ETV Bharat / entertainment

ପ୍ରଭାସଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର, ଆସିଲା କଲ୍କି 2898 ADର ରିଲିଜ ତାରିଖ - Kalki 2898 AD release update

author img

By ETV Bharat Odisha Team

Published : Apr 11, 2024, 8:29 AM IST

Kalki 2898 AD: ପ୍ରଭାସଙ୍କ ଆଗାମୀ ଫିଲ୍ମ 'କଲ୍କି 2898 ଏଡ଼ି’ର ରିଲିଡ ଡେଟରେ ପରିବର୍ତ୍ତନ ନେଇ ଚର୍ଚ୍ଚା । ଜାଣନ୍ତୁ କେବେ ହେବ ଫିଲ୍ମ ରିଲିଜ । ଅଧିକ ପଢ଼ନ୍ତୁ

କଲ୍କି 2898 AD ରିଲିଜ୍ ଅପଡେଟ୍
କଲ୍କି 2898 AD ରିଲିଜ୍ ଅପଡେଟ୍

ମୁମ୍ବାଇ: ବଡ଼ ପରଦାକୁ ଆସିବାକୁ ଯାଉଛି ପ୍ରଭାସଙ୍କ ଆଗାମୀ ଫିଲ୍ମ 'କଲ୍କି 2898 ଏଡ଼ି'। ପୂର୍ବରୁ ଏହି ଫିଲ୍ମ ମେ 9, 2024ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଯୋଜନା ଥିଲା । ହେଲେ ନିର୍ମାତାମାନେ ରିଲିଜ୍ ତାରିଖକୁ ପରିବର୍ତ୍ତନ କରି 20 ଜୁନ୍ 2024 କରିବାକୁ ଯୋଜନା କରିବା ପାଇଁ ଯୋଜନା କରିଥିବା ସୂଚନା ମିଳିଛି । ତେବେ ପୂର୍ବରୁ ନିର୍ବାଚନ କାରଣରୁ ଫିଲ୍ମ ରିଲିଜକୁ ସ୍ଥଗିତ କରାଯିବ ବୋଲି ଗୁଜବ ପ୍ରଚାରିତ ହୋଇଥିବା ବେଳେ ଫିଲ୍ମର ରିଲିଜ ଡେଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି ।

'କଲ୍କି 2898 ଏଡ଼ି' ପୂର୍ବ 30 ମଇ 2024ରେ ମୁକ୍ତିଲାଭ କରିବାର ଯୋଜନା ଥିଲା । ବର୍ତ୍ତମାନ, ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ, ଏହି କାଳ୍ପନିକ ଥ୍ରୀଲର ଫିଲ୍ମକୁ ରିଲିଜ୍ କରିବା ପାଇଁ ନିର୍ମାତାମାନେ ଜୁନ୍ 20 ତାରିଖ ଉପରେ ନଜର ରଖିଥିବା ଜଣାପଡ଼ିଛି । ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ ପାନ୍-ଇଣ୍ଡିଆନ୍ ପ୍ରୋଜେକ୍ଟରେ ପ୍ରଭାସଙ୍କ ଅପୋଜିଟରେ ଦୀପିକା ପାଦୁକୋନ ନଜର ଆସିବେ । ବୈଜୟନ୍ତୀ ଫିଲ୍ମସ୍ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ବିଗ ବିଙ୍କ ପ୍ରଥମ ଲୁକକୁ ତାଙ୍କ ଜନ୍ମଦିନରେ ରିଲିଜ କରିଥିଲେ । ସେପଟେ ଫିଲ୍ମର ମୁଖ୍ୟ ଅଭିନେତା ପ୍ରଭାସ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ବିଗ ଗିଙ୍କ ଲୁକର ପୋଷ୍ଟର ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ପୋଷ୍ଟରରେ ଅମିତାଭଙ୍କୁ କପଡାରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ପ୍ରଶଂସକମାନେ ବିଗ୍ ବିଙ୍କ ଏହି ଲୁକକୁ ବେଶ ପସନ୍ଦ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ... ଜନ୍ମଦିନରେ ବିଗ ବିଙ୍କ ଫ୍ୟାନ୍ସଙ୍କୁ ଭେଟି, 'କଲ୍କି ୨୮୯୮AD' ଫିଲ୍ମରୁ ପ୍ରଥମ ଲୁକ୍ ଆଉଟ୍

ଅନ୍ୟପଟେ କେତେକ ୟୁଜର୍ସ ଏହାକୁ ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'ର ସମାନ ଲୁକ ସହ ତୁଳନା କରିଥିଲେ । ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ-ଫାଇ ଫିଲ୍ମରେ ଅନେକ ବଡ ବଡ ତାରକା ମଧ୍ୟ ନଜର ଆସିବେ। ଅମିତାଭ ବଚ୍ଚନଙ୍କ ବ୍ୟତୀତ ସାଉଥ ଅଭିନେତା ପ୍ରଭାସ, କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିଶା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ ପ୍ରାୟ 500 କୋଟିରୁ ଅଧିକ ବୋଲି କୁହାଯାଉଛି । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରଟି ଭାରତରେ ଏବଂ ସାରା ବିଶ୍ୱରେ ତେଲୁଗୁ, ହିନ୍ଦୀ, ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଇଂରାଜୀ ଭାଷାରେ ରିଲିଜ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.