦ୍ଦେଶ୍ୟ ନୁହେଁ। ରାଜ୍ୟରେ କ୍ରିକେଟର ବିକାଶ ପାଇଁ ଏହି ଯୋଜନା ହାତକୁ ନିଆଯାଇଛି।" ତେବେ ବାରବାଟୀ ଷ୍ଟାଡିୟମର ନୂଆ ଲୁକ୍ ପାଇଁ ଆସନ୍ତାକାଲି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗମୀ 3 ବର୍ଷ ମଧ୍ୟରେ ଷ୍ଟାଡିୟମ ଏକ ନୂଆ ରୂପରେ ନଜର ଆସିବ । ଯେଉଁଥିରେ ସବୁ ବ୍ୟବସ୍ଥା ରହିବା ସହ ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ ବୋଲି ସ୍ପଷ୍ଟ କରିଥିଲେ ଓସିଏ ସମ୍ପାଦକ ସଞ୍ଜୟ ବେହେରା। 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କଟକ ବାରବାଟୀ ଷ୍ଟାଡିଅମ ଗସ୍ତ କରି ଏହି ତମାମ ଦିଗ ଉପରେ ତର୍ଜମା କରିଥିଲେ।

ଏହା ମଧ୍ୟ ପଢନ୍ତୁ...ବାରବାଟୀ ନଭାଙ୍ଗି ସମ୍ପ୍ରସାରଣ କର, ନହେଲେ ଐତିହ ହେବ ଧୂଳିସାତ: ମୋକିମ

ଆଗମୀ 50 ବର୍ଷ ପାଇଁ କ୍ରିକେଟର ଭବିଷ୍ୟତକୁ ଆଖି ଆଗରେ ରଖି ବିସିସିଆଇ ଓସିଏ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଏହି ମେଗା ପ୍ରୋଜେକ୍ଟ କାର୍ଯ୍ୟ ଆରମ୍ଭ ହେବ ବୋଲି କୁହାଯାଇଛି । ନୂଆ ଗ୍ୟାଲେରୀ ନିର୍ମାଣ ହେବା ପରେ ବଢିବ ଦର୍ଶକଙ୍କ ସିଟ୍ ସଂଖ୍ୟା। ପୂର୍ବରୁ 42 ହଜାର ସିଟ ରହିଥିଲାବେଳେ ବର୍ତ୍ତମାନ ଏହା 60 ହଜାରକୁ ବୃଦ୍ଧି ପାଇବ ବୋଲି କୁହାଯାଇଛି । ବର୍ତ୍ତମାନ ଜମି ମାଲିକାନା ନେଇ ଯେଉଁ ବିବାଦ ରହିଛି ତାହା ଆଗାମୀ ଦିନରେ ରାଜ୍ୟ ସରକାର ଅଲମ୍ପିକ ସଂଘକୁ ହସ୍ତାନ୍ତର କରିବେ ବୋଲି ସ୍ପଷ୍ଟ କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା। ତେବେ ଷ୍ଟାଡିୟମର ବିକାଶ ବେଳେ ସମ୍ପୂର୍ଣ୍ଣ ଭଙ୍ଗାଯିବା କଥାରେ ଆପତ୍ତି ଉଠାଇଥିଲେ ବିଧାୟକ ମହମ୍ମଦ ମୋକିମ । ଏନେଇ ମୋକିମ ଓଡି଼ଶା କ୍ରିକେଟ୍ ସଙ୍ଘକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ବାରବାଟୀ ଷ୍ଟାଡିୟମର ନୂଆ ଲୁକ୍‌ ପାଇଁ ଷ୍ଟାଡିୟମକୁ ଭାଙ୍ଗିବା ଯୋଜନାକୁ ସମ୍ପୂର୍ଣ୍ଣ ନିନ୍ଦା କରିବା ସହ କଟକର ଐତିହ ଓ କୀର୍ତ୍ତୀରାଜିକୁ ନଭାଙ୍ଗି ଏହାର ସମ୍ପ୍ରସାରଣ କରିବାକୁ ଦାବି କରିଛନ୍ତି ବିଧାୟକ।

ଇଟିଭି ଭାରତ, କଟକ

ABOUT THE AUTHOR

...view details