ବୌଦ୍ଧ:ମାଓ ଅଧ୍ୟୁଷିତ ଅଞ୍ଚଳରେ ସଚେତନ କରାଇଲା ପ୍ରଶାସନ । ଗତକାଲି ସାଧାରଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ପୋଲିସ ପକ୍ଷରୁ ଉପାନ୍ତ ଅଞ୍ଚଳରେ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରାଯାଇଛି । ଜିଲ୍ଲାର ନକ୍ସଲ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛି ପୋଲିସ ପ୍ରଶାସନ । ଗତକାଲି ସାରା ଦେଶ ୭୫ ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି । ଏହି ଅବସରରେ ହିଂସାର ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମାଓ ସଂଗଠନକୁ ଆହ୍ବାନ ଦେଇଛି ଜିଲ୍ଲା ପୋଲିସ ।
ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ । ଗଣତନ୍ତ୍ରକୁ ଅଧିକ ସୁଦୃଢ କରିବାକୁ ଜିଲ୍ଲା ପୋଲିସ ମାଓ ସଂଗଠନକୁ ହିଂସାର ରାସ୍ତା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆହ୍ବାନ ଦେଇଛି । ତେବେ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ମାଓ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ଶଗଡ଼ା ପଞ୍ଚାୟତଠାରେ 'ଜନ ମୈତ୍ରୀ ଅଭିଯାନ'ର ଆୟୋଜନ କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସ୍ଥାନୀୟ ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିଛି ପ୍ରଶାସନ । ପ୍ରଶାସନର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
ଏହା ମଧ୍ୟ ପଢନ୍ତୁ...କନ୍ଧମାଳରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ଅର୍ଥ ମନ୍ତ୍ରୀ