ଓଡିଶା

odisha

ହୋମିଓପ୍ୟାଥିକ ଚିକିତ୍ସାକୁ ଅବହେଳା କରୁଛନ୍ତି ସରକାର: ଅବସରପ୍ରାପ୍ତ ଡାକ୍ତର - Homeopathic treatment

By ETV Bharat Odisha Team

Published : Apr 11, 2024, 9:16 AM IST

Homeopathic Treatment Neglected: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଅବସରପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତର । ସରକାର ହୋମିଓପ୍ୟାଥିକ ଚିକିତ୍ସାକୁ ଅବହେଳା କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ

HOMEOPATHIC
HOMEOPATHIC

HOMEOPATHIC

ଜଗତସିଂହପୁର: ବିଶ୍ୱ ହୋମିଓପ୍ୟାଥିକ ଦିବସରେ ସରକାରଙ୍କ ଉପରେ ଅସନ୍ତୋଷ ଜାହିର କଲେ ହୋମିଓପ୍ୟାଥିକ ଡାକ୍ତର । ଜନ ଆଦୃତ ସତ୍ତ୍ବେ ସରକାର ହୋମିଓପ୍ୟାଥିକ ଚିକିତ୍ସାକୁ ପ୍ରୋତ୍ସାହନ ଯୋଗାଉ ନାହାନ୍ତି ଯାହା ଫଳରେ ଏହି ଚିକିତ୍ସା ସେବା ଏବେ ଅବହେଳିତ ହୋଇପଡି ରହିଥିବା ଡାକ୍ତର ଅଭିଯୋଗ ଆଣିଛନ୍ତି । ଏଲୋପଥିକ ଚିକିତ୍ସାକୁ ଯେତେ ଗୁରୁତ୍ୱ ଦିଆଯାଉଛି ହୋମିଓପ୍ୟାଥିକକୁ ସେହିଭଳି ଅବହେଳା ପ୍ରଦର୍ଶନ କରାଯାଉଛି ।

ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଲୋକ ଟିଏ ସାଧାରଣ ଥଣ୍ଡା ଜ୍ବର ଠାରୁ ଆରମ୍ଭ କରି ଅତି ଜଟିଳ ରୋଗର ନିରାକରଣ ପାଇଁ ହୋମିଓପ୍ୟାଥିକ ଚିକିତ୍ସା ଅତି ସ୍ୱଳ୍ପ ମୂଲ୍ୟରେ କରିଥାଏ । କିନ୍ତୁ ରାଜ୍ୟ ସରକାର ହୋମିଓପ୍ୟାଥିକ ଚିକିତ୍ସା ଓ ଡାକ୍ତର ସୃଷ୍ଟି କରିବା କ୍ଷେତ୍ରରେ ବେଶ ପଛୁଆ ଅଛନ୍ତି । ରାଜ୍ୟରେ 4ଟି ହୋମିଓପ୍ୟାଥିକ ମହାବିଦ୍ୟାଳୟ ଯଥା ଅଭିହ୍ନ ଚନ୍ଦ୍ର ହୋମିଓପ୍ୟାଥିକ ମହାବିଦ୍ୟାଳୟ, ବ୍ରହ୍ମପୁରରେ ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ରାଉରକେଲାର ଉତ୍କଳ ମଣି ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ, ସମ୍ବଲପୁରରେ ଓଡିଶା ମେଡ଼ିକାଲ କଲେଜ ଅଫ ହୋମିଓପ୍ୟାଥିକ ଅଣ୍ଡ ରିସର୍ଚ୍ଚ ମହାବିଦ୍ୟାଳୟ ଥିବାବେଳେ ମାତ୍ର ଗୋଟିଏରେ ପିଜି ପାଠ୍ୟକ୍ରମ ରହିଛି ।

ଏହା ମଧ୍ୟ ପଢନ୍ତୁ-ପଦବୀ ସୃଷ୍ଟି ଦାବି, କଲେଜ ପରିସରରେ ଆୟୁଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ରାଜ୍ୟର ଅନେକ ଜିଲ୍ଲାରେ ହୋମିଓପ୍ୟାଥିକ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁନାହାଁନ୍ତି । ଜଗତସିଂହପୁର ସହରରେ ଏକ ହୋମିଓ ହସ୍ପିଟାଲ ଦୀର୍ଘ 20 ବର୍ଷ ଧରି ଚାଲି ଆସୁଥିବା ବେଳେ ଏବେ ବନ୍ଦ ହୋଇ ପଡିଛି । ଫଳରେ ଲୋକେ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ସ୍ୱଳ୍ପ ମୂଲ୍ୟରେ ଜଟିଳ ରୋଗର ଚିକିତ୍ସା ପାଇଁ ହୋମିଓପ୍ୟାଥିକକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଥିବା ହୋମିଓପ୍ୟାଥିକ ଡାକ୍ତର ସରୋଜ ଷଡ଼ଙ୍ଗୀ କହିଛନ୍ତି ।

ଅବସର ପ୍ରାପ୍ତ ହୋମିଓପ୍ୟାଥିକ ଡାକ୍ତର ସରୋଜ କୁମାର ଷଡଙ୍ଗୀ ଏନେଇ କହିଛନ୍ତି,''ହୋମିଓପ୍ୟାଥିକ ପ୍ରତି ସରକାର ପ୍ରୋତ୍ସାହନ ଯୋଗାଉ ନାହାନ୍ତି । ଆମ ଚିକିତ୍ସକ ମାନଙ୍କର ମଧ୍ୟ ଅନେକ ଭୁଲ ରହିଛି । ଆୟୁସ ଡାକ୍ତର ମାନଙ୍କୁ ନିଯୁକ୍ତ କରାଗଲା ଆୟୁସ ସିଷ୍ଟମରେ , ସେମାନଙ୍କୁ ତାଙ୍କ ମୁଖ୍ୟ ଚିକିତ୍ସାକ ମାନେ ଅନ୍ୟ ବାଟରେ ଲଗାଇଲେ । କିନ୍ତୁ ହୋମିଓପ୍ୟାଥିକ ସିଷ୍ଟମରେ କିଛି ଉନ୍ନତି କରାଗଲା ନାହିଁ । ସେମାନଙ୍କୁ ଅଙ୍ଗନବାଡିରେ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ନିୟୋଜତ କଲେ, ଏଲୋପାଥି ମେଡିସିନ ଦେବାକୁ ତାଙ୍କୁ ପ୍ରୋତ୍ସାହିତ କଲେ । ଯାହା ଦ୍ବାରା ଲୋକ ମାନଙ୍କ ପାଖକୁ ରିପୋର୍ଟ ଗଲା ଲୋକମାନେ ଚାହୁଁନାହାନ୍ତି ହୋମିଓପ୍ୟାଥିକ ଔଷଧ ଖାଇବା ପାଇଁ । କିନ୍ତୁ ମୁଁ ଦୃଢୋକ୍ତିର ସହ କହୁଛି ପ୍ରତ୍ୟେକଦିନ ମୁଁ ଶହେରୁ ଦେଢଶହ ରୋଗୀ ଦେଖୁଛି । ସେମାନେ ସମସ୍ତେ ହେଉଛି ଏଲୋପାଥି ଡାକ୍ତରଙ୍କ ପାଖରୁ ଫେରନ୍ତା ।''


ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details