ଓଡିଶା

odisha

ଦୀର୍ଘଦିନ ଧରି ଥିଲେ ନିଖୋଜ, ମାଟିତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ

By ETV Bharat Odisha Team

Published : Mar 6, 2024, 9:17 AM IST

Missing Elderly Man Body Found: ଗତ ଫେବୃଆରୀ ୨୧ ତାରିଖରୁ ଥିଲେ ନିଖୋଜ । ମାଟି ତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ । ଜଣେ ଗିରଫ । ଅଧିକ ପଢ଼ନ୍ତୁ

ମାଟିତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ
ମାଟିତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ

ମାଟିତଳୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ

ବଲାଙ୍ଗୀର: ଦୀର୍ଘ 14 ଦିନ ଧରି ନିଖୋଜ ଥିଲେ ବୃଦ୍ଧ । ଗତକାଲି (ମଙ୍ଗଳବାର) ମାଟି ତଳୁ ଆଖରେ ଭର୍ତ୍ତି ଅବସ୍ଥାର ଉଦ୍ଧାର ହୋଇଛି ବୃଦ୍ଧଙ୍କ ମୃତଦେହ । ଜମିବାଡ଼ି ବିବାଦରୁ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବୃଦ୍ଧଙ୍କ ପରିବାର । ସେପଟେ ଏହି ଘଟଣାରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ଜଣକୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରହିଛି ପୋଲିସ । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ବଲାଙ୍ଗୀର କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ ।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରରଜାମରା ଗ୍ରାମର ବୃଦ୍ଧ ଧୁବଳ ରଣା ଗତ ଫେବୃଆରୀ 21 ତାରିଖରୁ ନିଖୋଜ ଥିଲେ । ଯାହାକୁ ନେଇ ପରିବାର ଲୋକେ ଖୋଜାଖୋଜି କରିବା ପରେ ବୃଦ୍ଧଙ୍କୁ ନପାଇବାରୁ ଏନେଇ କଣ୍ଟାବାଞ୍ଜି ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ । ତେବେ ଗତକାଲି (ମଙ୍ଗଳବାର) ତୁରେକେଲା ମୁରିବାହାଲ ସୀମାରେ ଥିବା କରା ଡୁଙ୍ଗୁରି ଗ୍ରାମ ନିକଟସ୍ଥ ଏକ ସ୍ଥାନରେ ମନରେଗା କାମ ଚାଲିଥିବା ବେଳେ ଶ୍ରମିକମାନେ ମାଟି ଖୋଳୁଥିବା ସମୟରେ ମାଟି ତଳେ ଏକ ବସ୍ତା ଭିତରେ ମୃତଦେହ ପୋତା ହୋଇଥିବାର ଦେଖିଥିଲେ । ଏନେଇ ତୁରନ୍ତ ପୋଲିସକୁ ଖବର ଦେବାପରେ କଣ୍ଟାବାଞ୍ଜି ପୋଲିସ୍ ମୃତଦେହ ଉଦ୍ଧାର କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଜମିବାଡ଼ି ବିବାଦରୁ ହତ୍ୟା, 5 ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଏହା ମଧ୍ୟ ପଢ଼ନ୍ତୁ...ସୁଧ ଟଙ୍କାକୁ ନେଇ ଶତ୍ରୁତା, ଗାଁ ଦାଣ୍ଡରେ ଗୋଡାଇ ଗୋଡ଼ାଇ ହାଣିଲେ

ତେବେ ମୃତଦେହ ଉଦ୍ଧାର କରିବା ସହ ଧୁବଲ ରଣାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ତାଙ୍କୁ ହତ୍ୟା ପରେ ଦୁର୍ବୃତ୍ତ ମାଟି ତଳେ ପୋତି ଦେଇଥିବାର ଅଭିଯୋଗ ଆଣିଥିଲେ । ତେବେ ପୂର୍ବରୁ ଜମିଜମା ପାଇଁ ସେହି ଗ୍ରାମର ଯୁବକ ପରମେଶ ମହକୁର ସହ ବୁଦ୍ଧ ଧୁବଳ ରଣାଙ୍କ ଝଗଡା ଥିଲା । ଯାହା ପାଇଁ ପୂର୍ବରୁ ମଧ୍ୟ ବୃଦ୍ଧ ଧୁବଳ ରଣାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଧୁବଳଙ୍କ ପୁଅ ଭୂତେଶ୍ୱର ରଣା କହିଛନ୍ତି । ସେହିପରି ଜମିବାଡ଼ିକୁ କେନ୍ଦ୍ରକରି ଝଗଡା ଥିବା ବେଳେ ଏକ ଜମିର ଗଛ କଟାକୁ ନେଇ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବାର ସେ ଅଭିଯୋଗ ଆଣିଛନ୍ତି । ସେପଟେ କଣ୍ଟାବାଞ୍ଜି ପୋଲିସ, ସାଇଣ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ତଦନ୍ତ କରିବା ସହ ଅଭିଯୁକ୍ତ ପରମେଶ ମହାକୁରକୁ ଗିରଫ କରିଛି । ଏହାସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details