ଓଡିଶା

odisha

ପାଟକୁରା ବିଜେଡିର କର୍ମୀ ସମ୍ମିଳନୀ, ବିକାଶ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପର୍ଯ୍ୟବେକ୍ଷକଙ୍କ ଗୁରୁମନ୍ତ୍ର - kendrapada politics

By ETV Bharat Odisha Team

Published : Apr 27, 2024, 8:28 AM IST

BJD meeting in Patkura: ପାଟକୁରା କର୍ମୀ ସମ୍ମିଳନୀ କରି କର୍ମୀଙ୍କୁ ନିର୍ବାଚନୀ ଟାକ୍ସ ଦେଲା ବିଜେଡି । ବିକାଶ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଗୁରୁମନ୍ତ୍ର । ଅଧିକ ପଢନ୍ତୁ

ପାଟକୁରା ବିଜେଡିର କର୍ମୀ ସମ୍ମିଳନୀ, ବିକାଶ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପର୍ଯ୍ୟବେକ୍ଷକଙ୍କ ଗୁରୁମନ୍ତ୍ର
ପାଟକୁରା ବିଜେଡିର କର୍ମୀ ସମ୍ମିଳନୀ, ବିକାଶ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପର୍ଯ୍ୟବେକ୍ଷକଙ୍କ ଗୁରୁମନ୍ତ୍ର

ପାଟକୁରା ବିଜେଡିର କର୍ମୀ ସମ୍ମିଳନୀ, ବିକାଶ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପର୍ଯ୍ୟବେକ୍ଷକଙ୍କ ଗୁରୁମନ୍ତ୍ର

କେନ୍ଦ୍ରାପଡା: ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି । ଡହଡ଼ହ ଖରାରେ ପାଟକୁରା ରାଜନୀତି ଆହୁରି ତାତି ବଢ଼ାଇ ଦେଉଛି । ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିର ପାଟକୁରା ପ୍ରାର୍ଥୀ ହୋଇଥିବା ବେଳେ ବିଜୟ ମହାପାତ୍ର କିନ୍ତୁ ଏଯାବତ ବିଜେପି ଛାଡିନାହାନ୍ତି । ଅନ୍ୟପଟେ ଆଜି ପାଟକୁରା ନିର୍ବାଚନ ମଣ୍ଡଳୀର ଡେରାବିଶ ବ୍ଲକ ପଲେଇ ପଞ୍ଚାୟତ ଡଗର ପଡ଼ିଆରେ ଡେରାବିଶ୍ ବ୍ଲକ ବିଜେଡି କର୍ମୀ ସମ୍ମିଳନୀରେ କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ସଭାମଞ୍ଚରେ କର୍ମୀମାନଙ୍କୁ ଉଦବୋଧନ ଦେଉଥିବା ବେଳେ "ବିଜୟ ମହାପାତ୍ର ଏମିତି ଜଣେ ନେତା ଯାହାଙ୍କର ୨୪ ବର୍ଷ କ୍ଷମତାରେ ନରହି ମଧ୍ୟ ଲୋକପ୍ରିୟତା ରହିଛି" ବୋଲି କହିଛନ୍ତି ।

ତେଣେ ପ୍ରଚାର ଜୋରଦାର୍ କରିଛି ବିଜୁ ଜନତା ଦଳ । ଏବେ ବିଭିନ୍ନ ବ୍ଲକସ୍ତରରେ କର୍ମୀ ସମ୍ମିଳନୀ ଆୟୋଜନ କରି ବିଜେଡି ନିଜ ଭୋଟକୁ ଏକାଠି କରିବା କାମ ଆରମ୍ଭ କରିଛି । ଗତକାଲି (ଶୁକ୍ରବାର) ପ୍ରଚାର ଓ କର୍ମୀ ସମ୍ମିଳନୀରେ ଲୋକସଭା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ ବିଧାନସଭା ପ୍ରାର୍ଥୀ ମଧ୍ଯ ଯୋଗ ଦେଇଥିଲେ । ନିର୍ବାଚନ ପାଇଁ ଭିନ୍ନଭିନ୍ନ ରଣନୀତି ଆପଣାଇବାରେ ଲାଗିଛି ପାଟକୁରା ବିଜେଡି l ପ୍ରଥମ ପର୍ଯ୍ୟାୟରେ ଛୋଟ ଛୋଟ ସଭାସମିତି କରି ଭୋଟରଙ୍କ ନିକଟତର ହେବାପାଇଁ ଚେଷ୍ଟା କରିଥିଲା ଦଳ l ଏବେ ବ୍ଲକସ୍ତରରେ କର୍ମୀ ସମ୍ମିଳନୀ କରିବା କାମରେ ଲାଗିଛନ୍ତି ନେତା l ଦଳୀୟକର୍ମୀଙ୍କୁ ଏକାଠି କରି ନିଜ ଭୋଟବ୍ୟାଙ୍କକୁ ସୁନିଶ୍ଚିତ କରୁଛି ଦଳ l

ଏହା ମଧ୍ୟ ପଢନ୍ତୁ:- ଲୋକସଭା ନିର୍ବାଚନ 2024; ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ, EVMରେ ସିଲ୍‌ 1202 ପ୍ରାର୍ଥୀଙ୍କ ଭାଗ୍ୟ - Phase 2 Voting Concludes

ଆଜି ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକର ଚାନ୍ଦୋଳ ଅଞ୍ଚଳରେ ଦଳକର୍ମୀ ସମ୍ମିଳନୀ ଆୟୋଜନ କରିଥିଲା l ଚାନ୍ଦୋଳ ଡଗର ପଡିଆ ଠାରେ ଶତାଧିକ ଦଳୀୟ କର୍ମୀଙ୍କୁ ଏକାଠି କରି ଗୁରୁମନ୍ତ୍ର ଦେଇଥିଲେ ଦଳର ବରିଷ୍ଠ ନେତା l ବିଜେଡି କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ଅଂଶୁମାନ ମହାନ୍ତି ଏବଂ ପାଟକୁରା ବିଧାନସଭା ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଏହି କର୍ମୀ ସମ୍ମିଳନୀରେ ଯୋଗଦେଇ ଭୋଟ ଭିକ୍ଷା କରିଥିଲେ l ତେବେ କର୍ମୀମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଅଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଟିକିନିଖି ସୂଚନା ଦେଇଥିଲେ ବିଜୁ ଜନତା ଦଳର କେନ୍ଦ୍ରାପଡା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା l ଚଳିତ ନିର୍ବାଚନରେ କର୍ମୀଙ୍କ ସହଯୋଗ ଦଳକୁ ଏକ ନୂତନ ବିଜୟ ଅଭିମୁଖେ ନେଇଯିବ ବୋଲି ପ୍ରତାପ ଜେନା କହିଛନ୍ତି l

ଇଟିଭି ଭାରତ, କେନ୍ଦ୍ରାପଡା

ABOUT THE AUTHOR

...view details