ଓଡିଶା

odisha

ଚୋରା ଚାଲାଣ ବେଳେ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

By ETV Bharat Odisha Team

Published : Feb 6, 2024, 8:44 PM IST

ରାୟଗଡା ପୋଲିସ ଗୁଡାରି ଥାନା ଅଞ୍ଚଳରେ ଏକ ବୋଲେର ମ୍ୟାକ୍ସ ପିକଅପ ଭ୍ୟାନକୁ ଯାଞ୍ଚ କରି ୪୧୭.୪୬୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ । ଅଧିକ ପଢନ୍ତୁ

ଚୋରା ଚାଲଣା ବେଳେ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,  ୨ ଗିରଫ
ଚୋରା ଚାଲଣା ବେଳେ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଚୋରା ଚାଲଣା ବେଳେ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡା: ଜିଲ୍ଲାରେ ଥମୁନି ଚୋରା ଗଞ୍ଜେଇ ଚାଲାଣ । ବିଭିନ୍ନ ଉପାୟ ଅବଲମ୍ବନ କରି ବାହାର ରାଜ୍ୟକୁ ରାୟଗଡ଼ ଜିଲ୍ଲାରୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର ଗଞ୍ଜେଇ । ଧର୍ମକୁ ଆଖି ଠାର ମାରିବା ଭଳି ମଝିରେ ମଝିରେ ଛୋଟ କାଟିଆ ଧରପଗଡ କରି ବାହା ବାହା ନେଉଛି ରାୟଗଡ଼ ପୋଲିସ । ଆଜି (ମଙ୍ଗଳବାର) ରାୟଗଡା ଜିଲ୍ଲା ଗୁଡାରି ଥାନା ଅଞ୍ଚଳରେ ଏକ ବୋଲେର ମ୍ୟାକ୍ସ ପିକଅପ ଭ୍ୟାନକୁ ଯାଞ୍ଚ କରିବା ପରେ ୪୧୭.୪୬୦ କେଜି ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି ଗୁଡାରି ପୋଲିସ । ଯାହାର ଆନୁମାନିକ ବଜାର ମୂଲ୍ୟ ୨୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ- ଜନଜାତି ସମୂହଙ୍କ ବିକାଶରେ ଖର୍ଚ୍ଚ ହେବ ୧୫ ହଜାର କୋଟି, ନିୟମଗିରିରେ ଖେଳିଲା ଖୁସିର ଲହରୀ

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଆଜି ଭୋର ୪ଟା ସମୟରେ ରାୟଗଡା ବ୍ରହ୍ମପୁର ରାସ୍ତାର ଗୁମୁଡା ନିକଟରେ ପୋଲିସର ଏକ ଟିମ ଛପି ବସିଥିଲେ । ଏହି ସମୟରେ ଆଡବା ପଟରୁ ଏକ ନାଲି ରଙ୍ଗର ବୋଲେର ମ୍ୟାକ୍ସ ପିକଅପ ଭ୍ୟାନ ଦ୍ରୁତ ଗତିରେ ଛତିଶଗଡ ଅଭିମୁଖେ ଯାଉଥିଲା । ଫଳରେ ସନ୍ଦେହ ହେବାରୁ ବାଟରେ ଗୁମୁଡା ନିକଟରେ ଅଟକାଇ ଯାଞ୍ଚ କରିଥିଲା ପୋଲିସ । ଏହି ସମୟରେ ଗାଡି ରେ ୧୨ ଟି ଜରି ବସ୍ତାରେ ୪୧୭.୪୬୦ କେଜି ଗଞ୍ଜେଇ ଜବତ ହୋଇଥିଲା ।

ଏହା ବି ପଢନ୍ତୁ- ଅବକାରୀ ଆଖିରେ ଧୂଳି ଦେବାକୁ କାରସାଦି, ପନିପରିବା ଭିତରେ ଚାଲିଥିଲା ଗଞ୍ଜେଇ ଚାଷ

ଏହି ଚୋରା ଗଞ୍ଜେଇ ଚାଲାଣ ମାମଲାରେ ଗଜପତି ଜିଲ୍ଲା ଖିଲାବାଡି ଗାଁର ସଞ୍ଜୟ କୁମାର ରଇତ ଓ ଅଜିତ ରଇତକୁ ପୋଲିସ ଗିରଫ କରିଛି । ସଞ୍ଜୟ କୁମାର ରଇତ ଗାଡିର ଡ୍ରାଇଭର ହୋଇଥିବା ବେଳେ ଅଜିତ ରଇତ ଗଞ୍ଜେଇ ଚୋରା ଚାଲାଣରେ ସହୋଯୋଗ କରୁଥିବା ପୋଲିସ କହିଛି । ଏମାନଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଜବତ କରିବା ସହ NDPS ଆଇନ ଧାରା ୨୦(ବି)(୨)(ସି) ଅନୁଯାଇ ଏକ ମାମଲା ରୁଜୁ କରିଛି ପୋଲିସ । ଏହାସହ ଉଭୟଙ୍କୁ ଗୁଣପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ପୋଲିସ। ଏହି ଘଟଣାରେ ଅନ୍ୟ ମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ କରୁଛି ଗୁଡାରି ପୋଲିସ ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details