ଓଡିଶା

odisha

ମୁଣ୍ଡ ଉପରେ ନିର୍ବାଚନ, ସ୍ବଚ୍ଛ ଅବାଧ ମତଦାନ ପାଇଁ ତୟାର ବୌଦ୍ଧ ପ୍ରଶାସନ - ELECTION PREPARATION

By ETV Bharat Odisha Team

Published : Apr 6, 2024, 9:29 AM IST

Boudh Election Preparation: ଚଳିତ ନିର୍ବାଚନକୁ ନେଇ ବୌଦ୍ଧ ଜିଲ୍ଲା ପ୍ରଶାସନର ବଢିଛି ଚିନ୍ତା । ଜିଲ୍ଲାରେ ସ୍ବଚ୍ଛ, ମୁକ୍ତ ଏବଂ ଅବାଧ ମତଦାନ ଉପରେ ପ୍ରଶାସନ ଅଧିକ ଗୁରୁତ୍ବ ଦେଇଛି । ଏଥିପାଇଁ ଜିଲ୍ଲାରେ ଫ୍ଲାଗମାର୍ଚ୍ଚ କରାଯାଇଛି । ଅଧିକ ପଢନ୍ତୁ

ବୌଦ୍ଧ ଜିଲ୍ଲା ପ୍ରଶାନର ନିର୍ବାଚନ ପ୍ରସ୍ତୁତି, ମାଓ ପ୍ରଭାବିତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ
ବୌଦ୍ଧ ଜିଲ୍ଲା ପ୍ରଶାନର ନିର୍ବାଚନ ପ୍ରସ୍ତୁତି, ମାଓ ପ୍ରଭାବିତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ

ବୌଦ୍ଧ ଜିଲ୍ଲା ପ୍ରଶାନର ନିର୍ବାଚନ ପ୍ରସ୍ତୁତି, ମାଓ ପ୍ରଭାବିତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ

ବୌଦ୍ଧ:ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ପ୍ରଶାସନ । ଜିଲ୍ଲାରେ କଣ୍ଟାମାଳ ଓ ବୌଦ୍ଧ ଭଳି ୨ଟି ନିର୍ବାଚନ ମଣ୍ଡଳୀ ରହିଛି । ଉଭୟ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ନାଁ ଘୋଷଣା ସରିଛି । ଯାହାକୁ ନେଇ ସମସ୍ତ ଶିବିରରେ ପ୍ରସ୍ତୁତି ଜୋରଦାର ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇ ଥିବାବେଳେ ଆଚରଣବିଧି ଉପରେ ଜିଲ୍ଲା ନିର୍ବାଚନ ବିଭାଗ କଡ଼ା ନଜର ରଖିଛି । ବିଶେଷ ଭାବରେ ସ୍ବଚ୍ଛ, ମୁକ୍ତ, ଅବାଧ ମତଦାନ ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ବ ଦେଇଛି ।

ବୌଦ୍ଧ ପୋଲିସ ଜିଲ୍ଲାର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ତଥା ମାଓ ପ୍ରଭାବିତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ ଜାରି ରଖିଛି । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ ସମସ୍ତ ପଦକ୍ଷେପ ନେଇଛି । ଅବାଧ ତଥା ଭୟ ମୁକ୍ତ ମତଦାନ ପାଇଁ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଛି ପ୍ରଶାସନ । ବୌଦ୍ଧ ଜିଲ୍ଲାର ଉଭୟ କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ସରଗରମ ହେବାରେ ଲାଗିଛି ରାଜନୀତି । ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡ଼ି ସମେତ ବିଜେପି ଓ କଂଗ୍ରେସ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଜଗତସିଂହପୁରରେ ଭୋଟ୍ ଦେବେ ୫୧ ହଜାର ୬୦୦ ନୂଆ ଭୋଟର - Odisha Assembly Election

ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ କରିଛନ୍ତି । ବିଶେଷ ଭାବରେ ଯୁବ ବର୍ଗ ତଥା ନୂତନ ଭୋଟରଙ୍କୁ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ପାଇଁ ଆହ୍ବାନ ଦିଆଯାଇଛି । ସେହିିପରି ବିଭିନ୍ନ ସ୍କୁଲ କଲେଜର ଏନସିସି କ୍ୟାଡ଼େଡମାନଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା ମଧ୍ୟ କରାଯାଇଛି ।ସେପଟେ ଆଗକୁ ଆହୁରି ଅଧିକ ଗ୍ରୀଷ୍ମପ୍ରବାହ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ତେବେ ବର୍ତ୍ତମାନ ସମୟରେ ଆଚରଣବିଧି ଲାଗୁ ହୋଇଥିଲେ ମଧ୍ୟ ଜିଲ୍ଲାର ଅନେକ ସ୍ଥାନରେ ସରକାରୀ ଯୋଜନାର ବିଜ୍ଞାପନର ହୋର୍ଡିଂ ହଟିନାହିଁ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରି କଡ଼ା ପଦକ୍ଷେପ ଗ୍ରହଣ କରୁଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details