ଓଡିଶା

odisha

ବୋଲ ମାନୁନି ବନାଗ୍ନି, ନାକେଦମ ବନବିଭାଗ - FOREST FIRE IN ODISHA

By ETV Bharat Odisha Team

Published : Apr 18, 2024, 8:32 PM IST

FOREST FIRE IN ODISHA: ଓଡ଼ିଶା ଜଙ୍ଗଲରେ ନିଆଁ । ନିଆଁକୁ ଲିଭାଇବା ପାଇଁ ବନ ବିଭାଗ ନାକେଦମ ହେଲାଣି । ସାଟେଲାଇଟ୍ ମାଧ୍ୟମରେ ନିଆଁ ଲାଗିଥିବା ପଏଣ୍ଟର ସୂଚନା ପାଉଛି ବନ ବିଭାଗ । ଗତକାଲି ସୁଦ୍ଧା 11 ହଜାର 367 ପଏଣ୍ଟରେ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

ରାଜ୍ୟରେ ଗ୍ରୀଷ୍ମ ତାତି ସାଙ୍ଗକୁ ଜଙ୍ଗଲ ନିଆଁ ତାତି ,ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ
ରାଜ୍ୟରେ ଗ୍ରୀଷ୍ମ ତାତି ସାଙ୍ଗକୁ ଜଙ୍ଗଲ ନିଆଁ ତାତି ,ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ

ରାଜ୍ୟରେ ଗ୍ରୀଷ୍ମ ତାତି ସାଙ୍ଗକୁ ଜଙ୍ଗଲ ନିଆଁ ତାତି ,ଆୟତ୍ତକୁ ଆସୁନି ଜଙ୍ଗଲ ନିଆଁ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ତାତି ସାଙ୍ଗକୁ ଧୀରେ ଧୀରେ ବଢୁଛି ଜଙ୍ଗଲ ନିଆଁ । ଚଳିତ ବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ । ବିଶେଷ ଭାବରେ ଓଡ଼ିଶାରେ ଥିବା ବିଭିନ୍ନ ଘଞ୍ଚ ଜଙ୍ଗଲ ପୋଡ଼ି ପାଉଁଶ ହେଇଯାଉଛି । ଜଙ୍ଗଲ ନିଆଁ ଫଳରେ ଗଛଲତା ପୋଡିବା ସହିତ ବନ୍ୟ ଜୀବଜନ୍ତୁ ମଧ୍ୟ ମୃତ୍ୟୁ ଘଟୁଛି । ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଖୁବ୍ କମ୍ ପଏଣ୍ଟରେ ନିଆଁ ଲାଗିଥିଲେ ମଧ୍ୟ ଏବେ ବି ଓଡ଼ିଶା ଜଙ୍ଗଲରେ ହୁତୁହୁତୁ ହୋଇ ଜଳୁଛି ।

ଗତବର୍ଷ ଏପ୍ରିଲ 17 ତାରିଖ ସୁଦ୍ଧା 31 ହଜାର 210 ପଏଣ୍ଟରେ ନିଆଁ ଲାଗିଥିବାବେଳେ ଚଳିତ ବର୍ଷ ଗତକାଲି ସୁଦ୍ଧା 11 ହଜାର 367 ପଏଣ୍ଟରେ ନିଆଁ ଲାଗିଛି । ଏନେଇ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଯେ, ଆମେ ନିଆଁକୁ ନିର୍ବାପିତ କରିବା ପାଇଁ ସମସ୍ତ ପଦକ୍ଷେପ ନେଉଛୁ । ରାଜ୍ୟରେ ନିଆଁ ଲିଭେଇବା ପାଇଁ 370 ଫାୟାର ସ୍କ୍ବାର୍ଡଙ୍କ ନିୟୋଜିତ କରାଯାଇଛି । ସେଥିପାଇଁ ମଧ୍ୟ 330ଟି ଗାଡ଼ିର ବ୍ୟବସ୍ଥା ହୋଇଛି । ସ୍କ୍ୱାର୍ଡମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଗ୍ଲୋଭ ,ସୁରକ୍ଷା କିଟ୍ ଯୋଗେଇ ଦିଆଯାଉଛି । ମୋଟ ଆକାରରେ 2400 ସୁରକ୍ଷା କିଟ୍ ସାଙ୍ଗକୁ 4800 ଗ୍ଲୋଭ ଦିଆଯାଇଛି ।

ସେହିପରି ପ୍ରଯୁକ୍ତି ବିଜ୍ଞାନ ସହାୟତାରେ ଗାର୍ଡ ଲେବଲ୍ ପର୍ଯ୍ୟନ୍ତ ପ୍ରାୟ 10 ହଜାର କର୍ମଚାରୀଙ୍କ ମୋବାଇଲକୁ ଓମଏଫ୍ଏସ ପୋର୍ଟାଲରେ ରେଜିଷ୍ଟର କରାଯାଇଛି । କେଉଁଠି ବି ନିଆଁ ଲାଗିଲେ ସଙ୍ଗେ ସଙ୍ଗେ ସଟେଲାଇଟ୍ ମାଧ୍ୟମରୁ ନିଆଁ ଲାଗିଥିବା ପଏଣ୍ଟର ସୂଚନା ମିଳିପାରୁଛି । ବିଗତ ବର୍ଷ ତୁଳନାରେ ନିଆଁ ଲାଗି ଆଫ୍ରେକ୍ଟେଡ ଅଞ୍ଚଳର ମାତ୍ର କମିଛି । ପୂର୍ବରୁ ନିଆଁ ଲାଗିବା ପରେ ଆଫ୍ରେକ୍ଟେଡ୍ ଅଞ୍ଚଳର ପଏଣ୍ଟ 5 ଥିବାବେଳେ ଏବେ ତାହା କମି ପଏଣ୍ଟ 25 ରହିଛି ।

ଏହା ମଧ୍ୟ ପଢନ୍ତୁ .....ବର୍ଷା କମେଇଛି ଜଙ୍ଗଲ ନିଆଁ, ତଥାପି ବର୍ତ୍ତମାନ ସୁଦ୍ଧା 8000 ଜାଗାରେ ଜଳୁଛି ଜଙ୍ଗଲ ! - Forest Dept To Tackle Forest Fire

ବର୍ତ୍ତମାନ ସମୟରେ ଜଙ୍ଗଲରେ ଲାଗୁଥିବା ନିଆଁର 99 ପ୍ରତିଶତ ମନୁଷ୍ୟକୃତ । ଯେଉଁ ସ୍ଥାନରେ ଲୋକମାନେ ନିଆଁ ଲାଗୁଥିବା ନେଇ ସୂଚନା ମିଳୁଛି । ସେଠାରେ ତୁରନ୍ତ ଲୋକଙ୍କ ବିରୋଧରେ ଆକ୍ସନ ନିଆଁ ଯାଉଛି । ଜଙ୍ଗଲରେ ମହୁଆ, କେନ୍ଦୁପତ୍ର,ପୋଡୁ ଚାଷ ପାଇଁ ଲୋକମାନେ ନିଆଁ ଲଗାଉଛନ୍ତି ଲୋକ । ପ୍ରତିବର୍ଷ ପ୍ରାୟ 100 ମାମଲା ଲୋକଙ୍କୁ ବିରୋଧରେ ରୁଜୁ ହେଉଛି । ଏନେଇ ଲୋକଙ୍କୁ ବାରମ୍ବାର ସଚେତନତା କରାଯାଉଛି । ସେଥିପାଇଁ ମଧ୍ୟ ସ୍ବତନ୍ତ୍ର ଆଡଭାଇଜରୀ ମଧ୍ୟ ଜାରି ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details