ଓଡିଶା

odisha

ମହାପ୍ରଭୁଙ୍କ ଆଶିଷ ନେଲେ ଆଶ୍ରିତ, କହିଲେ ପୁରୀର ୬ଟି ସିଟ୍ ଦଖଲ କରିବ ବିଜେପି - Odisha Assembly Polls 2024

By ETV Bharat Odisha Team

Published : Apr 4, 2024, 2:24 PM IST

Odisha Assembly Polls 2024: ପୁରୀ ଜିଲ୍ଲାର ୬ଟି ଯାକ ନିର୍ବାଚନ ମଣ୍ଡଳୀ ଦଖଲ କରିବ ବିଜେପି । ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ଅବସରରେ ଏମିତି ଦୃଢୋକ୍ତି ପ୍ରକାଶ କଲେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆଶ୍ରିତ, କହିଲେ ପୁରୀର ୬ଟି ଯାକ ସିଟ୍ ଦଖଲ କରିବ ବିଜେପି
ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆଶ୍ରିତ, କହିଲେ ପୁରୀର ୬ଟି ଯାକ ସିଟ୍ ଦଖଲ କରିବ ବିଜେପି

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଆଶ୍ରିତ, କହିଲେ ପୁରୀର ୬ଟି ଯାକ ସିଟ୍ ଦଖଲ କରିବ ବିଜେପି

ପୁରୀ:ପାଖେଇ ଆସୁଛି ଲୋକସଭା ଓ ବିଧାନସଭା ନିର୍ବାଚନ । ମୈଦାନ ପ୍ରସ୍ତୁତ, ଯୋଦ୍ଧା ବି ତୟାର । ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର । ତେବେ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି ବିଜେପି ନେତା । ଆଜି (ଗୁରୁବାର) ବିଜେପିର ପିପିଲି ପ୍ରାର୍ଥୀ ତଥା ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଏବଂ ନିମାପଡା ପ୍ରାର୍ଥୀ ପ୍ରଭାତୀ ପରିଡା ଶ୍ରୀକ୍ଷେତ୍ର ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରେ ପୁରୀ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ବିଜେପି ପ୍ରଚଣ୍ଡ ବହୁମତରେ ବିଜୟୀ ହେବ ବୋଲି ଉଭୟ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପୁରୀ ଜିଲ୍ଲା ବିଜେପି ସଭାପତି ତଥା ପିପିଲି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ଓ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଟି କୋଟି ପ୍ରଶଂସକ ଆଶୀର୍ବାଦରେ ଓଡ଼ିଶା ଓ ଦେଶରେ ବିଜେପି ସରକାର ଗଠନ କରିବ । ମୋଦିଙ୍କ ଜନକଲ୍ୟାଣମୂଳକ ଯୋଜନାରେ ସାରା ଦେଶବାସୀ ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶାବାସୀ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଚଣ୍ଡ ଜନମତ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବେ । ଚଳିତ ନିର୍ବାଚନରେ ବିଜେପି ପୁରୀ ଜିଲ୍ଲାର ୬ଟି ନିର୍ବାଚନ ମଣ୍ଡଳୀରେ ବିପୁଳ ବିଜୟ ହାସଲ କରିବ ।

ସେହିପରି ପୂର୍ବ ନିର୍ବାଚନରେ ବିଜେପି ପୁରୀ, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଜିତିଥିବା ବେଳେ ଚଳିତ ନିର୍ବାଚନରେ ଜିଲ୍ଲାର ୬ଟି ଯାକ ନିର୍ବାଚନ ମଣ୍ଡଳୀ ଦଖଲ କରିବୁ ବୋଲି ବିଜେପି ନେତ୍ରୀ ତଥା ନିମାପଡ଼ାର ବିଜେପି ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେପି ବିଧାନସଭା ପ୍ରାର୍ଥୀ ତାଲିକା: ଚାନ୍ଦବାଲିରୁ ମନମୋହନ-ସମ୍ବଲପୁରରୁ ଜୟନାରାୟଣ-ଦିଗପହଣ୍ଡିରୁ ସିଦ୍ଧାନ୍ତ, ୧୭ ବିଧାୟକ ରିପିଟ୍ - BJP CANDIDATES LIST

ଏହା ମଧ୍ୟ ପଢନ୍ତୁ: ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

ପ୍ରକାଶ ଥାଉକି, ରାଜ୍ୟର ୧୧୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ନିମାପଡା ଆସନରେ ପ୍ରଭାତୀ ପରିଡାଙ୍କୁ ଟିକେଟ୍ ମିଳିଛି । ପୁରୀରୁ ଜୟନ୍ତ କୁମାର ଷଡଙ୍ଗୀ, ସତ୍ୟବାଦୀରୁ ଓମ ପ୍ରକାଶ ମିଶ୍ର ଏବଂ ବ୍ରହ୍ମଗିରିରୁ ଉପାସନା ମହାପାତ୍ରଙ୍କ ନାଁ ଘୋଷଣା ହୋଇଥିବା ବେଳେ କାକଟପୁର ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଘୋଷଣା ଅଟକିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details