ETV Bharat / politics

ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି - Violating Model Code Of Conduct

author img

By ETV Bharat Odisha Team

Published : Apr 10, 2024, 9:55 PM IST

Violation of Code Of Conduct In Puri: ବିଜେଡିର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆଣିଛି ବିଜେପି । ପୁରୀ ସଦରର ୧୧ ଟି ପଞ୍ଚାୟତର CRP ଓ MBKଙ୍କୁ ନେଇ ବୈଠକ କରିଥିବା ନେଇ ବିଜେପିର ଅଭିଯୋଗ । ଅଧିକ ପଢନ୍ତୁ

ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି
ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି

ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି

ପୁରୀ: ପୁରୀରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନର ଅଭିଯୋଗ ଆସିଛି ଶାସକ ବିଜୁ ଜନତା ଦଳ ବିରୋଧରେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରାର୍ଥୀ ହେଇଥିବା ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆଣିଛି ବିଜେପି । ବିଜେପି ଅଭିଯୋଗ ଅନୁସାରେ ପୁରୀର ଅଠରନଳାରେ ଥିବା ମଦନ କଲ୍ୟାଣ ମଣ୍ଡପରେ ବ୍ରହ୍ମଗିରି ର ବିଜେଡ଼ିର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପୂରୀ ସଦର ବ୍ଲକର 11 ଟି ପଞ୍ଚାୟତର ସିଆରପି, ଏମବିକେଙ୍କୁ ଡକାଯାଇ ଏକ ବୈଠକ ଆୟୋଜନ କରାଯାଇଥିଲା । ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ । ତେବେ ଆଗାମୀ ନିର୍ବାଚନ ରେ କିଭଳି ଭୋଟରଙ୍କୁ ପ୍ରଭାବିତ କରିହେବ, କିଭଳି ଟଙ୍କା ବଣ୍ଟନ କରିହେବ ସେ ନେଇ ବୈଠକ ବସିଥିବା ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଛନ୍ତି ।

ଟଙ୍କା ବଣ୍ଟନ ପାଇଁ ଆସିଥିଲେ ମଧ୍ୟ ଫ୍ଲାଇଙ୍ଗ ସ୍କ୍ବାର୍ଡ ଏହାକୁ ଜବତ କରିନାହିଁ । ପୋଲିସ୍ ଓ ପ୍ରଶାସନ ବିଜେଡିକୁ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବିଜେପି ଅଭିଯୋଗ ଆଣିଛି । ତେବେ ପୁରୀ ଜିଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର ଏହାକୁ ଦାୟିତ୍ଵ ନେଇ ପ୍ରତ୍ୟକ୍ଷ ଭାବେ ପରିଚାଳନା କରୁଥିଲେ । ହେଲେ ପୋଲିସ୍ ଓ ସ୍କ୍ବାର୍ଡ ସବୁ ଜାଣି ମଧ୍ୟ ତାଙ୍କୁ ପଚରାଉଚରା ନ କରିବା ଦୁର୍ଭାଗ୍ୟର ବିଷୟ ବୋଲି ବିଜେପି ଅଭିଯୋଗ ଆଣିଛି । ତେବେ ବିଜେଡି ନେତା ମାନେ ଖୁଲମ୍ ଖୁଲା ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବେଳେ ଏହା ବିରୋଧ କଡ଼ା କାର୍ଯ୍ୟନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବିଜେପି ବ୍ୟାପକ ପ୍ରତିବାଦ କରିବ ବୋଲି ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି । ସେପଟେ ବିଜେପି କର୍ମୀ କହିଛନ୍ତି ବ୍ରହ୍ମଗିରିର ବିଜେଡିର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ପତ୍ନୀ ନିଜେ ମଦନ ମଣ୍ଡପରେ ରହି ବୈଠକ ପରିଚାଳନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ଖୋର୍ଦ୍ଧା ଓ ବେଗୁନିଆରେ ଛିଣ୍ଡୁନି ତିନି ଦଳର ଅଙ୍କ: ଆଶାୟୀଙ୍କ ଛାତି ଧଡ଼ଧଡ଼ - Odisha Assembly Election 2024

ତେବେ ଏହି ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଫ୍ଲାଇଙ୍ଗ ସ୍କ୍ବାର୍ଡକୁ ଖବର ଦେଲା ପରେ ମଧ୍ୟ ଜାଣିଶୁଣି ବିଳମ୍ବରୁ ଆସିବାରୁ ସବୁ ପକାଇ ଯିବାରେ ସକ୍ଷମ ହେଇଥିଲେ । ଏଣୁ ପ୍ରଶାସନ ଶାସକ ଦଳକୁ ସମ୍ପୂର୍ଣ ସୁରକ୍ଷା ଦେଉଥିବା ବିଜେପି କର୍ମୀ ଅଭିଯୋଗ ଆଣିଛନ୍ତି । ସେପଟେ ବିଜେପିର ଅଭିଯୋଗକୁ ପୁରୀ ଜିଲ୍ଲା ବିଜେଡ଼ିର ସଭାପତି ଦିବାକର ପାତ୍ର ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହି ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ । ସେଠାର ବିଜେଡିର କୌଣସି କାର୍ଯ୍ୟକ୍ରମ ନ ଥିଲା । ସେଠାରେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ କାର୍ଯକ୍ରମ ଥିଲା । ସେଠାକୁ କିଏ ଆସିଥିଲେ ତାହା ଜଣା ନାହିଁ । ତେବେ ନିର୍ବାଚନରେ ବିଜେଡିକୁ ବଦନାମ କରିବା ପାଇଁ ବିଜେପିର ଏହା ଷଡ଼ଯନ୍ତ୍ର । ଏହି ଭିତ୍ତିହୀନ ଅଭିଯୋଗର କୌଣସି ପ୍ରଭାବ ପଡ଼ିବ ନାହିଁ । ଆଗାମୀ ନିର୍ବାଚନରେ ବିଜେଡି ବିପୁଳ ବିଜୟ ହାସଲ କରିବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.