ETV Bharat / state

ଜଗତସିଂହପୁରରେ ଭୋଟ୍ ଦେବେ ୫୧ ହଜାର ୬୦୦ ନୂଆ ଭୋଟର - Odisha Assembly Election

author img

By ETV Bharat Odisha Team

Published : Apr 5, 2024, 9:42 AM IST

New voters in Jagatsinghpur: ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଜଗତସିଂହପୁର ଜିଲ୍ଲାରେ ଭୋଟ ଦେବେ ୫୧ ହଜାର ୬୦୦ ନୂଆ ଭୋଟର । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଜଗସିଂହପୁର: 2024 ସାଧାରଣ ନିର୍ବାଚନରେ ଜଗତସିଂହପୁର ଜିଲ୍ଲାରେ ଭୋଟ ଦେବେ 51,611 ନୂତନ ଭୋଟର । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ନିର୍ବାଚନ କମିଶନଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ମତଦାନକୁ ନେଇ ନୂଆ ଭୋଟରମାନଙ୍କ ମଧ୍ୟରେ ଅହେତୁକ ଉତ୍ସାହ ସୃଷ୍ଟି ହୋଇଛି । ଗତ 2019 ସାଧାରଣ ନିର୍ବାଚନରେ ଜିଲ୍ଲାରେ ମୋଟ 9,04,099 ଜଣ ମତଦାତା ଥିଲେ । ମାତ୍ର ଚଳିତ ସାଧାରଣ ନିର୍ବାଚନରେ ଏହି ସଂଖ୍ୟା 9,55,710କୁ ପହଞ୍ଚିଛି, ଯେଉଁଥିରେ ନୂତନ ଭୋଟର 51,611 ଜଣ ରହିଛନ୍ତି ।

ଜଗତସିଂହପୁର ଜିଲ୍ଲାର 4ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ 101 ପାରାଦ୍ଵୀପରେ 2019 ନିର୍ବାଚନରେ 2,07,867 ଜଣ ମତଦାତା ଥିବାବେଳେ 2024 ନିର୍ବାଚନରେ 2,18,893 ଜଣ ମତଦାତା ଅଛନ୍ତି । ସେହିପରି 102 ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ 2019ରେ 2,34,179 ଜଣ ମତଦାତା ଥିବାବେଳେ ଚଳିତ ନିର୍ବାଚନ ପାଇଁ 2,48,241 ଜଣ ମତଦାତା ପଞ୍ଜିକୃତ ହୋଇଛନ୍ତି । 103 ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ 2019 ନିର୍ବାଚନରେ 2,50,843 ଜଣ ମତଦାତା ଥିଲେ ଯାହା 2024ରେ 2,69,214 ଜଣରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ : ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

ଏହା ମଧ୍ୟ ପଢନ୍ତୁ : ଜଗତସିଂହପୁରକୁ ପୁରିଲା 30 ବର୍ଷ: ବିକାଶ ଆଗେଇଛି କମ୍‌ ଝୁଣ୍ଟିଛି ବେଶୀ - Establishment Day Of Jagatsinghpur

ଅନୁରୂପ ଭାବେ 104 ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ 2019ରେ 2,11,210 ଜଣ ମତଦାତା ଥିବାବେଳେ 2024ରେ 2,19,362 ଜଣ ମତଦାତା ରହିଛନ୍ତି । ସମୁଦାନ ନୂତନ ଭୋଟରଙ୍କ ମଧ୍ୟରୁ 18,364 ଜଣ ନୂତନ ପୁରୁଷ ମତଦାତା ଓ 33,265 ଜଣ ନୂତନ ମହିଳା ମତଦାତା ପଞ୍ଜୀକୃତ ହୋଇଥିବା ବେଳେ ତୃତୀୟ ଲିଙ୍ଗୀ ମତଦାତାଙ୍କ ସଂଖ୍ୟା 115 ରୁ 97କୁ ହ୍ରାସ ପାଇଛି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମେ ୧୩, ୨୦, ୨୫ ଏବଂ ଜୁନ ୧ ତାରିଖରେ ନିର୍ବାଚନ ହେବ । ଜୁନ ୧ରେ ଜଗତସିଂହପୁର ଜିଲ୍ଲାରେ ମତଦାନ ରହିଛି । ଏଥର ଶତ ପ୍ରତିଶତ ମତଦାନ ପାଇଁ ଲୋକଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଟିକେଟ୍‌ ପାଇ ଉତ୍ସାହିତ ଜଗତସିଂହପୁର ବିଜେଡି ପ୍ରାର୍ଥୀ, ଅମରେନ୍ଦ୍ରଙ୍କ ସମର୍ଥକ ନିରାଶ - BJD Candidate List

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.