ବୌଦ୍ଧ:ବୌଦ୍ଧ ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସରକାରୀ କ୍ୱାର୍ଟରରୁ କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ଘୋଷଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଉ ଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ପ୍ରଦୀପ କୁମାର ଘୋଷ ବୌଦ୍ଧ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଘର ବାରିପଦା ହୋଇଥିବା ବେଳେ ସେ ବୌଦ୍ଧରେ ଗତ ୧୬ ମାସ ହେବ ଜଳ ସମ୍ପଦ ବିଭାଗରେ ଯନ୍ତ୍ରୀ ଭାବେ ଯୋଗ ଦେଇଥିଲେ । ତେବେ ଗତକାଲି(ବୁଧବାର) ଅପରାହ୍ନରେ ସେ ମଧ୍ୟାହ୍ନ ଭୋଜନ ସାରି ନିଜ ସରକାରୀ କ୍ବାଟରକୁ ବିଶ୍ରାମ ପାଇଁ ଯାଇଥିଲେ । ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର କୌଣସି ଖବର ନ ଥିବାରୁ ସହଯୋଗୀମାନେ ତାଙ୍କ କ୍ବାଟର୍ସ କବାଟ ବାଡେଇଥିଲେ ହେଲେ ସେ ଶୁଣିନଥିଲେ କି କବାଟ ମଧ୍ୟ ଖୋଲି ନ ଥିଲେ । ଏନେଇ କବାଟ ଭାଙ୍ଗିବା ପରେ ପ୍ରଦୀପଙ୍କ ମୃତଦେହ ଦେଖିବାକୁ ପାଇଥିଲେ ।
ଏହା ମଧ୍ୟ ପଢନ୍ତୁ - ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର