ଓଡିଶା

odisha

'କେବିସି ୧୬' ସହ କମବ୍ୟାକ କରିବେ ବିଗ ବି, ଏହି ଦିନରୁ ଆରମ୍ଭ ରେଜିଷ୍ଟ୍ରେସନ - Kaun Banega Crorepati 16

By ETV Bharat Odisha Team

Published : Apr 16, 2024, 8:42 PM IST

Kaun Banega Crorepati 16: କୌନ ବନେଗା କରୋଡପତିର ନୂଆ ସିଜନ ଆରମ୍ଭ ହେବାକୁ ଯାଉଛି, ଅର୍ଥାତ୍ ଅମିତାଭ ବଚ୍ଚନ ଛୋଟ ପରଦାକୁ ପୁଣି ଫେରୁଛନ୍ତି । ଆଜି କେବିସିର ସିଜନ ୧୬ର ଘୋଷଣା ହୋଇଥିବା ବେଳେ ଶୋ' ପାଇଁ ରେଜିଷ୍ଟ୍ରେସନର ତାରିଖ ମଧ୍ୟ ପ୍ରକାଶ କରାଯାଇଛି ।

'କେବିସି ୧୬' ସହ କମବ୍ୟାକ କରିବାକୁ ପ୍ରସ୍ତୁତ ବିଗ ବି, ଏହି ଦିନରୁ ଆରମ୍ଭ ରେଜିଷ୍ଟ୍ରେସନ
'କେବିସି ୧୬' ସହ କମବ୍ୟାକ କରିବାକୁ ପ୍ରସ୍ତୁତ ବିଗ ବି, ଏହି ଦିନରୁ ଆରମ୍ଭ ରେଜିଷ୍ଟ୍ରେସନ

ହାଇଦ୍ରାବାଦ:ଶିକ୍ଷା ଏବଂ ମନୋରଞ୍ଜନର ମିଶ୍ରଣ ପାଇଁ ରିଅଲିଟି ଶୋ' ମଧ୍ୟରେ କୌନ ବାନେଗା କରୋଡପତି (କେବିସି) ଅନ୍ୟତମ । ଏହାକୁ ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଚନ ହୋଷ୍ଟ କରନ୍ତି । ନିକଟରେ କେବିସି ୧୫ ସରିଥିବା ବେଳେ ସମସ୍ତେ ଏହାର ନୂଆ ସିଜନକୁ ଅପେକ୍ଷା କରି ରହିଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ କେବିସି ୧୬ତମ ସିଜନର ଘୋଷଣା ହୋଇଛି । ଏଥିସହ ଶୋ' ପାଇଁ ରେଜିଷ୍ଟ୍ରେସନ ତାରିଖ ମଧ୍ୟ ପ୍ରକାଶ ପାଇଛି ।

ପ୍ରଡକ୍ସନ୍ ହାଉସ୍ ସୋନି ଟିଭି ଏହାର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଗତ ସିଜନରୁ ଅମିତାଭ ବଚ୍ଚନଙ୍କ ଏକ ଭିଡିଓ ସେୟାର କରିଛି । ଭିଡିଓରେ ବିଗ ବି ଶେଷ ପର୍ଯ୍ୟାୟରେ ଭାବବିହ୍ୱଳ ହୋଇ ଦର୍ଶକଙ୍କୁ ବିଦାୟ ଦେଉଥିବାର ନଜର ଆସିଛନ୍ତି । ତେବେ ବର୍ତ୍ତମାନ ପବ୍ଲିକ ଡିମାଣ୍ଡରେ ନିର୍ମାତା 'କେବିସି ୧୬' ସହ ଫେରୁଛନ୍ତି । ସେ ଏହି ଭିଡିଓ ସେୟାର କରି କ୍ୟାପସନରେ ସୋନି ଟିଭି ଲେଖିଛନ୍ତି, ଏମିତି ଭଲପାଇବା ମିଳିଲା ଯେ ଆମେ ପୁଣି ଥରେ ଫେରୁଛୁ, କୌନ ବାନେଗା କରୋଡପତି ୧୬ ରେଜିଷ୍ଟ୍ରେସନ ଆରମ୍ଭ। ଆସନ୍ତା ୨୬ ଏପ୍ରିଲରୁ କେବିସି ସିଜନ ୧୬ ପାଇଁ ପଞ୍ଜୀକରଣ ରାତି ୯ ଟାରୁ ଆରମ୍ଭ ହେବ ।

ଏହା ମଧ୍ୟ ପଢନ୍ତୁ:ଶେଷ ହେଲା କେବିସି ୧୫, ଭାବବିହ୍ବଳ ହେଲେ ବିଗ୍ ବି

କହିରଖୁଛୁ କି, କେବିସି ପ୍ରିମିୟର ୩ ଜୁଲାଇ ୨୦୦୦ ମସିହାରେ ହୋଇଥିଲା । କେବଳ ଗୋଟିଏ ଏପିସୋଡ ଛାଡି ସମସ୍ତ ଏପିସୋଡ ହୋଷ୍ଟ କରିଛନ୍ତି ଅମିତାଭ ବଚ୍ଚନ । ଏହି ଶୋ' କୁଇଜ ଶୋ' ଭାବେ ବେଶ ଲୋକପ୍ରିୟତା ହାସଲ କରିବା ସହ ଘରେ ଘରେ ପରିଚିତ । ତେବେ ଆଗାମୀ ଏପିସୋଡ କେବେ ଆସିବ ସେନେଇ କୌଣସି ସୂଚନା ମିଳିପାରିନାହିଁ । ବିଗ ବିଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ନିକଟରେ ଅମିତାଭ ବଚ୍ଚନଙ୍କୁ ଟାଇଗର ଶ୍ରଫଙ୍କ ଚଳଚ୍ଚିତ୍ର ଗଣପଥରେ ଦେଖିବାକୁ ମିଳିଥିଲା । ତେବେ ତାଙ୍କ ଫିଲ୍ମ ବକ୍ସ ଅଫିସରେ ଫ୍ଲପ୍ ପ୍ରମାଣିତ ହୋଇଥିଲା । ବର୍ତ୍ତମାନ ବିଗ୍ ବିଙ୍କ ଆଗାମୀ ପ୍ରୋଜେକ୍ଟ ପ୍ରଭାସଙ୍କ ସହ 'କଲ୍କି 2898 AD' । ଏହି ଫିଲ୍ମ ଆସନ୍ତା ମେ' ମାସରେ ରିଲିଜ ହେବ । ଏଥିସହ ରଜନୀକାନ୍ତଙ୍କ ସହ 'ଥଲାଇୱର୍ 170' ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ:ପ୍ରଭାସଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର, ଆସିଲା କଲ୍କି 2898 ADର ରିଲିଜ ତାରିଖ

ABOUT THE AUTHOR

...view details