ଓଡିଶା

odisha

ବାଲେଶ୍ବରରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ମୋନାଲିସା - BALASORE ASSEMBLY CONSTITUENCY

By ETV Bharat Odisha Team

Published : May 1, 2024, 8:00 PM IST

Balsore Congress Campaign: ବାଲେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ବିଧାୟକ ପ୍ରାର୍ଥିନୀ ମୋନାଲିସା ଲେଙ୍କା ନିଜର ପ୍ରଚାର ଆରମ୍ଭ କରିଛନ୍ତି । ଲୋକଙ୍କୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଦେବା ସହ ଭୋଟ ଭିକ୍ଷା କରୁଛନ୍ତି । ଅଧିକ ପଢନ୍ତୁ

ବାଲେଶ୍ବରରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ମୋନାଲିସା, ଜନତାଙ୍କୁ ବାଣ୍ଟୁଛନ୍ତି ଗ୍ୟାରେଣ୍ଟି କାର୍ଡ
ବାଲେଶ୍ବରରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ମୋନାଲିସା, ଜନତାଙ୍କୁ ବାଣ୍ଟୁଛନ୍ତି ଗ୍ୟାରେଣ୍ଟି କାର୍ଡ

ବାଲେଶ୍ବରରେ ପ୍ରଚାର ଆରମ୍ଭ କଲେ କଂଗ୍ରେସ ପ୍ରାର୍ଥୀ ମୋନାଲିସା, ଜନତାଙ୍କୁ ବାଣ୍ଟୁଛନ୍ତି ଗ୍ୟାରେଣ୍ଟି କାର୍ଡ

ବାଲେଶ୍ବର: ବାଲେଶ୍ବରରେ ପାରଦ ୪୫ ଡିଗ୍ରୀ ପାର ହୋଇଥିବା ବେଳେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ବାଲେଶ୍ବର ସଦର ବିଧାନସଭା ଆସନର କଂଗ୍ରେସ ବିଧାୟିକା ପ୍ରାର୍ଥୀ ମୋନାଲିସା ଲେଙ୍କା ତାଙ୍କର ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ବାଲେଶ୍ବର ସହରର ମିର୍ଜାପୋଖରୀ ଠାରେ ଥିବା ସାଇ ମନ୍ଦିରରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇ ତାଙ୍କର ପ୍ରଚାର ଆରମ୍ଭ କରିଥିଲେ । ଆଖପାଖରେ ଥିବା ଦୋକାନୀମାନଙ୍କୁ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ପ୍ରଦାନ କରିବା ସହ ଚଳିତ ନିର୍ବାଚନରେ ସମର୍ଥନ ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ...କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର, ବିଜେଡି ଓ ବିଜେପି ଉପରେ ବର୍ଷିଲେ ଶ୍ରୀକାନ୍ତ ଜେନା - Congress Campaign In Balasore

ସେ ହାତରେ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ ସାଙ୍ଗକୁ ମହିଳା କଂଗ୍ରେସ କର୍ମୀମାନଙ୍କ ସହ ଏକଜୁଟ ହୋଇ ଘର ଘର ବୁଲି ପ୍ରଚାର କରିଥିଲେ । ସ୍ବାମୀ ସରୋଜ ଲେଙ୍କା ସ୍ତ୍ରୀଙ୍କ ମିଶି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ପ୍ରଚାର ବେଳେ ଲୋକମାନଙ୍କ ସମର୍ଥନ ମିଳୁଥିବା ଏବଂ ସେମାନେ ଏଥର କଂଗ୍ରେସ ପ୍ରତି ନିଜର ମତ ସାଵ୍ୟସ୍ତ କରିବେ ବୋଲି ମୋନାଲିସା ସାମଲ କହିଛନ୍ତି । ଏମିତିକି ବିଜେଡି ଏବଂ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ବୋଲି କହିଥିବା ବେଳେ କାଳେ ସେମାନେ ମେଣ୍ଟ କଲେ କଂଗ୍ରେସ ଫାଇଦା ନେବ ବୋଲି ସେମାନେ ଭିତିରିଆ ମେଣ୍ଟ କରିଥିବା କହିଛନ୍ତି ମୋନାଲିସା । ଯେଉଁକଥା ସାଧାରଣ ଲୋକେ ବୁଝି ସାରିଲେଣି ଏବଂ ଏଥର ନିର୍ବାଚନରେ ଉଚିତ ଜବାବ ଦେବେ ବୋଲି ମୋନାଲିସା କହିଛନ୍ତି ।

ବିଜେଡି ବିଜେପି ମେଣ୍ଟ ହୋଇ ସରକାର ଗଢିବାର ସ୍ବପ୍ନ ଦେଖିଥିବା ବେଳେ ବାଲେଶ୍ବରରେ ପ୍ରାୟତଃ ବେକାରୀ ଯୁବକ ଯୁବତୀମାନଙ୍କୁ ରୋଜଗାର ଦେଉଥିବା କଳ କାରଖାନା ବନ୍ଦ ହୋଇଗଲାଣି ଏବଂ କିଛି ବନ୍ଦ ହେବାକୁ ବସିଲାଣି । ସେଥିପ୍ରତି ଦୁଇଟି ଦଳର ପ୍ରତିନିଧି 10 ବର୍ଷ ଧରି ବାଲେଶ୍ବରବାସୀଙ୍କ ପ୍ରତିନିଧିତ୍ବ କରିଥିବା ବେଳେ କୌଣସି ପଦକ୍ଷେପ ନେଇ ନଥିବା ମୋନାଲିସା ଅଭିଯୋଗ କରିଛନ୍ତି । ସେହିପରି ବାଲେଶ୍ବରରେ ଇଂଜିନିୟରିଂ କଲେଜରେ ପ୍ରତିବର୍ଷ ପିଲା ପାସ କରି ଚାକିରି ନ ପାଇ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି, ବାଲେଶ୍ବରରେ ନିଯୁକ୍ତି ସୁଯୋଗ କଥା ପୂର୍ବରୁ ଦୁଇଟି ଦଳର ନେତାମାନେ ଚିନ୍ତା କରି ନାହାଁନ୍ତି । ଯାହାକି ଏଥର ସାଧାରଣ ଲୋକଙ୍କ ସମର୍ଥନ ଏବଂ ଆଶୀର୍ବାଦ ରହିଲେ ତାହା ପୂରଣ କରାଯିବ ବୋଲି ମୋନାଲିସା କହିଛନ୍ତି । ତେବେ ଆଗାମୀ ଦିନରେ ବିଜେଡି ଏବଂ ବିଜେପିର ପ୍ରାର୍ଥୀ ମାନଙ୍କ ମଧ୍ୟରେ ମୋନାଲିସା କେମିତି ନିଜର ପତିଆରା ବିସ୍ତାର କରୁଛନ୍ତି ତାହାହିଁ ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details