ଓଡିଶା

odisha

ଅନୁଷ୍କା@37; ଏହି ଫିଲ୍ଡରେ କ୍ୟାରିଅର କରିବାକୁ ଚାହୁଁଥିଲେ ଅନୁଷ୍କା, ଏମିତି ବଦଳିଗଲା ଭାଗ୍ୟ - Anushka Sharma Birthday

By ETV Bharat Odisha Team

Published : May 1, 2024, 1:15 PM IST

Anushka Sharma Birthday Special: ବଲିଉଡ ଟପ ଅଭିନେତ୍ରୀଙ୍କ ମଧ୍ୟରେ ଅନୁଷ୍କା ଶର୍ମା ଅନ୍ୟତମ । ହେଲେ ଅନୁଷ୍କା ଅଭିନୟରେ ନୁହଁ ସାମ୍ୱାଦିକା ଭାବେ ନିଜ କ୍ୟାରିଅର କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଭାଗ୍ୟ ତାଙ୍କୁ ଆକ୍ଟିଂ ଦୁନିଆ ଆଡୁ ଟାଣିନେଇଥିଲା । ଯାହା ପରେ ସେ ନିଜ ଦମଦାର ଅଭିନୟରେ ଦର୍ଶକଙ୍କ ମନ ଜିତିଥିଲେ । ଆଜି ଅନୁଷ୍କା ଶର୍ମାଙ୍କ ଜନ୍ମଦିନରେ ଜାଣନ୍ତୁ କିଛି ରୋଚକ କଥା,
ଆଜି ମେ ୧, ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ୩୬ତମ ଜନ୍ମଦିନ ପାଳନ କରୁଛନ୍ତି ।
ଆକ୍ଟି କରିବା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଥମ ପସନ୍ଦ ନଥିଲା
ଅନୁଷ୍କା ଜର୍ଣ୍ଣାଲିଷ୍ଟ ଭାବେ ନିଜ କ୍ୟାରିଅର କରିବାକୁ ଚାହୁଁଥିଲେ । ଏହା ସହ ସେ ମଡେଲିଂ ପାଇଁ ମଧ୍ୟ ଆଗ୍ରହୀ ଥିଲେ ।
ଅନୁଷ୍କା ପ୍ରଥମେ ଲାକମି ଫ୍ୟାଶନ ୱିକରେ ମଡେଲ ହେବାର ସୁଯୋଗ ପାଇଥିଲେ । ଏଠାରୁ ତାଙ୍କ ଭାଗ୍ୟ ବଦଳିଗଲା ଏବଂ ପ୍ରଥମ ଫିଲ୍ମ ଅଫର ହୋଇଥିଲା ।
ଅନୁଷ୍କା ଶର୍ମା ବଲିଉଡରେ ଶାହାରୁଖ ଖାନଙ୍କ ସହ 'ରବ ନେ ବନା ଦି ଯୋଡି' ଚଳଚ୍ଚିତ୍ରରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
ଏହି ଫିଲ୍ମ ତାଙ୍କର ଡେବ୍ୟୁ ଫିଲ୍ମ ଥିବା ବେଳେ ବେଶ ସଫଳ ହୋଇଥିଲା । ଏହା ପରେ ସେ ପିକେ, ସୁଲତାନ, ବ୍ୟାଣ୍ଡ ବାଜା ବାରତ ଭଳି ଅନେକ ହିଟ ଫିଲ୍ମ ଦେଇଚାଲିଲେ ।
ଏହା ପରେ ଅନୁଷ୍କା ଶର୍ମା 2017 ମସିହା ଡିସେମ୍ବର 11 ତାରିଖରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଥିଲେ ।
ଏହି ଷ୍ଟାର ଦମ୍ପତିଙ୍କ ଦୁଇଟି ସନ୍ତାନ ଭାମିକା ଏବଂ ଅକାୟ ରହିଛନ୍ତି । ୨୦୨୧ ମସିହାରେ ଝିଅ ଏବଂ ଚଳିତ ବର୍ଷ ପୁଅ ଜନ୍ମ ହୋଇଥିଲେ ।
ବର୍ତ୍ତମାନ ୬ ବର୍ଷ ହେବ ଅନୁଷ୍କା କୌଣସି ଫିଲ୍ମରେ ନଜର ଆସିନଥିବା ବେଳେ ପରିବାର ସହ ବେଶ ଖୁସିରେ ସମୟ ବିତାଉଛନ୍ତି ।

ABOUT THE AUTHOR

...view details