ଓଡିଶା

odisha

ସମ୍ବଲପୁରରେ ମୋଦିଙ୍କ ବିଶାଳ ସମାବେଶ, 18 ପ୍ରକଳ୍ପର ଉଦଘାଟନ ସହ କଳେ ଶିଳାନ୍ୟାସ

By ETV Bharat Odisha Team

Published : Feb 3, 2024, 10:18 PM IST

PM Modi Addresses In Sambalpur: ସମ୍ବଲପୁର ରେମେଡ୍ ଛକ ସ୍ଥିତ ପଡିଆରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେରେ ପ୍ରାୟ 3 ଟାରେ ପହଞ୍ଚିଥିଲେ l ଏହି ସମାବେଶରେ ଲକ୍ଷାଧିକ ସାଧରଣ ଜନତା ମୋାଦିଙ୍କ ଅଭିଭାଷଣ ଶୁଣିବାକୁ ଅପେକ୍ଷା କରିଥିବା ବେଳେ ମୋଦି ଜୟ ଜଗନ୍ନାଥ, ଜୟ ମା ସମଲେଇ କହିବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ନୁଆଁ ବର୍ଷ ପୁଷପୁନି ପର୍ବର ଶୁଭେଚ୍ଛା ଜଣାଇଥିଲେ l ଅଧିକ ପଢନ୍ତୁ

ସମ୍ବଲପୁରରେ ମୋଦିଙ୍କ ବିଶାଳ ସମାବେଶ, 18  ପ୍ରକଳ୍ପର ଉଦଘାଟନ ସହ କଳେ ଶିଳାନ୍ୟାସ
ସମ୍ବଲପୁରରେ ମୋଦିଙ୍କ ବିଶାଳ ସମାବେଶ, 18 ପ୍ରକଳ୍ପର ଉଦଘାଟନ ସହ କଳେ ଶିଳାନ୍ୟାସ

ସମ୍ବଲପୁରରେ ମୋଦିଙ୍କ ବିଶାଳ ସମାବେଶ, 18 ପ୍ରକଳ୍ପର ଉଦଘାଟନ ସହ କଳେ ଶିଳାନ୍ୟାସ

ସମ୍ବଲପୁର: ସମ୍ବଲପୁର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ଆଜି ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ 2 ଟା ସମୟରେ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସକୁ ଝାରସୁଗୁଡାରୁ ହେଲିକେପଟର ଯୋଗେ ପହଞ୍ଚିଥିଲେ l ଏଠାରେ ପହଞ୍ଚିବା ପରେ ସମ୍ବଲପୁର ଆଇଆଇଏମର ନୂତନ କ୍ୟାମ୍ପସର ଶୁଭ ଉଦଘାଟନ କରିବା ସହିତ ଅନ୍ୟ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ l

ଏହା ପରେ ଏଠାରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ବିଶିଷ୍ଟ ବ୍ୟକ୍ତିଙ୍କ ସମାବେଶରେ ଯୋଗଦେଇଥିଲେ ମୋଦି l ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ , କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ , ରେଙ୍ଗାଲି ବିଧାୟକ ନାଉରୀ ନାଏକ , ସାଂସଦ ନୀତେଶ ଗଙ୍ଗଦେବ ପ୍ରମୁଖଙ୍କ ସହ ଆଇଆଇଏମ ନିର୍ଦେଶକ ମହାଦେବ ପ୍ରସାଦ ଜୟସ୍ବାଲ ପ୍ରମୁଖ ଉପସ୍ଥିତ ରହିଥିଲେ l

ଅଧିକ ପଢନ୍ତୁ- କଂଗ୍ରେସ ଗରିବୀ ଓଡିଶା ପ୍ରଚାର କରୁଥିଲା, ବିଜେପି ସମୃଦ୍ଧ ଓଡିଶାକୁ ବିଶ୍ବସ୍ତରରେ ପହଞ୍ଚାଇଛି: ପ୍ରଧାନମନ୍ତ୍ରୀ

ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ ଭବ୍ୟ ଶିକ୍ଷାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ଏହି ଶିକ୍ଷାନୁଷ୍ଠାନ ଆଗାମୀ ପୀଢି ପାଇଁ ପଥପ୍ରଦର୍ଶକ ହେବ ବୋଲି କହିଛନ୍ତି l ଆଇଆଇଏମ ଲୋକାର୍ପଣ ସହ ଅନ୍ୟ 18 ଗୋଟି ପ୍ରକଳ୍ପର ଉଦଗାଟନ ଓ ଶିଳାନ୍ୟାସ କରି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ। ପରେ ଆଇଆଇଏମ ପରିସରରୁ ବିଦାୟ ନେଇ ରେମେଡ ପଡିଆରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

ସମ୍ବଲପୁର ରେମେଡ ଛକ ସ୍ଥିତ ପଡିଆରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେରେ ପ୍ରାୟ 3 ଟାରେ ପହଞ୍ଚିଥିଲେ l ଏହି ସମାବେଶରେ ଲକ୍ଷାଧିକ ସାଧରଣ ଜନତା ମୋାଦିଙ୍କ ଅଭିଭାଷଣ ଶୁଣିବାକୁ ଅପେକ୍ଷା କରିଥିବା ବେଳେ ମୋଦି ଜୟ ଜଗନ୍ନାଥ, ଜୟ ମା ସମଲେଇ କହିବା ସହ ସମ୍ବଲପୁରୀ ଭାଷାରେ ଲୋକଙ୍କୁ ନୁଆଁ ବର୍ଷ ପୁଷପୁନି ପର୍ବର ଶୁଭେଚ୍ଛା ଜଣାଇଥିଲେ l ଏହାପରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ମାଧ୍ୟମରେ ବିଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ବିଜେପି ସରକାରର ଲୋକାଭିମୁଖୀ ଯୋଜନା ଗୁଡିକ ସଫଳତା ବିଷୟରେ ବଖାଣି ଥିଲେ l ନିଜ ଅଭିଭାଷଣ ରେ ମୋଦି କଂଗ୍ରେସକୁ କରିଥିଲେ ଟାର୍ଗେଟ l ଏହି କାର୍ଯ୍ୟକ୍ରମରେ ମୋଦି ରାଜ୍ୟ ବିଜେଡି ସରକାର ବିରୋଧରେ ପଦଟିଏ ମଧ୍ୟ କହି ନଥିଲେ l ନିଜ ଅଭିଭାଷଣ ରେ ମୋଦି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ଦିଆଯିବା କଥା କହିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଥିଲେ l ଏହା ସହ ସେ ଚଳିତ ବଜେଟରେ ଗରିବ ଲୋକଙ୍କ ପାଇଁ ପ୍ରାଥମିକତା ଦିଆଯାଇଥିବା କହିଥିଲେ l ଏହି ବଜେଟ ଗରିବ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାର ଗ୍ୟାରେଣ୍ଟି ଅଟେ l ଗରିବ ଲୋକଙ୍କୁ ପକ୍କା ଘର ପ୍ରଦାନ କରିବାର ମୋଦିର ଗ୍ୟାରେଣ୍ଟି ରହିଛି ବୋଲି କହିଥିଲେ l ବିଗତ 10 ବର୍ଷ ମଧ୍ୟରେ 4 କୋଟି ଲୋକଙ୍କୁ ପକ୍କା ଘର ମିଳିଛି l ଏଥିରେ 25 ଲକ୍ଷ ଓଡ଼ିଆ ହିତାଧିକାରୀ ମଧ୍ୟ ଅଛନ୍ତି l ଓଡିଶାର ବିକାଶ ପାଇଁ କୌଣସି ପ୍ରକାର ଅସୁବିଧା ରହିବ ନାହିଁ l ଆମେ ଗରିବଙ୍କ ପାଇଁ ସବୁବେଳେ ଚିନ୍ତା କରୁଛୁ l ଏଥିପାଇଁ ଆହୁରି 2 କୋଟି ଗରିବ ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯିବାର ଚଳିତ ବଜେଟରେ ପ୍ରବଧାନ ରହିଛି l ଏହାସହ କେନ୍ଦ୍ର ସରକାର ଚାଷୀ,ପଶୁପାଳନ ଓ ମତ୍ସ୍ୟ ଚାଷୀ ଙ୍କ ଉପରେ ଅଧିକ ପ୍ରାଥମିକତା ଦେଉଛନ୍ତି l ଏହି ଭଳି 1 କୋଟି ଚାଷୀଙ୍କୁ ପିଏମ କିସାନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି l

ଏଥିରେ ଓଡ଼ିଶାର 40 ଲକ୍ଷ ଚାଷୀ ଅଛନ୍ତି l ପ୍ରତ୍ୟେକ ଚାଷୀଙ୍କୁ 30 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି l 2014 ପୂର୍ବରୁ ତତ୍କାଳୀନ ସରକାର ଓଡ଼ିଶାର ଚାଷୀଙ୍କ ଠାରୁ 36 ହଜାର କୋଟି ଟଙ୍କାର ଧାନ କିଣି ଥିଲେ l ଆଉ ବର୍ତ୍ତମାନର ସରକାର 1 ଲକ୍ଷ 10 ହଜାର କୋଟି ଟଙ୍କାର ଧାନ କିଣିଛନ୍ତି l ଏହାଦ୍ବାରା ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ହୋଇଛି l ଚାଷୀଙ୍କ ସୁବିଧା ପାଇଁ ବର୍ତ୍ତମାନ କେନ୍ଦ୍ର ସରକାର ନାନୋ ୟୁରିଆ ପରେ ନାନୋ ଡ଼ିଏପି ସାରର ବ୍ୟବସ୍ଥା କରିବାକୁ ଯାଉଛନ୍ତି l ଆଗକୁ ମତ୍ସ୍ୟଜୀବି ଙ୍କ ପାଇଁ ପ୍ରୋତ୍ସାହନ ବୃଦ୍ଧି କରାଯିବ l ଏଥିରେ ଓଡ଼ିଶାର ଚାଷୀ ମଧ୍ୟ ଲାଭବାନ ହେବେ l କେନ୍ଦ୍ର ସରକାର ମତ୍ସ୍ୟ ପାଳନ ପାଇଁ ସ୍ବତନ୍ତ୍ର ମନ୍ତ୍ରାଳୟ କରିଛନ୍ତି l ଏହିଭଳି ମତ୍ସ୍ୟଚାଷୀ ମାନଙ୍କୁ କିସାନ କ୍ରେଡିଟ କାର୍ଡର ସୁବିଧା କରାଯାଇ ଏମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ବୀମା ସୁବିଧା କରାଯାଇଛି l ବର୍ତମାନ ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରେକର୍ଡ ଅଭିବୃଦ୍ଧି ହୋଇଛି l ଏହାଦ୍ବାରା ମତ୍ସ୍ୟଚାଷୀ ମାନଙ୍କର ଆର୍ଥିକ ସ୍ଥିତି ସ୍ଵଛଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି l ଏହାସହ 25 ଲକ୍ଷ ଓଡ଼ିଆ ଗରିବ ଲୋକଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି l ଆଗକୁ ମଧ୍ୟ ଦେଶର 1 କୋଟି ଗରିବ ଲୋକଙ୍କୁ ସୌର ଶକ୍ତି ଚାଳିତ ବିଦ୍ୟୁତ ସଂଯୋଗୀ କରଣ ସେବା କରିବାର ଚଳିତ ବଜେଟରେ ବ୍ୟବସ୍ଥା ରହିଛି l କେନ୍ଦ୍ର ସରକାର ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟସେବା ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି l ଏଥିପାଇଁ ଆଶା ଓ ଅଙ୍ଗନବାଡି ଦିଦିଙ୍କୁ ଆୟୁଷ୍ମାନ ଯୋଜନାରେ ସାମିଲ କରାଯାଇ 5 ଲକ୍ଷ ଟଙ୍କାର ଚିକିତ୍ସା ସେବା ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି l କେନ୍ଦ୍ର ସରକାର ମହିଳା ସଶକ୍ତିକରଣ ଉପରେ ପ୍ରାଥମିକତା ଦେଉଛନ୍ତି l

ଏଥିପାଇଁ 55 ଲକ୍ଷ ଭଉଣୀ ଙ୍କୁ ଉଜ୍ବଲା ଗ୍ୟାସ ସେବା ପ୍ରଦାନ କରାଯାଇଥିବା ବେଳେ 1 କୋଟି ଲକ୍ଷପତି ଦିଦି ସୃଷ୍ଟି କରଯାଇଛି l ଏହାସହ ଆଉ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l ପୂର୍ବର ସରକାର ଆଦିବାସୀ ମାନଙ୍କୁ କେବେଳ ଭୋଟ ବ୍ୟାଙ୍କ କରି ରଖିଥିଲେ l ଆମ ସରକାର ଆଦିବାସୀ ମାନଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଛି l ଶେଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଜଣାଶୁଣା ସିନେ ନିର୍ଦ୍ଦେଶକ ପ୍ରଯୋଜକ ଅଭିନେତା ସ୍ବର୍ଗତ ସାଧୁ ମେହେରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ l ପଶ୍ଚିମ ଓଡିଶାର ବରପୁତ୍ର ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ, ସ୍ବଭାବ କବି ଗଙ୍ଗାଧର ମେହେର ସନ୍ଥକବି ଭୀମ ଭୋଇଙ୍କ ଭଳି ମହାପୁରୁଷଙ୍କ ସ୍ମୃତି ଚାରଣ କରିଥିଲେ । ଏହାସହ ପଦ୍ମ ସମ୍ମାନ ପାଇଁ ଚଳିତ ବର୍ଷ ଘୋଷଣା ହୋଇଥିବା ପଦ୍ମଶ୍ରୀ ଗୋପୀନାଥ ସ୍ବାଇଁ, ବିନୋଦ ମହାରଣା, ଭାଗବତ ପ୍ରଧାନ ଓ ବିନୋଦ କୁମାର ପଶାୟତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details