ଓଡିଶା

odisha

T-20 ବିଶ୍ବକପ: 15ଜଣିଆ ସ୍କ୍ବାର୍ଡ ଘୋଷଣା କଲା ଦକ୍ଷିଣ ଆଫ୍ରିକା, ମାର୍କ୍ରମ କ୍ୟାପଟେନ୍ - T20 World Cup 2024

By ETV Bharat Odisha Team

Published : Apr 30, 2024, 2:29 PM IST

T20 World Cup 2024: ଦ୍ବିତୀୟ ଦଳ ଭାବେ ଟି-20 ବିଶ୍ବକପ ପାଇଁ 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା ଦକ୍ଷିଣ ଆଫ୍ରିକା । ଏଡେନ ମାର୍କ୍ରମ ନେତୃ୍ତ୍ବରେ ବିଶ୍ବକପ ଖେଳିବ ଦଳ । ଅଧିକ ପଢନ୍ତୁ

Etv Bharat
Etv Bharat

ହାଇଦ୍ରାବାଦ:ଆଉ 32 ଦନ ପରେ ଆରମ୍ଭ ହେବ T20 ବିଶ୍ବକପ । ନ୍ୟୁଜିଲାଣ୍ଡ ପରେ ଦ୍ବିତୀୟ ଦଳ ଭାବେ 15 ଜଣିଆ ସ୍କ୍ବାର୍ଡ ଘୋଷଣା କଲା ଦକ୍ଷିଣ ଆଫ୍ରିକା । ଦଳର ଅଧିନାୟକ ଭାର ସମ୍ବାଳିବେ ଏଡେନ ମାର୍କ୍ରମ । ପ୍ରଥମ ଥର ପାଇଁ ଟି 20 ବିଶ୍ବକପରେ ମାର୍କ୍ରମଙ୍କ ନେତୃତ୍ବରେ ମ୍ୟାଚ ଖେଳିବ ଦଳ । ଦଳରେ ଅନରିଚ ନର୍ଟେଜ ଓ କ୍ୱିଣ୍ଟନ୍ ଡି କକଙ୍କୁ ସ୍ଥାନ ମିଳିଛି । ଏହି ଦୁଇ ଖେଳାଳି କ୍ରିକେଟ ଦକ୍ଷିଣ ଆଫ୍ରିକାର କେନ୍ଦ୍ରୀୟ ଚୁକ୍ତିନାମା ତାଲିକାରୁ ବାଦ ପଡିଥିଲେ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ: କାଲି ଘୋଷଣା ହେବ ଭାରତୀୟ ଦଳ, ଆଜି ଚୟନକର୍ତ୍ତାଙ୍କ ବୈଠକ - T20 world cup

ଆହତ ଜନିତ ସମସ୍ୟାରୁ ସେପ୍ଟେମ୍ବର 2023ରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି ନର୍ଟେଜ । ସେହିପରି 2023 ବିଶ୍ବକପ ଖେଳିବା ପରେ ଦିନିକିଆରୁ ଅବସର ଘୋଷଣା କରିଥିଲେ ଡି କକ । 2022ରେ ସେ ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଥିଲେ । ଅନ୍ୟପଟେ ଚଳିତ ଆଇପିଏଲରେ ହେନରିଚ୍‌ କ୍ଲାସେନ୍‌ ଓ ଏଡେନ ମାର୍କ୍ରମ ସନ ରାଇଜର୍ସ ଟିମରେ ଖେଳୁଛନ୍ତି । ଉଭୟଙ୍କ ପ୍ରଦର୍ଶନ ମଧ୍ୟ ଭଲ ରହିଛି । ବିପକ୍ଷ ଦଳକୁ ଚେକ ଦେବାକୁ ଜୋରଦାର ପ୍ରସ୍ତୁତି କରିବ ଦକ୍ଷିଣ ଆଫ୍ରିକା ଦଳ ।

ଏହା ମଧ୍ୟ ପଢନ୍ତୁ-T-20 ବିଶ୍ବକପ: ପ୍ରଥମ ଦଳ ଭାବେ 15ଜଣିଆ ସ୍କ୍ବାର୍ଡ ଘୋଷଣା କଲା ନ୍ୟୁଜିଲାଣ୍ଡ; ୱିଲିୟମସନ କ୍ୟାପଟେନ୍, ଫେରିଲେ ବୋଲ୍ଟ - T20 World Cup 2024

ସାଉଥ ଆଫ୍ରିକା 15 ଜଣିଆ ସ୍କ୍ବାର୍ଡ: ଏଡେନ ମାର୍କ୍ରମ (ଅଧିନାୟକ), ଓଟନୀଲ ବାର୍ଟମ୍ୟାନ୍‌, ଜେରଲ୍ଡ କୋଟଜେ, ହେନରିଚ୍‌ କ୍ଲାସେନ୍‌, କ୍ୱିଣ୍ଟନ୍ ଡି କକ୍, ବିଜର୍ନ ଫୋର୍ଟୁଇନ୍, ରେଜା ହେଣ୍ଡ୍ରିକ୍ସ, ମାର୍କୋ ଜାନସେନ୍, କେଶବ ମହାରାଜ, ଡେଭିଡ ମିଲର, ଅନରିଚ ନର୍ଟେଜ, କାଗିସୋ ରାବାଡା, ରିଆନ ରିକେଲଟନ, ଟ୍ରାବିଜ ଶାମସି, ତ୍ରିଷ୍ଟାନ୍ ଷ୍ଟବ୍ସ୍ |

ଜନୁନ ମାସରେ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ । ଟି20 ବିଶ୍ବକପ ପାଇଁ ପ୍ରଥମ ଦଳ ଭାବେ ଗତକାଲି ନ୍ୟୁଜିଲାଣ୍ଡ 15 ଜଣିଆ ସ୍କ୍ବାର୍ଡ ଘୋଷଣା କରିଥିଲା । ଏହାପରେ ଆଜି ଦ୍ବିତୀୟ ଦଳ ବାବେ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରିଛି । ଆସନ୍ତାକାଲି ଭାରତୀୟ ଦଳ ମଧ୍ୟ ଘୋଷଣା ହୋଇପାରେ ।

ABOUT THE AUTHOR

...view details