ETV Bharat / state

କଟକ ତାରକସିକୁ GI ଟ୍ୟାଗ୍‌, ଖୁସିରେ ଆତ୍ମହରା ସିଲଭର ସିଟି

author img

By ETV Bharat Odisha Team

Published : Mar 3, 2024, 8:35 PM IST

Cuttack Filigree gets GI Tag: ବିଶ୍ବପ୍ରସିଦ୍ଧ କଟକ ତାରକସୀ କାରିଗରିକୁ ଜିଆଇ ଟ୍ୟାଗ୍‌ ମିଳିଛି । ୫ ଶହ ବର୍ଷ ପୁରୁଣା ଏହି କାରିଗରି ଉପରେ ଏବେ କଟକର ଶହ ଶହ ପରିବାର ନିର୍ଭରଶୀଳ । ଏହାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ଖୁସି ପ୍ରକାଶ କରିଛନ୍ତି କଟକବାସୀ । ଅଧିକ ପଢ଼ନ୍ତୁ

Cuttack Filigree gets GI Tag
Cuttack Filigree gets GI Tag

କଟକ ତାରକସିକୁ GI ଟ୍ୟାଗ୍‌, ଖୁସିରେ ଆତ୍ମହରା ସିଲଭର ସିଟି

କଟକ: କେନ୍ଦ୍ର ସରକାରଙ୍କ ପକ୍ଷରୁ କଟକର ପ୍ରସିଦ୍ଧ ତାରକସି କାରିଗରୀକୁ ଜିଆଇ ଟ୍ୟାଗ୍‌ ମିଳିଛି । କଟକର ବିଶ୍ବ ପ୍ରସିଦ୍ଧ ରୂପା ତାରକସି କାମକୁ ଜିଆଇ ମାନ୍ୟତା ମିଳିବା ନେଇ ଶନିବାର ଚେନ୍ନାଇ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ସୂଚନା ଦିଆଯାଇଛି । ୫ ଶହ ବର୍ଷ ପୁରୁଣା ଏହି କାରିଗରୀ ଉପରେ ଏବେ କଟକର ଶହ ଶହ ପରିବାର ନିର୍ଭରଶୀଳ । ତେବେ ଏହି ଖବର ମିଳିବା ପରେ ସିଲଭର ସିଟିରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁୃ-କଟକ ତାରକସି କାମ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ

କଟକର ବିଶିଷ୍ଟ ତାରକସି କାରିଗର ପଙ୍କଜ ସାହୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ଆମେ ମଧ୍ୟ ପିଲା ଦିନୁ ପଢ଼ିଥିଲୁ ଯେ କଟକର ତାରକସି କାମ ବିଶ୍ବପ୍ରସିଦ୍ଧ । ତେଣୁ ଏହାକୁ ବହୁ ପୂର୍ବରୁ ଜିଆଇ ମାନ୍ୟତା ମିଳିବା ଆବଶ୍ୟକତା ଥିଲା । ଦୀର୍ଘ ବର୍ଷ ପରେ କେନ୍ଦ୍ର ସରକାର ତାରକସି କାର୍ଯ୍ୟକୁ ସ୍ବୀକୃତି ପ୍ରଦାନ କରିଛନ୍ତି । ଏଥିପାଇଁ ଆମେ ବହୁତ ଖୁସି ।" ପଙ୍କଜ ପରିବାରରେ ପୀଢି ପରେ ପୀଢି ଏହି କାର୍ଯ୍ୟ କରି ଆସୁଛନ୍ତି । ଓଡିଶା ସହ ଓଡିଶା ବାହାରେ ମଧ୍ୟ ସେ ଏହି କାର୍ଯ୍ୟ କରିଛନ୍ତି । ଦିଲ୍ଲୀ, ମୁମ୍ବାଇଠାରୁ ଆରମ୍ଭ କରି ଫରିଦାବାଦରେ ଆୟୋଜିତ ସୁରଜକୁଣ୍ଡ ଅନ୍ତର୍ଜାତୀୟ ମେଳାରେ ମଧ୍ୟ ନିଜ କାରିଗରୀ କୌଶଳ ପ୍ରଦର୍ଶନ କରିଛନ୍ତି ପଙ୍କଜ । ଏନେଇ ବହୁ ସମ୍ମାନ ସହ ପ୍ରଶଂସା ମଧ୍ୟ ସାଉଣ୍ଟିଛନ୍ତି । ଏହି କାର୍ଯ୍ୟରେ ପ୍ରେରଣା ପାଇ ପଙ୍କଜଙ୍କ ପୁଅ ମଧ୍ୟ ଛୋଟ ବୟସରୁ ଏହି କାର୍ଯ୍ୟ ପ୍ରତି ଆକୃଷ୍ଟ ହୋଇ ତାରକସି କାମ କରୁଛନ୍ତି । କଲେଜରେ ପାଠ ପଢିବା ସହ ବିଭିନ୍ନ ତାରକସି କାମ କରୁଛନ୍ତି । ବାପାଙ୍କ ସହଯୋଗରେ ଆଗକୁ ମଧ୍ୟ ଏହି କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ବାଉନ ବଜାର ତେପନ ଗଳିରେ ବାସୁଛି ଦହିବରା ଆଳୁଦମ, କଟକିଆଙ୍କ ଦାବି GI ଟ୍ୟାଗ

ସେପଟେ କଟକରେ ଏକ ତାରକସୀ ହବ୍‌ ନେଇ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍‌ କହିଛନ୍ତି, "ସାରା ଭାରତରେ କଟକର ତାରକସୀ କାମ ପ୍ରସିଦ୍ଧ । ତେଣୁ ଏହି କଳାକୁ ଆଗକୁ ନେବାକୁ କଟକରେ ଏକ ତାରକସୀ ହବ୍ କରିବାକୁ ଦୀର୍ଘ ଦିନରୁ ଦାବି କରାଯାଉଛି । ରାଜ୍ୟ ସରକାର ତାରକସୀ ହବ୍‌ କରିବାକୁ କେବଳ ଘୋଷଣା କରି ଆଜି ପର୍ଯ୍ୟନ୍ତ କୌଣସି ଉଦ୍ୟମ କରିନାହାନ୍ତି ।" କଟକରେ ଏହି ପ୍ରସିଦ୍ଧ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ସରକାରଙ୍କ ପ୍ରୋତ୍ସାହନ ନିହାତି ଜରୁରୀ ବୋଲି କହିଛନ୍ତି ବିଧାୟକ । ସେପଟେ ତାରକସୀ କାମକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ସେ ବହୁ ପରିଶ୍ରମ କରିଥିବା କହିଛନ୍ତି କଟକ ମେୟର ସୁବାଷ ସିଂ ।

ଇଟିଭି ଭାରତ, କଟକ

  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.