ଓଡିଶା

odisha

ପାରାଦ୍ୱୀପ ବନ୍ଦରରେ ଚାଲିଲା ଦେଶରେ ପ୍ରଥମ 'ଟଗ ବୋଟ'

By ETV Bharat Odisha Team

Published : Mar 3, 2024, 11:09 PM IST

Tugboat Inaugurated In Paradip Port: ଆତ୍ମନିର୍ଭର ଭାରତ ଯୋଜନାରେ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଟଗ୍ ବୋଟ୍ ଓସେନ୍ ଗ୍ରେସର ଶୁଭାରମ୍ଭ ହୋଇଛି । ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ କୋଚିନ୍‌ର ଉଡ଼ୁପିଠାରେ ନିର୍ମିତ ୬୪ ଟନ୍ କ୍ଷମତା ବିଶିଷ୍ଟ ଏହି ଟଗ୍ ବୋଟ୍ ଅଧିକ ଶକ୍ତିଶାଳୀ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଅଧିକ ପଢନ୍ତୁ

ପାରାଦ୍ୱୀପ ବନ୍ଦରରେ ଚାଲିଲା ଦେଶରେ ପ୍ରଥମ 'ଟଗ ବୋଟ'
ପାରାଦ୍ୱୀପ ବନ୍ଦରରେ ଚାଲିଲା ଦେଶରେ ପ୍ରଥମ 'ଟଗ ବୋଟ'

ପାରାଦ୍ୱୀପ ବନ୍ଦରରେ ଚାଲିଲା ଦେଶରେ ପ୍ରଥମ 'ଟଗ ବୋଟ'

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଠାରେ ଆତ୍ମନିର୍ଭର ଭାରତ ଯୋଜନାରେ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରଥମ ଟଗ୍ ବୋଟ୍ ଓସେନ୍ ଗ୍ରେସ୍‌ ଉଦଘାଟନ ହୋଇ ଯାଇଛି । ଏହି ଅବସରରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଦିଲ୍ଲୀରୁ ଆଭାସି ଜରିଆରେ ଏହାକୁ ଉଦଘାଟନ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ସୋଓ୍ୱାଲ ଯୋଗ କହିଥିଲେ ଯେ, ଦେଶରେ ପାରାଦ୍ୱୀପ ବନ୍ଦରକୁ ଏକ ନମ୍ବର ବନ୍ଦର ଭାବେ ଗଢି ତୋଳିବାକୁ କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଆତ୍ମ ନିର୍ଭର ଭାରତ କାର୍ଯ୍ୟକ୍ରମରେ ପାରାଦ୍ୱୀପ ବନ୍ଦରକୁ ସାମିଲ କରାଯାଇଛି । ଫଳରେ ବନ୍ଦରର ଆହୁରି ଅଧିକ ବିକାଶ ହୋଇ ପାରିବ ।ଏହି କାର୍ଯ୍ୟକ୍ରମରେ ବିଭାଗୀୟ କେନ୍ଦ୍ରୀୟ ସଚିବ ଟିକେ ରାମଚନ୍ଦ୍ରନ ମଧ୍ୟ ଭିସି ମାଧ୍ୟମରେ ସାମିଲ ହୋଇଥିଲେ । ପ୍ରାୟ ୪୫ କୋଟି ଟଙ୍କା ବ୍ୟୟରେ କୋଚିନ୍‌ର ଉଡ଼ୁପିଠାରେ ନିର୍ମିତ ୬୪ ଟନ୍ କ୍ଷମତା ବିଶିଷ୍ଟ ଏହି ଟଗ୍ ବୋଟ୍ ଅଧିକ ଶକ୍ତିଶାଳୀ ହୋଇଥିବା ବେଳେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ।

ଏହା ବନ୍ଦର ମଧ୍ୟକୁ ଆସୁଥିବା ବିଶ୍ୱର ବୃହତ ଜାହାଜଗୁଡିକୁ ଟାଣିବାର ସାମର୍ଥ ରହିଛି । ବନ୍ଦର ମଧ୍ୟରେ ବଡ଼ ବଡ଼ ଜାହାଜଗୁଡିକ ଆସିବା ସମୟରେ ଜାହାଜକୁ ଟାଣିବା ପାଇଁ ଯେଉଁ ସମସ୍ୟା ହେଉଥିଲା, ତାହା ଦୂର ହୋଇ ପାରିବ ।ସେହିଭଳି ପାରାଦ୍ୱୀପ ପୋର୍ଟ ପକ୍ଷରୁ ବନ୍ଦରର ସିଏସ୍‌ଆର ପାଣ୍ଠିରୁ ୪୫ ଲକ୍ଷ ଟଙ୍କା ଅନୁଦାନରେ ଏକ ଅତ୍ୟାଧୁନିକ ଗ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ହୋଇଥିଲା ।ପାରାଦୀପ ସହର ଓ ଆଖପାଖ 15 କିଲୋମିଟର ରେଡ଼ିଏସନ ମଧ୍ୟରେ ରହୁଥିବା ଗାଁଗୁଡ଼ିକରେ ଏହା ସେବା ଯୋଗାଇ ପାରିବ ।ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସରେ ଅକ୍ସଜେନ ସମେତ ବିଭିନ୍ନ ଉନ୍ନତମାନର ସୁବିଧା ମିଳିପାରିବ ।

ଏହା ମଧ୍ୟ ପଢନ୍ତୁ ....କଟକ ତାରକସିକୁ GI ଟ୍ୟାଗ୍‌, ଖୁସିରେ ଆତ୍ମହରା ସିଲଭର ସିଟି

ସେହିପରି ଏହି ଆମ୍ବୁଲାନ୍ସରେ 24 ଘଣ୍ଟିଆ ଡାକ୍ତରୀ ସେବା ମଧ୍ୟ ମିଳି ପାରିବ । ଏଥିରେ ଜଣେ ତାକ୍ତର, ଜଣେ ନର୍ସ, ଜଣେ ଫାର୍ମାସିଷ୍ଟ ଓ ଜଣେ ଲ୍ୟାବ୍‌ ଟେକନିସିଆନ୍ ରହି ରୋଗୀଙ୍କୁ ଆବଶ୍ୟକୀୟ ଔଷଧ ଓ ଚିକିତ୍ସା ପରାମର୍ଶ ଦେବେ ବୋଲି ବନ୍ଦର ଅଧ୍ୟକ୍ଷ ହରନାଦ ଘୋଷଣା କରିଛନ୍ତି । ଏହି ଆମ୍ବୁଲାନ୍ସରେ ଛୋଟ ଅପରେସନ ମଧ୍ୟ କରାଯାଇ ପାରିବ । ଏହା ସମ୍ପୂର୍ଣ୍ଣ ନିଶୁଳ୍କ ରହିବ ବୋଲି ପାରାଦ୍ୱୀପ ପୋର୍ଟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ବନ୍ଦରର ଅଧ୍ୟକ୍ଷ ପିଏଲ୍ ହରନାଦ, ଉପାଧ୍ୟକ୍ଷ ନିଲାରୁ ଦାଶଗୁପ୍ତା, ଡିସି କେସି ସାହୁ, ସଚିବ ପିଏନ୍ ବାହେକର, ଅର୍ଥିକ ପରାମର୍ଶଦାତା ଡିଏନ୍ ସୋନ୍ଧି ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details