ଓଡିଶା

odisha

ନୂଆ ରୂପ ପାଇବ ବାରବାଟୀ: ସମୀକ୍ଷା କଲେ 5ଟି ଅଧ୍ୟକ୍ଷ, 27ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Feb 21, 2024, 11:42 AM IST

Cuttack Barabati Stadium Renovation: ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଷ୍ଟାଡିୟମରେ ପହଞ୍ଚି ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ପାଣ୍ଡିଆନ। 27ରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ନୂଆ ରୂପ ପାଇବ ବାରବାଟୀ
ନୂଆ ରୂପ ପାଇବ ବାରବାଟୀ

କଟକ:ବାରବାଟୀ ଷ୍ଟାଡିୟମର ହେବ ନବକଳେବର । ଆଜି ସକାଳୁ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଓସିଏର ସମସ୍ତ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି ପାଣ୍ଡିଆନ। ଏହାସହ ଷ୍ଟାଡିଅମରେ ସମସ୍ତ ଗ୍ୟାଲେରୀର ବ୍ଲୁ ପ୍ରିଣ୍ଟକୁ ତର୍ଜମା କରିଛନ୍ତି 5ଟି ଅଧ୍ୟକ୍ଷ । ତେବେ କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯିବ ବୋଲି ଜଣାପଡିଛି। ଆସନ୍ତା 27 ତାରିଖରେ ବାରବାଟୀ ନବକଳେବର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ବାରବାଟୀର ନୂଆ ଲୁକ୍ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିସିସିଆଇ ଏବଂ ଓସିଏର ମିଳିତ ଉଦ୍ୟମରେ ଏହି ବଡ଼ ପ୍ରୋଜେକ୍ଟର ଶୁଭାରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । 600 ରୁ 700 କୋଟି ଟଙ୍କା ବ୍ୟୟ ଅଟକଳରେ ଷ୍ଟାଡିୟମ ହେବ ପୁନଃ ନିର୍ମାଣ ହେବ । ସେହିପରି ପ୍ରୋଜେକ୍ଟ ରିପୋର୍ଟ ମଧ୍ୟ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ନବକଳେବର ଲାଗି ରାଜ୍ୟ ସରକାର ଓ ଓସିଏର ମିଳିତ ଉଦ୍ୟମରେ ହେବ ଖର୍ଚ୍ଚ। ଷ୍ଟାଡିୟମକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭଙ୍ଗାଯିବ ବୋଲି ଯୋଜନା କରୁଛି ଓସିଏ। ଏନେଇ ଓସିଏ ବାର୍ଷିକ ସାଧାରଣ ପରିଷଦ ବୈଠକରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।

ଏହା ମଧ୍ୟ ପଢନ୍ତୁ...ଗୋଷ୍ଠୀ କନ୍ଦଳ ଛଡ଼ାଇ ନେଇଥିଲା ଆସନ, ଏଥର ବାରବାଟୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବା ଚର୍ଚ୍ଚା

ବର୍ତ୍ତମାନ ରାଜ୍ୟ ସରକାର କଟକର ବିକାଶକୁ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳୁଛି । କଟକବାସୀଙ୍କୁ ନେତାଜୀ ବସ ଟର୍ମିନାଲ ଭେଟି ଦେଇଥିଲେ ରାଜ୍ୟ ସରକାର । ପିଲାଙ୍କ ପାଠପଢା ପାଇଁ ନୂତନ ଲାଇବ୍ରେରୀ ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ 5T ଅଧ୍ୟକ୍ଷ । ବର୍ତ୍ତମାନ ବାରବାଟୀ ଷ୍ଟାଡିୟମର ରୂପରେଖ ପରିବର୍ତ୍ତନ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଅପରପକ୍ଷେ, ନିର୍ବାଚନ ପାଖେଇ ଆସୁଥିବାବେଳେ ବାରବାଟୀ ନିର୍ବାଚନ ମଣ୍ଡଳୀରୁ ଏଥର କିଏ ହେବ ବିଜେଡି ବିଧାୟକ ପ୍ରାର୍ଥୀ ସେନେଇ ଚର୍ଚ୍ଚା ଜୋର ଧରିଛି । ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବାପରେ ଏହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । କାରଣ ଦେବାଶିଷ ଏଠାରୁ ବିଧାୟକ ପ୍ରାର୍ଥୀ ହେବା ପାଇଁ ନିଜର ସଂଗଠନ ଜୋରଦାର କରୁଥିଲେ ବୋଲି କୁହାଯାଉଥିଲା । ହେଲେ ଶେଷ ସମୟରେ ଦଳ ତାଙ୍କୁ ରାଜ୍ୟସଭା ପଠାଇଦେବା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି । ଏଭଳି ସ୍ଥିତିରେ ଏହି ନିର୍ବାଚନ ମଣ୍ଡଳୀରେ ଜଣେ ହେଭିୱେଟ ନେତା ବିଜେଡି ପ୍ରାର୍ଥୀ ହେବେ ବୋଲି କୁହାଯାଉଛି । ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଠାରୁ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details