ବ୍ରହ୍ମପୁର:ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ଦଳୀୟ ସଂଗଠନକୁ ସୁଦୃଢ କରିବା ପାଇଁ କସରତ ଆରମ୍ଭ କରିଛନ୍ତି ସବୁ ଦଳ । ଏହାରି ଭିତରେ ବେଶ୍ ସରଗମର ହୋଇଛି ଗଞ୍ଜାମ ଜିଲ୍ଲା ରାଜନୀତି । ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପରେ ପୁଣି ସକ୍ରିୟ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀରେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଭୋଟରଙ୍କ ମନକୁ ଛୁଇଁବା ପାଇଁ କସରତ ଆରମ୍ଭ କରିଛନ୍ତି । ପରୋକ୍ଷ ଭାବେ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହି ଆସୁଥିବା ଗୋପାଳପୁର ବିଧାୟକ ପୁଣିଥରେ ଶାସକ ଦଳକୁ ସମାଲୋଚନା କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ଯୋଗ ଦେବା ପାଇଁ ଆସିଥିବା ବେଳେ ଶାସକ ଦଳକୁ ସମାଲୋଚନା କରି କହିଛନ୍ତି ବିଜେପି ଯୋଡୁଛି, ବିଜେଡି ଛିଡୁଛି ।
ବିଜେପିରେ ଶକ୍ତି ବଢୁଛି-ବିଜେଡିରେ ଶକ୍ତି ଛିଡୁଛି : ସୂଚନା ଅନୁସାରେ, ଗୋପାଳପୁର ନିର୍ବାଚନ ମଣ୍ଡଳୀର ମାଣ୍ଡିଆପଲ୍ଲୀଠାରେ ଏକ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଥିଲେ ବିଜେପିରେ ଯୋଗ ଦେଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା ବେଳେ ଆଗାମୀ ଦିନରେ ଭଲ ଖୁସି ଖବର ମିଳିବା ନେଇ ସେ କହିଥିଲେ । ଏହାସହ ସେ କହିଥିଲେ, "ଅରେଞ୍ଜ ଇଜ୍ ଅରେଞ୍ଜ ..ଅରେଞ୍ଜ ରିଭୋଲେସନ ଇଜ୍ ଅନ୍ । ସୁନାମି ଆସୁଛି, ଦେଖାଯାଉଛି.. କିଛି ଝଡ଼ ମଧ୍ୟ ହୋଇଛି । ବିଜେପି ଯୋଡୁଛି ଆଉ ବିଜେଡି ଛିଡୁଛି । ବିଜେପିରେ ଶକ୍ତି ବଢୁଛି, ବିଜେଡିରେ ଶକ୍ତି ଛିଡୁଛି ।"
ଏହା ମଧ୍ୟ ପଢନ୍ତୁ: ବିଜେଡି ଯଦି ଦମ ଅଛି କୁହନ୍ତୁ ଏକାକୀ ଲଢ଼ିବେ: ପ୍ରଦୀପ ପାଣିଗ୍ରାହୀ