ଓଡିଶା

odisha

ପ୍ରଦୀପ ମାଝୀ ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ କରିଛନ୍ତି: ବଳଭଦ୍ର ମାଝୀ - Model Code of Conduct

By ETV Bharat Odisha Team

Published : Apr 30, 2024, 11:20 AM IST

Allegations Against Pradeep Majhi: ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ପ୍ରଦୀପ ମାଝୀ । ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି ବଳଭଦ୍ର ମାଝୀ । ଅଧିକ ପଢନ୍ତୁ

BJP LEADER BALABHADRA MAJHI
BJP LEADER BALABHADRA MAJHI

BJP LEADER BALABHADRA MAJHI

ନବରଙ୍ଗପୁର: ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ କରିଛନ୍ତି ବିଜେଡି ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ସମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ବିବାଦୀୟ ଏଡିଟ ଭାଇରାଲ ଭିଡିଓକୁ ନେଇ ଦେଶରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ଭିଡିଓ ଉପରେ ଜନସଭାରେ ମନ୍ତବ୍ୟ ଦେଇ ପ୍ରଦୀପ ମାଝୀ ଆଚାରଣ ବିଧି ଉଲ୍ଲଂଘନ କରିଥିବା ସେ କହିଛନ୍ତି । ଏଥି ସହ ଭିକେ ପଣ୍ଡିଆନ ପ୍ରଚାର ସମୟରେ ତାଙ୍କ ଗସ୍ତ ସରକାରୀ ପାଣ୍ଠି ନା ବିଜୁ ଜନତା ଦଳର ପାଣ୍ଠିରୁ ଖର୍ଚ୍ଚ ହେଉଛି ତାହା ଜଣାଇବାକୁ ଦାବି କରିଛନ୍ତି ବଳଭଦ୍ର ମାଝୀ ।

ଏହା ମଧ୍ୟ ପଢନ୍ତୁ-ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି - Violating Model Code Of Conduct

ବଳଭଦ୍ର ମାଝୀ କହିଛନ୍ତି, ''କୋଟପାଡ଼ ଠାରେ ଆୟୋଜିତ ବିଜେଡିର ଜନସଭାରେ ପ୍ରଦୀପ ମାଝି ସାମିଲ ହୋଇ ଅମିତ ଶାହଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ତେଲେଙ୍ଗାନାର କୌଣସି କାର୍ଯ୍ୟକ୍ରମରେ ଅମିତ ଶାହ କହିଛନ୍ତି ବିଜେପି ସରକାର ପୁନର୍ବାର ସରକାରକୁ ଆସିଲେ ଏସଟି, ଏସସି ଓ ଓବିସି ଆରଂକ୍ଷଣ ଶେଷ କରି ଦେବେ । ଏହା ବିଜୁ ଜନତା ଦଳର ହିନ ମାନସିକତାକୁ ଦର୍ଶାଉଛି । ଯେଉଁଟାକି ନିର୍ବାଚନ ଆଚାରଣ ବିଧି ଉଲ୍ଲଂଘନ ଦଫା ଲାଗି ପାରିବ । ଏନେଇ ମୁଁ ଅବଜରଭରଙ୍କୁ ଜଣାଇଛି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ । ଏଥିସହ ପ୍ରଦୀପ ମାଝୀ ବିଜେପି ଓ ମୋ ବିରୋଧରେ ବହୁ ମିଥ୍ୟା ଆରୋପ ଆଣିଛନ୍ତି । ଯାହା ନିର୍ବାଚନ ସଂହିତାର ଉଲ୍ଲଂଘନ ।''

ଏହା ମଧ୍ୟ ପଢନ୍ତୁ-ଆଚରଣ ବିଧି ମାନୁନାହାନ୍ତି ଉମାକାନ୍ତ ! ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରସ୍ଥ ହେଲା ବିଜେପି - Poll Code Violation

ସେ ଆହୁରି ମଧ୍ୟ କହିଛନ୍ତି, ''ଭିକେ ପଣ୍ଡିଆନ ବିଜେଡି ଦଳର ସଦସ୍ୟତା ଗ୍ରହଣ ପରେ ୫ ଟି ଅଧ୍ୟକ୍ଷ ପଦବୀରେ ରହିବା ଉଚିତ ନୁହଁ । କିନ୍ତୁ ସେ ୫ ଟି ଅଧ୍ୟକ୍ଷ ଭାବେ ନିର୍ବାଚନୀ ସଭାରେ ବିଜେଡି ପ୍ରଚାର କରୁଛନ୍ତି ଏବଂ ତାଙ୍କ ଗସ୍ତ ସରକାରୀ ପାଣ୍ଠି ନା ବିଜୁ ଜନତା ଦଳର ପାଣ୍ଠିରୁ ଖର୍ଚ୍ଚ ହେଉଛି ତାହା ଆମେ ଜାଣିବାକୁ ଚାହୁଁ । ଯଦି ସରକାରୀ ଖର୍ଚ୍ଚରେ ହେଉଛି ତେବେ ଏହାକୁ ଦୁର୍ନୀତି ବୋଲି ଧରାଯିବ । ତାଙ୍କ ଗସ୍ତ ଖର୍ଚ୍ଚକୁ ବିଜୁ ଜନତା ଦଳର ନିର୍ବାଚନ ଖର୍ଚ୍ଚରେ ସାମିଲ କରାଯାଉ ।''

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details