ଓଡିଶା

odisha

ନିଯୁକ୍ତି ଆଳରେ ସାଇବର ଠକେଇ, ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ - Online Job Fraud Racket

By ETV Bharat Odisha Team

Published : Apr 29, 2024, 7:00 AM IST

ONLINE JOB FRAUD RACKET: ନିଯୁକ୍ତିର ଆଳ ହ୍ବାଟସପ ଓ ଟେଲିଗ୍ରାମ ଦ୍ୱାର ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ । ୩ ଓଡ଼ିଆ ଠକ ଗିରଫ । ଅଧିକ ପଢନ୍ତୁ

ନକଲି ନିଯୁକ୍ତି ଆଳରେ ସାଇବର ଠକେଇ , ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ
ନକଲି ନିଯୁକ୍ତି ଆଳରେ ସାଇବର ଠକେଇ , ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ

ନକଲି ନିଯୁକ୍ତି ଆଳରେ ସାଇବର ଠକେଇ , ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ

ଭୁବନେଶ୍ବର: ଆଧାର କାର୍ଡ ଠିକଣା ବଦଳାଇ ଆକାଉଣ୍ଟ ଖୋଲୁଥିଲେ । କରେଣ୍ଟ ଆକାଉଣ୍ଟରେ ଠକେଇ ଟଙ୍କା ଚଳୁ କରୁଥିଲେ । ଫେକ୍ କମ୍ପାନୀ ନାଁରେ କରେଣ୍ଟ ଆକାଉଣ୍ଟ ଖୋଲି ସାଇବର ଠକାମି ଜରିଆରେ ଠକେଇ କରୁଥିଲେ ।ଏବେ ସାଇବର ପୋଲିସ ହାତରେ ଧରାପଡ଼ିଛନ୍ତି ଓଡ଼ିଆ ସାଇବର ଠକ । ଏନେଇ ସୂଚନା ଦେଇଛନ୍ତି ସାଇବର ସେଲ୍ ଏସିପି ଅଞ୍ଜନା ଟୁଡୁ ।


ଏସିପିଙ୍କ ସୂଚନା ମୁତାବକ, ଠକ ତିନି ଜଣ ହେଲେ ବରଗଡ଼ ଜିଲ୍ଲାର ବାଳ ଗୋପାଳ ବାରିକ , ପୁରୀ ଜିଲ୍ଲାର ଦେବେନ୍ଦ୍ର କୁମାର‌ ସେଠୀ ଓ କଟକ ଜିଲ୍ଲାର ସନ୍ଦିପ କୁମାର ରାଉତ । ତିନି ଜଣ ମିଶି ଏଭଳି ଏକ ଠକେଇ ରାକେଟ ଚଳାଇଥିଲେ । ହ୍ବାଟସପ ଓ ଟେଲିଗ୍ରାମରେ ଲୋକଙ୍କୁ ନିଯୁକ୍ତିର ଆଳ ଦେଖାଇ ବିଭିନ୍ନ ହୋଟେଲ ,ରେଷ୍ଟୋରାଣ୍ଟ ଓ ମଲର ଅନଲାଇନ ରେଟିଂ ବଢ଼ାଇବା ଆଳରେ ପ୍ରମୋସନାଲ ଭାଉଚର ଦେଇ ପ୍ରଥମେ ପ୍ରଥମେ ସେମାନଙ୍କର ବିଶ୍ବାସ ଜନ୍ମଠାରୁ ଥିଲେ । ପରେ ସେମାନଙ୍କୁ ଟେଲିଗ୍ରାମ ଗ୍ରୁପରେ ୫ ହଜାର ଦେଇ ଅଧିକ ମୁନାଫା ପାଇଁ ଲୋଭ ଦେଖାଇ ଗ୍ରୁପରେ ସଂଯୋଗ କରୁଥିଲେ । ପରେ ସେମାନଙ୍କୁ ନିବେଶ ପାଇଁ ଲୋଭ ଦେଉଥିଲେ ।

ଆଉ ନିବେଶ ଆଳରେ ଅନଲାଇନ ଏକ ଚେନ୍ ତିଆରି କରି ବା ଭଳି ଗ୍ରୁପରେ ଅନ୍ୟମାନଙ୍କୁ ସଂଯୋଗ କରି ଏଭଳି ନିବେଶ ଟଙ୍କାକୁ ରିଲିଜ ପାଇଁ ଆଧାର କାର୍ଡ ନେଇ ତାର ଠିକଣା ବଦଳାଇ ଘରୋଇ ବ୍ୟାଙ୍କରେ କରେଣ୍ଟ ଆକାଉଣ୍ଟ ଖୋଲୁଥିଲେ ।ସେହି ସବୁ ଆକାଉଣ୍ଟରେ ଠକାମୀ ଟଙ୍କା କାରବାର କରି ଲୋକଙ୍କୁ ଚୁନା ଲଗାଉଥିଲେ ।ଏଇଭଳି ଢଙ୍ଗରେ ନକଲି ନିଯୁକ୍ତି ଆଳରେ ଠକେଇ କରି ପରେ ଠକେଇ ଟଙ୍କାକୁ ବିଭିନ୍ନ ଲୋକଙ୍କ ନାଁରେ ଠିକଣା ବଦଳାଇ କରେଣ୍ଟ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟ ଜରିଆରେ‌ ଠକେଇ କରୁଥିଲେ ।ଏହି ଓଡ଼ିଆ ସାଇବର ଠକ ନେଟୱର୍କର ପର୍ଦ୍ଦାଫାସ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ....କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ - Fraudster Arrested In Bhuabaneswar

ଅଭିଯୋଗକାରୀ ଅଜୟ କୁମାର ପଣ୍ଡାଙ୍କ ଅଭିଯୋଗ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ଗିରଫ ପରେ ଏମାନଙ୍କୁ ଠାରୁ କିଛି ମୋବାଇଲ ଜବତ କରଯାଇଛି । କିଛି ଆଧାର କାର୍ଡ ଜବତ କରାଯାଇଛି । ତା ସହିତ ଆଧାର କାର୍ଡ ଠିକଣା ବଦଳାଇ ଯାଇଥିବା କାର୍ଡ ମଧ୍ୟ ଜବତ ହୋଇଛି ।ଏହା ସହିତ କିଛି ନକଲି କମ୍ପାନୀ ସହ କିଛି ଆକାଉଣ୍ଟ ସହ କିଛି ପାସବୁକ ଓ ବିଭିନ୍ନ ଏଗ୍ରିମେଣ୍ଟ କପି ମଧ୍ୟ ଜବତ କରଯାଇଛି ।ତେବେ ଏମାନଙ୍କୁ ଗିରଫ ପରେ ପୋଲିସ ସନ୍ଦେହ କରୁଛି ଯେ କିଛି ଗଳାବାଟ ଦେଇ ଏମାନେ ବ୍ୟାଙ୍କ ଆକାଉଣ୍ଟ ଖୋଲୁଛନ୍ତି । ତେବେ ଏମାନଙ୍କ ପଛରେ କୋଣସି ବ୍ୟାଙ୍କ କର୍ମଚାରୀ ରହିଛନ୍ତି କି ? ଏହି ରାକେଟର ଚେର ଆଉ କେଉଁ ଆଡ଼କୁ ଲମ୍ବିଛି । ତାହା ତଦନ୍ତ କରୁଛି ପୋଲିସ ।


ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details