ଓଡିଶା

odisha

ରାଉରକେଲା ପ୍ଲାଣ୍ଟ ସାଇଟ ଥାନାରେ ଦୁଇ ଜଣଙ୍କୁ ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ

By ETV Bharat Odisha Team

Published : Mar 16, 2024, 2:13 PM IST

Police Third Degree Torture: ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ବିରୋଧରେ ଅଭିଯୋଗ । ଜଣେ ନାବାଳକ ଓ ଯୁବକଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ । ଅଧିକ ପଢନ୍ତୁ

Etv Bharat
Etv Bharat

ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ

ରାଉରକେଲା:ରାଉରକେଲା ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ । ଥାନାରେ ଜଣେ ନାବାଳକ ଓ ଯୁବକଙ୍କୁ ପୋଲିସ ଥାର୍ଡ ଡିଗ୍ରୀ ଦେଇଥିବା ଅଭିଯୋଗ ଆସିଛି । ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଥାନାରେ ପୋଲିସ ଦୁଇ ଜଣଙ୍କୁ ମାଡ ମାରିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏକ ଛୁରା ମାଡ ଘଟଣାରେ ଉଭୟଙ୍କୁ ଥାନାକୁ ଉଠାଇ ନେଇଥିଲା ପୋଲିସ । ନାବାଳକକୁ ଥାନାରେ ରଖିବା ବେଆଇନ ଏବଂ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ତଦନ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ଶିଶୁ ମଙ୍ଗଳ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ-ଥାନାରେ ନିର୍ଦ୍ଦୋଷ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ପରିବାର

ପରିବାର ଲୋକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ମାସ ୯ ତାରିଖରେ ମଧୁସୂଦନ ପଲ୍ଲୀ ଅଞ୍ଚଳରେ କିଛି ସାଙ୍ଗ ପିଲାଙ୍କ ମଧ୍ୟରେ ଝଗଡା ହୋଇବା ବେଳେ ଛୁରୀମାଡ଼ ହୋଇଥିଲା । ମଧୁସୂଦନ ପାଲ୍ଲୀର ରଞ୍ଜିତ ସାହୁ ଏଥିରେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ସୁରେଶ ଦାସ ଏବଂ ରାକେଶ ବାରିକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେ ସମୟରେ ସୁରେଶ ଦାସ ଏବଂ ରାକେଶ ବାରିକ ଛୁରାମାଡ ଘଟଣାରେ ସାକ୍ଷୀ ଦେଇଥିଲେ । ପରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲା ।

ଶୁକ୍ରବାର ହଠାତ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ପୁଣି ସେହି ଘଟଣାରେ ସୁରେଶ ଦାସ ଏବଂ ରାକେଶ ବାରିକଙ୍କୁ ଥାନାକୁ ଡାକିଥିଲା । ପରିବାର ଲୋକଙ୍କ କାକୁତି ମିନତୀ ସତ୍ତ୍ୱେ ଉଭୟଙ୍କୁ ଥାନାରୁ ଛାଡି ନଥିଲେ ପୋଲିସ । ଶନିବାର ସକାଳୁ ପରିବାର ଲୋକଙ୍କୁ ଉଭୟଙ୍କୁ ସାକ୍ଷାତ ପାଇଁ ଦେଉନଥିଲା ପୋଲିସ । ଏହାପରେ ନାବାଳକ ଓ ଯୁବକଙ୍କ ପରିବାର ଲୋକେ ତାଙ୍କ ପୁଅଙ୍କୁ ପୋଲିସ ନିସ୍ତୁକ ମାଡ଼ ମାରିଥିବା ନେଇ ଅଭିଯୋଗ କରିଥିଲେ । ତେବେ ଜଣେ ନାବାଳକକୁ ପୋଲିସ କିଭଳି ରାତି ସାରା ଥାନାରେ ରଖିଲା ଏବଂ କେଉଁ ଆଇନ ଅନୁଯାୟୀ ସେମାନଙ୍କୁ ମାଡ଼ ମରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ଏ ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଦେବାକୁ ରାଉରକେଲା ପ୍ଲାଣ୍ଟ ସାଇଟ ପୋଲିସ ମନା କରିଛି ।

ଏହା ମଧ୍ୟ ପଢନ୍ତୁ-ପୋଲିସର ବର୍ବରତା ବିରୋଧରେ କାର୍ଯ୍ୟାନୁଷ୍ଠାନ, ଥାର୍ଡ ଡିଗ୍ରୀ ଦେଇ ବଦଳି ହେଲେ ଥାନା ଅଧିକାରୀ
ଘଟଣାରେ ଶିଶୁ ମଙ୍ଗଳ ଅଧିକାରୀ କହିଛନ୍ତି,''ଏହି ମାମଲା ନେଇ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ଏବଂ ନାବାଳକକୁ ଥାନାରେ ରଖିବା ବେଆଇନ ଏବଂ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ତଦନ୍ତ କରିବା ଆବଶ୍ୟକ । ''

ଇଟିଭି ଭାରତ, ସୁନ୍ଦରଗଡ

ABOUT THE AUTHOR

...view details