ETV Bharat / state

ସୁଧ ଟଙ୍କାକୁ ନେଇ ଶତ୍ରୁତା, ଗାଁ ଦାଣ୍ଡରେ ଗୋଡାଇ ଗୋଡ଼ାଇ ହାଣିଲେ

author img

By ETV Bharat Odisha Team

Published : Mar 4, 2024, 12:11 PM IST

Dhenkanal Man Brutally Killed: ଢେଙ୍କାନାଳ ଗୁଣ୍ଡୁରାପଶିରେ ସୁଧ ଟଙ୍କାକୁ ନେଇ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ହତ୍ୟା । ଅଧିକ ପଢ଼ନ୍ତୁ

ସୁଧ ଟଙ୍କାକୁ ନେଇ ଶତ୍ରୁତା
ସୁଧ ଟଙ୍କାକୁ ନେଇ ଶତ୍ରୁତା

ସୁଧ ଟଙ୍କାକୁ ନେଇ ଶତ୍ରୁତା

ଢେଙ୍କାନାଳ: ସୁଧ ଟଙ୍କାକୁ ନେଇ ଜଘନ୍ୟ କାଣ୍ଡ । ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଭାବେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଏନେଇ ଅଭିଯୋଗ ହେବାପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଗୁଣ୍ଡୁରାପଶି ବରସାହିର ଏକାଦଶୀ ମହାଳିକ ଜଣେ ଗରିବ ଓ ଦିନ ମଜୁରିଆ ଶ୍ରେଣୀର । ଏକାଦଶୀ ଘର କାମ ପାଇଁ ସେହି ଗ୍ରାମର ସଇଆଁ ପାତ୍ରଙ୍କ ଠାରୁ ସୁଧ ଆକାର ୧୫ ହଜାର ଟଙ୍କା ଉଧାର ଆଣିଥିଲେ । ଏହାସହ ପରେ ଏହି ଧାର ଟଙ୍କାକୁ ସୁଝି ଦେଇଥିଲେ । କିନ୍ତୁ ସୁଧ ବାବଦରେ ଦେଢ ଲକ୍ଷ ଟଙ୍କା ମାଗୁଥିଲା ସଇଁଆ । ମାତ୍ର ସୁଧ ବାବଦକୁ ଏତେ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା । ସେପଟେ ଗତକାଲି (ରବିବାର)ରାତ୍ରି ସମୟରେ ଗାଁର ଅଷ୍ଟ ପ୍ରହରୀ ପାଇଁ ଗାଁ ପୋଖରୀକୁ କଳସ ପାଣି ଆଣିବାକୁ ଯାଇଥିଲେ ଏକାଦଶୀ । ମାତ୍ର ଯିବା ବାଟରେ ଉପରସାହି ଠାରେ ଏକାଦଶୀଙ୍କୁ ଟଙ୍କା ତୁରନ୍ତ ଦେବା ପାଇଁ ଜିଦ ଧରିଥିଲା ସଇଆଁ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପୁଣିଥରେ ଝଗଡ଼ା ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଗାଈ ବାନ୍ଧିବାକୁ ନେଇ ଜଘନ୍ୟ କାଣ୍ଡ, ଇଟାରେ ପିଟିପିଟି ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ତେବେ ଝଗଡା ପରେ ଘଟଣାସ୍ଥଳରୁ ଏକଦଶୀ ପଳାଇବା ବେଳେ ସଇଆଁ ପାତ୍ର ଓ ତାର ସମ୍ପର୍କୀୟମାନେ ଗୋଡ଼ାଇ ଗୋଡ଼ାଇ ସଂଘବଦ୍ଧ ଭାବେ ଠେଙ୍ଗା ଓ କଟୁରୀରେ ଏକାଦଶୀଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରି ସମସ୍ତେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ ଏକଦଶୀ । ଏନେଇ ଏକାଦଶୀଙ୍କ ପରିବାର ଲୋକ ଖବର ପାଇବା ପରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଓ ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି । ସେପଟେ ଏନେଇ ଗ୍ରାମବାସୀ ଗଁନ୍ଦିଆ ପୋଲିସକୁ ଖବର ଦେଇଥିବା ବେଳେ ଦୀର୍ଘ ଘଣ୍ଟାଏ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଥିଲା । ଏକାଦଶୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନଭିନ୍‌ ଚଲାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.