ଓଡିଶା

odisha

ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଦଳୀୟ ଉତ୍ତରୀୟକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

By ETV Bharat Odisha Team

Published : Feb 4, 2024, 10:47 PM IST

Congress Demand Strong Action Against BJD: ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ଦଳୀୟ ଉତ୍ତରୀୟ ଓ ପତାକାକୁ ନେଇ ବିବାଦ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଂଗ୍ରେସର ଦାବି । ଅଧିକ ପଢନ୍ତୁ

ନବୀନ ଓଡିଶା କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ,କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି
ନବୀନ ଓଡିଶା କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ,କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

ନବୀନ ଓଡିଶା କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ସମ୍ପୃକ୍ତି ,କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସର ଦାବି

ଜଗତସିଂହପୁର: 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମକୁ ନେଇ ବିବାଦ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମଧୁସୂଦନପୁର ଶାସନ ପଞ୍ଚାୟତରେ । ଏହି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କ ନିର୍ଦ୍ଦିଷ୍ଟ ଦଳୀୟ ପତାକାକୁ ନେଇ ଦେଖାଦେଇଛି ବିବାଦ । ଏହାପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେଇ ଦାବି ହୋଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନାଁରେ ଦଳର ମାର୍କେଟିଂ କାର୍ଯ୍ୟ ହେଉଥିବା ନେଇ କଂଗ୍ରେସ ଅଭିଯୋଗ କରିଛି ।

ସୂଚନା ଅନୁସାରେ ମଧୁସୂଦନପୁର ଶାସନ ପଞ୍ଚାୟତରେ ଗତ ଶୁକ୍ରବାର ଦିନ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ଜିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ, ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କନକପ୍ରଭା ଲେଙ୍କା ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ବିଧାୟକ ନ ଆସିବାରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ କନକପ୍ରଭା ଲେଙ୍କା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଅଣାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତରେ କାର୍ଯ୍ୟରତ ସି.ଆର.ପି ମାନଙ୍କୁ ଦଳୀୟ ଉତ୍ତରୀୟ ଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଦୁର୍ନୀତିରେ ଉବୁଟୁବୁ ମାଲକାନଗିରି ପୌରପରିଷଦ, ଆନ୍ଦୋଳନ ଚେତାବନୀ ଦେଲା କଂଗ୍ରେସ

ଏହି ଫଟୋ ଭାଇରାଲ ହେବାପରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜିଲ୍ଲା ଯୁବ କଂଗ୍ରେସର ଉପସଭାପତି ଲିପୁ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଜଗତସିଂହପୁର ବ୍ଲକ କାହିଁକି ସମଗ୍ର ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମକୁ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଭାବେ ପରିଣତ କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ପ୍ରହସନ ଯାହା ଗଣତନ୍ତ୍ରକୁ ହତ୍ୟା ସଦୃଶ । ଜିଲ୍ଲାରେ ସରକାରୀ କର୍ମଚାରୀ ମାନେ ମଧ୍ୟ ଦଳୀୟ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ଏହା ଦ୍ୱାରା କେବଳ ବିଜେଡି ଦଳର ମାର୍କେଟିଂ କାମ ହେଉଛି ।

ଖାଲି ମଧୁସୂଦନପୁର ଶାସନ ପଞ୍ଚାୟତ କାହିଁକି ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅଧୀନ ସଦରବ୍ଲକର 30 ଟି ପଞ୍ଚାୟତ ଓ ନାଉଗାଁ ବ୍ଲକର 16ଟି ପଞ୍ଚାୟତରେ କରାଯାଉଥିବା ଆମ ଓଡ଼ିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେରେ ଦଳୀୟ କାର୍ଯ୍ୟକ୍ରମ ପରିବର୍ତ୍ତନ କରି ଦିଆସାରିଲାଣି । ଏହାକୁ ଜିଲ୍ଲା ଯୁବ କଂଗ୍ରେସ ବିରୋଧ କରି ଆସୁଛି । ମଧୁସୂଦନପୁର ଶାସନ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କ ଯେଉଁଭଳି ଜନଗହଳି ସଭା ମଧ୍ୟରେ ଦଳୀୟ ଉତ୍ତରୀୟ ପକାଇ କାର୍ଯ୍ୟକ୍ରମ କରାଗଲା ତାହା ଅକ୍ଷମଣୀୟ ଅପରାଧ । ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଂଗ୍ରେସ ଦାବି କରିଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details