ଓଡିଶା

odisha

କମିଶନରେଟ ପୋଲିସକୁ ବଡ଼ ସଫଳତା, ଧରାପଡ଼ିଲେ ୯ ଅନ୍ତରାଜ୍ୟ ଲୁଟେରା

By ETV Bharat Odisha Team

Published : Feb 29, 2024, 10:39 PM IST

Apartment Loot Case: ରାଜଧାନୀ ଆପାର୍ଟମେଣ୍ଟ ଲୁଟର ପର୍ଦ୍ଦାଫାସ କରିଛି ପୋଲିସ । ୯ଜଣ ଅନ୍ତରାଜ୍ୟ ଲୁଟେରା ଗିରଫ । ବିଫୁଳ ପରିମାଣର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଜବତ ।ଅଧିକ ପଢନ୍ତୁ

କମିସନରେଟ ପୋଲିସକୁ ବଡ଼ ସଫଳତା , ଧରାପଡ଼ିଲେ ୯ ଅନ୍ତରାଜ୍ୟ ଲୁଟେରା
କମିସନରେଟ ପୋଲିସକୁ ବଡ଼ ସଫଳତା , ଧରାପଡ଼ିଲେ ୯ ଅନ୍ତରାଜ୍ୟ ଲୁଟେରା

କମିସନରେଟ ପୋଲିସକୁ ବଡ଼ ସଫଳତା , ଧରାପଡ଼ିଲେ ୯ ଅନ୍ତରାଜ୍ୟ ଲୁଟେରା

ଭୁବନେଶ୍ବର:କମିଶନରେଟ ପୋଲିସକୁ ସଫଳତା ପୋଲିସ ହାତରେ ୯ ଅନ୍ତରାଜ୍ୟ ଲୁଟେରା । ରାଜଧାନୀରେ ଗତ କିଛିଦିନ ଆପାର୍ଟମେଣ୍ଟରୁ ସିରିଜ ଚୋରି ହେଉଥିବା ବେଳେ ଚୋରଙ୍କ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଧରା ହୋଇଛନ୍ତି ଆପାର୍ଟମେଣ୍ଟ ଚୋରିର ୯ଜଣ ଚୋର ।ଏମାନଙ୍କ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ନିଜର ଅପରାଧୀକ ସାମ୍ରାଜ୍ୟ ରହିଥିବା ପୋଲିସ ସୂଚନା ଦେଇଛି ।

ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ପୋଲିସ ଅଭିଯୁକ୍ତ ମାନଙ୍କୁ ବାନ୍ଧିଛି । ଅଭିଯୁକ୍ତଙ୍କୁ ନେଇ କିପରି ଆପାର୍ଟମେଣ୍ଟରୁ ଡ଼କାୟତି କରୁଥିଲେ, ତାହାର ସିନ ରିକ୍ରିୟସନ କରିିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ଦାଦା ଗାଲେସ ବା ଗିରିଶ ନାୟକଙ୍କ ସମେତ ୯ଜଣ ଚୋରାଙ୍କୁ ପୋଲିସ କାବୁ କରିଛି । ଏହି ଗିରିଶ ନାୟକଙ୍କ ନାଁରେ ଦୁଇଟି ହତ୍ୟା ମାମଲା ରହିଛି । ମଞ୍ଚେଶ୍ୱରର ସ୍ପେସ ଟାଉନ ଆପାର୍ଟମେଣ୍ଟରୁ ଯେଉଁ ୪ଟି ସିରିଜ ଲୁଟ ହୋଇଥିଲା ସେଥିରେ ସେ ସାମିଲ ରହିଛି ।ଏହି ଅଭିଯୁକ୍ତ ମାନେ ଅଭ୍ୟାସଗତ ଚୋର ହୋଇଥିବା ବେଳେ ଭୁବନେଶ୍ୱର ହୋଇଥିବା ଆଉ ୬ଟି ଲୁଟରେ ମଧ୍ୟ ସାମିଲ ରହିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ।

ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା କହିଛନ୍ତି,"କେବଳ ଓଡ଼ିଶା ନୁହେଁ ଛତିଶଗଡ଼, ମୁମ୍ବାଇ, ହାଇଦ୍ରାବାଦରେ ଅନେକ ମାମଲା ରହିଛି ବା ସେଠାରେ ମଧ୍ୟ ସେମାନେ ଅନେକ ଅପରାଧୀକ କାର୍ଯ୍ୟକଳାପ ଘଟାଇଛନ୍ତି । ଆମେ ସେ ସବୁ ସହରର ପୋଲିସଙ୍କୁ ମଧ୍ୟ ଅବଗତ କରାଇବୁ । ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ବିଭିନ୍ନ ରାଜ୍ୟକୁ ଯାଇ ଏମାନଙ୍କ ଲୁଟ ସାମ୍ରାଜ୍ୟର ପର୍ଦ୍ଦଫାସ କରାଯିବ । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚାର ଉଚରା କରାଯିବ ।"

ଏହା ମଧ୍ୟ ପଢନ୍ତୁ .....ଆପାର୍ଟମେଣ୍ଟରେ ହେବ ସିକ୍ବୁରିଟି ଅଡ଼ିଟ୍, ଚୋର ପାଚେରୀ ଡେଇଁଲେ ପହଞ୍ଚିବ ପୋଲିସ

ଲୁଟେରା ମାନେ ଦିନରେ ଆପାର୍ଟମେଣ୍ଟ ଯାଇ ପାରିପାର୍ଶ୍ବିକ ସ୍ଥିତି ଦେଖୁଥିଲେ । ରାତି ୧ରୁ ୩ଟା ସମୟ ଭିତରେ ଚୋରି କରୁଥିଲେ । ଏହି ଗ୍ୟାଙ୍ଗ ଠାରୁ ୪ଟି ଦୁଇ ଚକିଆ ଗାଡ଼ି, ୩ ଲକ୍ଷ ୨୦ ହଜାର ନଗଦ ଟଙ୍କା, ୮ଟି ମୋବାଇଲ ଫୋନ ,୧ ରୁ ଦେଢ଼ କେଜି ରୁପା ସହ ବହୁ ସୁନା ଅଳଙ୍କାର ଜବତ ହୋଇଛି । ଏହାସହ ଆପାର୍ଟମେଣ୍ଟ ଲୁଟର ବିଭିନ୍ନ ସାମଗ୍ରୀ ସହ ମାରଣାସ୍ତ୍ର ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗରେ ବୁଲୁ ପାତ୍ର ନାମକ ଜଣେ ପେସାଦାର ଅପାରାଧୀ ରହିଥିବା ବେଳେ ତା' ନାଁରେ ଗଞ୍ଜାମରେ ୪୦ ରୁ ୫୦ଟି ମାମଲା ରହିଛି । ସେହିପରି ଅପରାଧୀ ମୃତ୍ୟୁଞ୍ଜୟ ସାହୁ ତାଙ୍କ ନାଁରେ ମଧ୍ୟ ୩ଟି ହତ୍ୟା ମାମଲା ସହ ଅନ୍ୟ ମାମଲା ରହିଛି ।

ଇଟିଭି ଭାରତ , ଭୁବନେଶ୍ବର

ABOUT THE AUTHOR

...view details