ଓଡିଶା

odisha

ବୌଦ୍ଧରେ ଗଡ଼ିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Feb 21, 2024, 8:22 PM IST

Laccmi Bus Service Starts In Boudh: ବୌଦ୍ଧ ଜିଲ୍ଲାର ଗମନାଗମନ କ୍ଷେତ୍ରରେ ନୂତନ ଇତିହାସ ସୃଷ୍ଟି କରିବ ଲକ୍ଷ୍ମୀ ବସ ଯୋଜାନା । ଜିଲ୍ଲାର ୩ଟି ବ୍ଲକର ୬୯ ପଞ୍ଚାୟତକୁ ଆଜି ଠାରୁ ଲକ୍ଷ୍ମୀ ବସ ଗଡ଼ିବ । ଅଧିକ ପଢନ୍ତୁ

ବୌଦ୍ଧରେ ଗଡ଼ିଲା ଲକ୍ଷ୍ମୀ ବସ , ଆଭାସୀ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ବୌଦ୍ଧରେ ଗଡ଼ିଲା ଲକ୍ଷ୍ମୀ ବସ , ଆଭାସୀ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧରେ ଗଡ଼ିଲା ଲକ୍ଷ୍ମୀ ବସ , ଆଭାସୀ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବୌଦ୍ଧ:ଲକ୍ଷ୍ମୀ ବସ ଯୋଜନାରେ ସାମିଲ ହେଲା ବୌଦ୍ଧ ଜିଲ୍ଲା । ଜିଲ୍ଲାର ତିନୋଟି ବ୍ଲକରେ ଆଜି ଠାରୁ ଏହି ଲକ୍ଷ୍ମୀ ବସ ଗଡିବ । ଜିଲ୍ଲା ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଆଭାସୀ ଜରିଆରେ ଏହାକୁ ଲୋକାର୍ପଣ କରିଛନ୍ତି । ଗମନାଗମନ କ୍ଷେତ୍ରରେ ନୂତନ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ଜିଲ୍ଲାବାସୀ । ଆଜି ଓଡ଼ିଶାର ପାଞ୍ଚଟି ଜିଲ୍ଲା ଲକ୍ଷ୍ମୀ ବସ ଯୋଜନାରେ ସାମିଲ ହୋଇଛି ।

ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ୬୯ ପଞ୍ଚାୟତରେ ଆଜି ଠାରୁ ଲକ୍ଷ୍ମୀ ବସ ଗଡିବ । ଦୁର୍ଗମ ଅଞ୍ଚଳର ଅଧିବାସୀ ଏହି ଲକ୍ଷ୍ମୀ ବସ ସେବା ଯୋଗୁଁ ବେଶ୍ ଉପକୃତ ହୋଇ ପାରିବେ ବୋଲି ସୂଚନା ମିଳିଛି । ଏହି ବସରରେ ଜିଲ୍ଲା ଷ୍ଟାଡିୟମ ଆୟୋତିୟ ସ୍ବତନ୍ତ୍ରର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଆଜି ବୌଦ୍ଧ, ଗଞ୍ଜାମ, ବାଲେଶ୍ବର, ଜଗତସିଂହପୁର ଓ ନୂଆପଡା ଜିଲ୍ଲାରେ ଲକ୍ଷ୍ମୀ ବସ ଗଡ଼ିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ,"ଲକ୍ଷ୍ମୀ ବସ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଲକ୍ଷ୍ମୀ ବସ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବ । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ । ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ମହିଳା ଓ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯାତାୟତ କରିପାରିବେ ।"

ଏହା ମଧ୍ୟ ପଢନ୍ତୁ....୩୦ ଜିଲ୍ଲାର ୯୫% ପଞ୍ଚାୟତକୁ ବ୍ଲକ ସହ ଯୋଡିଲା ଲକ୍ଷ୍ମୀ

ସେପଟେ ଏହାର ପରିଚାଳନା ଦାୟିତ୍ବ ନେଇଛନ୍ତି ମିଶନ ଶକ୍ତିର ମହିଳାମାନେ । ମହିଳା ମାନେ ମାତ୍ର ପାଞ୍ଚ ଟଙ୍କାରେ ଯାତାୟାତର ସୁଯୋଗ ପାଇଥିବାରୁ ମହିଳା ମାନଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ପୂର୍ବତନ ବିଧାୟକ ଭଗବାନ କହଁର, ଜିଲ୍ଲାପାଳ ଜେ ସୋନାଲ, ଏସପି ରାଜ ପ୍ରସାଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ନଗରପାଳ ପ୍ରମୁଖ ଯୋଗ ଦେଇଥିଲେ ।

ସେହିପରି ଖୁଣ୍ଟବନ୍ଧ ଠାରେ ଲକ୍ଷ୍ମୀ ବସଷ୍ଟାଣ୍ଡକୁ ଉଦଘାଟନ କରିଥିଲେ । ଲକ୍ଷ୍ମୀ ବସ ଜରିଆରେ ଲୋକେ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଏହି ବସ ସାଧାରଣ ଲୋକଙ୍କ ଜୀବନ ଯାତ୍ରାକୁ ସହଜ କରିବ । ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ଏବଂ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ବସ ଚଳାଚଳର ସୁବିଧା କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details