ଓଡିଶା

odisha

ଗଣତନ୍ତ୍ରକୁ ସୁଦୃଢ଼ କରିବ ସଚେତନ ଭୋଟରଙ୍କ ନିରପେକ୍ଷ ମତଦାନ: ରାଜ୍ୟପାଳ

By ETV Bharat Odisha Team

Published : Jan 25, 2024, 10:53 PM IST

National Voters Day: ଲୋକସେବା ଭବନରରେ ଆୟୋଜିତ ହେଲା ଜାତୀୟ ମତଦାତା ଦିବସ । ଯୋଗଦେଲେ ରାଜ୍ୟପାଳ ରଘୁବର ଦାସ । ଅଧିକ ପଢନ୍ତୁ

ଗଣତନ୍ତ୍ରକୁ ସୁଦୃଢ଼ କରିବ ସଚେତନ ଭୋଟରଙ୍କ ନିରପେକ୍ଷ ମତଦାନ: ରାଜ୍ୟପାଳ
ଗଣତନ୍ତ୍ରକୁ ସୁଦୃଢ଼ କରିବ ସଚେତନ ଭୋଟରଙ୍କ ନିରପେକ୍ଷ ମତଦାନ: ରାଜ୍ୟପାଳ

ଗଣତନ୍ତ୍ରକୁ ସୁଦୃଢ଼ କରିବ ସଚେତନ ଭୋଟରଙ୍କ ନିରପେକ୍ଷ ମତଦାନ: ରାଜ୍ୟପାଳ

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୧୪ ତମ ଜାତୀୟ ମତଦାତା ଦିବସ ପାଳନ ହୋଇଛି । ଲୋକସେବା ଭବନର କନଭେନ୍ସନ ସେଣ୍ଟରରେ ମହାସମାରୋହରେ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗ ଦେଇଛନ୍ତି । ରାଜ୍ୟ ତଥା ଦେଶର ଭୋଟରମାନେ ସଚେତନ ରହି ନିରପେକ୍ଷ ଭାବେ ମତଦାନ କଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ ବୋଲି ରାଜ୍ୟପାଳ କହିଛନ୍ତି ।

ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ ପ୍ରତ୍ୟେକ ନାଗରିକ ଯେଉଁମାନଙ୍କର ବୟସ ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ନିଶ୍ଚିତ ଭାବେ ନାମ ପଞ୍ଜିକରଣ କରିବା ଉଚିତ । ୧୯୫୧-୫୨ ମସିହାରେ ଅନୁଷ୍ଠିତ ହୋଇଥିବା ପ୍ରଥମ ସାଧାରଣ ନିର୍ବାଚନରେ ଦେଶର ୧୭ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ । ଶତକଡ଼ା ୪୫% ମତଦାନ ହୋଇଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ଦେଶର ୯୦ କୋଟିରୁ ଅଧିକ ଭୋଟର ଅଂଶଗ୍ରହଣ କରିଥିଲେ । ଶତକଡ଼ା ୬୮% ମତଦାନ ହୋଇଥିଲା ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ।

ତେବେ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ । ନିର୍ବାଚନ ଆୟୋଗଙ୍କ ସଠିକ ମାର୍ଗଦର୍ଶନ ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଭୋଟର, ବିଶେଷ କରି ମହିଳା ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୧୯୫୧–୫୨ ସାଧାରଣ ନିର୍ବାଚନରେ ୪୫% ମହିଳା ଭୋଟର ଅଂଶଗ୍ରହଣ କରିଥିବାବେଳେ ୨୦୧୯ ସାଧାରଣ ନିର୍ବାଚନରେ ୬୭% ମହିଳା ଭୋଟର ଅଂଶଗ୍ରହଣ କରିଥିଲେ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା କରାଯାଉଥିବା ଭୋଟର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ୭୯% ମହିଳା ଭୋଟର ଅଂଶଗ୍ରହଣ କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଜାତୀୟ ମତଦାତା ଦିବସରେ ପଦଯାତ୍ରା, ଯୁବ ଭୋଟରଙ୍କୁ ସଚେତନ କଲେ ମୁଖ୍ୟ ନିର୍ବାଚନ କମିଶନର


ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ,"ଭୋଟରଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ସହ ନିର୍ବାଚନରେ ଶତପ୍ରତିଶତ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ମଜବୁତ କରିବା ହେଉଛି ମତଦାତା ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଗଣତନ୍ତ୍ର ଓ ନିର୍ବାଚନ ହେଉଛି ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ ପରି । ଗୋଟିଏ ବିନା ଅନ୍ୟଟି ସମ୍ଭବ ନୁହେଁ ।" ରାଜ୍ୟପାଳ ୨୦ ଜଣ ନୂତନ ଯୁବ ଭୋଟରଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ସେହିପରି ତିନି ଜଣ ନୂତନ ଦିବ୍ୟାଙ୍ଗ ଓ ୧୦ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମଧ୍ୟ ଫଟୋ ପରିଚୟ ପତ୍ର ପ୍ରଦାନ କରାଯାଇଛି । କେଉଁଝର ଜିଲ୍ଲାରୁ ଆସିଥିବା ୫ ଜଣ ନୂତନ ଯୁବ ପିଭିଟିଜି ଭୋଟରଙ୍କୁ ମୁଖ୍ୟଅତିଥି ଫଟୋ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ସେମାନେ ହେଲେ ଲଳିତା ଜୁଆଙ୍ଗ, ସବିତା ଜୁଆଙ୍ଗ, କବିତା ଜୁଆଙ୍ଗ, ସିଦ୍ଧାର୍ଥ ଜୁଆଙ୍ଗ ଓ ପାଡୁ ଜୁଆଙ୍ଗ ।


ଅନ୍ୟପଟେ ଝାରସୁଗୁଡ଼ା ଉପନିର୍ବାଚନରେ ଶୃଙ୍ଖଳିତ ନିର୍ବାଚନ ପରିଚାଳନା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅବୋଲି ସୁନୀଲ ନରଭାନେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପାରମାର ସ୍ମିଥ ପଶୌତମଦାଶ ଓ ଝାରସୁଗୁଡ଼ା ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କୁ ମାନପତ୍ର ସହ ମେଡ଼ାଲ ପ୍ରଦାନ କରିଛନ୍ତି । ସେହିପରି ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ସମୟରେ ନୂତନ ଯୁବ ଭୋଟର ୧୮-୧୯ ବର୍ଷଙ୍କୁ ଅଧିକ ସଂଖ୍ୟାରେ ତାଲିକାଭୁକ୍ତ କରି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବରଗଡ଼ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୀଷା ବାନାର୍ଜୀ, ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରଣା, ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସ୍ମୃତିରଞ୍ଜନ ପ୍ରଧାନ ମାନପତ୍ର ସହ ମେଡ଼ାଲ ପ୍ରଦାନ କରାଯାଇଥିଲା ।

ଏହା ସହ ପୂର୍ବତନ ବାଲେଶ୍ଵର ଉପଜିଲ୍ଲାପାଳ ତଥା ବର୍ତ୍ତମାନର ଅତିରିକ୍ତ ଜିଲ୍ଲାପାଳ ପଦ୍ମପୁର ଚଭନ କୁମାର ମୋତିରାମ, ଉପଜିଲ୍ଲାପାଳ, ଭୁବନେଶ୍ଵର ଚିନ୍ମୟ କୁମାର ଆଚାର୍ଯ୍ୟ, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଓ ବଲାଙ୍ଗିର ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details