ETV Bharat / state

ଆପାର୍ଟମେଣ୍ଟରେ ହେବ ସିକ୍ବୁରିଟି ଅଡ଼ିଟ୍, ଚୋର ପାଚେରୀ ଡେଇଁଲେ ପହଞ୍ଚିବ ପୋଲିସ

author img

By ETV Bharat Odisha Team

Published : Feb 25, 2024, 11:06 PM IST

Apartment Security Review:ଆପାର୍ଟମେଣ୍ଟ ଚୋରିଙ୍କୁ ଚେକ୍ ଦେବ କମିଶନରେଟ ପୋଲିସ । ଆପାର୍ଟମେଣ୍ଟ ଆସୋସିଏସନ ସହ ପୋଲିସର ଗୁରୁତ୍ୱ ପୂର୍ଣ୍ଣ ବୈଠକ ।

v
ଆପାର୍ଟମେଣ୍ଟରେ ହେବ ସିକୁରିଟି ଅଡିଟ୍, ଚୋର ପାଚେରି ଡେଇଁଲେ ପହଞ୍ଚିବ ପୋଲିସ

ଆପାର୍ଟମେଣ୍ଟରେ ହେବ ସିକୁରିଟି ଅଡିଟ୍, ଚୋର ପାଚେରି ଡେଇଁଲେ ପହଞ୍ଚିବ ପୋଲିସ

ଭୁବନେଶ୍ବର: ଖୁବଶୀଘ୍ର ଆପାର୍ଟମେଣ୍ଟ ଚୋରିରେ ଲାଗିବ ବ୍ରେକ୍ । ଏନେଇ ଆପାର୍ଟମେଣ୍ଟ ଆସୋସିଏସନ ସହ ବସିଲା ବୈଠକ । ପୋଲିସ ସେବା ଭବନରେ‌ ସିପି ଏବଂ ଡିସିପି ମିଶି ଆଲୋଚନା କରିଛନ୍ତି । ଚୋରି ରୋକିବା ନେଇ ପ୍ରସ୍ତୁତ ହୋଇଛି ଗାଇଡ ଲାଇନ । ତିନୋଟି ଦିଗକୁ ଗୁରୁତ୍ବ ଦେଇ ଗାଇଡଲାଇନ୍ ଜାରି କରାଯିବା ସହ ଡାଇରେକ୍ଟ ସିକ୍ୟୁରିଟି ଅଡିଟ କରିବା ପାଇଁ କହିଛନ୍ତି ପୋଲିସ କମିସନର । ତେବେ ଆପାର୍ଟମେଣ୍ଟ ଓନର ଓ ଆସୋସିଏସନ୍ ସହ ଆଲୋଚନା ବେଳେ‌ ବିଭିନ୍ନ ଦିଗକୁ ବିଚାର କରାଯାଇଛି । ଅନେକ ମତାମତ ଓ ଉପଦେଶ ପରେ ତିନୋଟି ଦିଗ ଉପରେ ଫୋକସ କରିଛି‌ ପୋଲିସ ।

1.ସିକ୍ୱୁରିଟି ପେରିମିଟର:- ପ୍ରଥମତଃ ସିକ୍ୟୁରିଟି ପେରିମିଟର ବା ସୁରକ୍ଷା ନେଇ ପାରିପାର୍ଶିକ ସ୍ଥିତି ଉପରେ ଧ୍ୟାନ ଦିଆଯିବ । ବିଶେଷ କରି ଚୋର ପଶୁଥିବା ଆପାର୍ଟମେଣ୍ଟର ସ୍ଥିତି ବିଶେଷ ଅନୁଧ୍ୟାନ କରାଯିବ । ସେମାନେ‌ କିପରି ଅବଗତ ରହିବେ ଓ ଆଲର୍ଟ ରହିବେ । ପରେ ସମସ୍ତ ଆପାର୍ଟମେଣ୍ଟର ପାଚେରି‌ ବିଶେଷ କରି ନିଚା ରହୁଛି । ଫଳରେ ଚୋର ମେନ୍ ଗେଟ୍ ଦେଇ ଅପେକ୍ଷା ପାଚେରି ଡେଇଁ ପଶୁଛନ୍ତି । ତେଣୁ ପାଚେରୀ ହାଇଟ କରିବା ପାଇଁ ଧ୍ୟାନ ଦେବା । ଯେଉଁମାନେ ଘରର ମୁଖ୍ୟ ଦ୍ଵାର ବାହାର ପଟୁ ତାଲା ପକାଉଛନ୍ତି ଚୋରଙ୍କୁ ସହଜ ହେଉଛି ଜାଣିବା ପାଇଁ ଘରେ କେହି ନାହାନ୍ତି ବୋଲି ।ଅନ୍ୟଟି ଯେଉଁ ସବୁ ଘରର ଝରକା ବା ମୁଖ୍ୟ ଦ୍ଵାରର ଗ୍ରିଲ ଦୁଇଟି ସ୍ତରର ହେବା ଦରକାର । ଚୋର ଗୋଟିଏ କବାଟ ଭାଙ୍ଗିଲେ ବି ଅନ୍ୟଟି ଭାଙ୍ଗିବା କଷ୍ଟକର ହେବ । ସେହିପରି ପାରିପାର୍ଶ୍ୱିକ ସ୍ଥିତି ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ନିଷ୍ପତ୍ତି ହୋଇଛି ।

2.ସିକୁରିଟି ଗାର୍ଡ : - ସେହିପରି ୨ୟଟି ହେଉଛି ସିକ୍ୟୁରିଟି ଗାର୍ଡ ମଧ୍ୟ ମୁଖ୍ୟ ଭୂମିକା ରହୁଛି । ଅନେକ ସ୍ଥାନରେ ବୟସ୍କ ସିକ୍ୱୁରିଟି ଗାର୍ଡ ରଖାଯାଉଛି । ବିନା ତାଲିମ ପ୍ରାପ୍ତ ରଖା ଯାଉଛି । ଲାଇସେନ୍ସ ପ୍ରାପ୍ତ ସିକ୍ୱୁରିଟି ଗାର୍ଡ ରଖିବା ନେଇ ଆଲୋଚନା କରାଯାଇଛି । ଲାଇସେନ୍ସ ପ୍ରାପ୍ତ ସିକ୍ୟୁରିଟି ସଂସ୍ଥାର ନାମ କମିସନରେଟ ପୋଲିସର ଓ୍ବେବସାଇଟରେ ଅବଗତ କରାଯିବ । ଯେଉଁମାନେ ଚାହିଁବେ ସେମାନେ‌ ନେଇପାରିବେ ।

ଏହା ମଧ୍ୟ ପଢନ୍ତୁ....ଆପାର୍ଟମେଣ୍ଟ ଚୋରି ପାଇଁ ବସିଲା ବୈଠକ, ଆସିପାରେ ଆଡ଼ଭାଇଜାରି

3.ଟେକ୍ନୋଲୋଜି:- ବିଶେଷ କରି ସିସିଟିଭି ସର୍ଭିଲାନସକୁ ଅଧିକ ବଢ଼ାଇବାକୁ ଗୁରୁତ୍ବ ଦିଆଯାଇଛି । ଉନ୍ନତମାନର ସିସିଟିଭି ଲଗାଇବା ପାଇଁ କୁହାଯାଇଛି । ଏହା ସହିତ ସିସିଟିଭି କଣ୍ଟ୍ରୋଲ ରୁମରେ ସିକ୍ୱୁରିଟି ଗାର୍ଡ ରୁମରେ ରଖିବା ପାଇଁ କୁହାଯାଇଛି । ଏହା ସହ ଅନେକ ଆପ୍ଲିକେସନ ରହିଛି, ଯେପରି ଗେଟ୍ ପାସ ଆପ୍ ବ୍ୟବହାର କରାଯାଉଛି । ଫଳରେ ଅନେକ ଅଜଣା ବ୍ୟକ୍ତି ଘରକୁ ଆସିଲେ ସେମାନଙ୍କ‌ ଫଟୋ ସହ ଫ୍ଲାଟ୍ ଓନରକୁ ନୋଟିଫିକେସନ ଆସିବ । ସେହିପରି ଡିଜିଟାଲ ବାହାଦୁର ଭଳି ଅନେକ ଆପ ରହିଛି । ଫଳରେ ଘରେ କେହି ପଶିଲେ ଆପଣଙ୍କୁ ଆଲର୍ଟ ସହ ଏକ ବଜର ମଧ୍ୟ ବାଜିବ ।

ସେହିପରି ପୋଲିସ ପାଟ୍ରୋଲିଂ ଗାଡ଼ିରେ ମଧ୍ୟ ଜିପିଏସ ସିଷ୍ଟମକୁ ଆହୁରି ଅଧିକ କରାଯିବ । ଫଳରେ ପୋଲିସ ଆପାର୍ଟମେଣ୍ଟ ଭିଜିଟ କରାଯାଉଛି କି ନାହିଁ, ସେ ନେଇ ସିନିୟର୍ ଅଫିସର ନଜର ରଖି ପାରିବେ । ତେବେ ଖୁବଶୀଘ୍ର କ'ଣ କରିବେ ବା ନ କରିବେ ସେନେଇ ଏକ ଆଡଭାଇଜାରି ମଧ୍ୟ ଜାରି କରାଯିବ । ଭୁବନେଶ୍ୱରରେ ମୋଟ 475ଟି ଆପାର୍ଟମେଣ୍ଟ ରହିଛି । ସେଥି ମଧ୍ୟରୁ ସବୁଠୁ ଅଧିକ ଇନଫୋସିଟି ଥାନା ଅଞ୍ଚଳର 65ଟି ଆପାର୍ଟମେଣ୍ଟ ରହିଛି । ଆଜିର ବୈଠକରେ 400ଟି ଆପାର୍ଟମେଣ୍ଟ ଓନର ଓ ଆସୋସିଏସନ୍ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ , ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.