ଓଡିଶା

odisha

କନେଷ୍ଟବଳ ଚାକିରି ଚାହୁଁଛନ୍ତି ସନି ଲିଓନି ! ଆଡମିଟ୍ କାର୍ଡ ଫଟୋ ଭାଇରାଲ

By ETV Bharat Odisha Team

Published : Feb 18, 2024, 2:15 PM IST

Sunny Leone Admit Card: ଭାଇରାଲ ହେଉଛି ଆଇଟମ ଗାର୍ଲ ସନି ଲିଓନିଙ୍କ ନାଁରେ ଆସିଥିବା ଆଡମିଟ୍ କାର୍ଡ । ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଧିକ ପଢନ୍ତୁ

Sunny Leone Admit Card
Sunny Leone Admit Card

ଲକ୍ଷ୍ନୌ: ଭାଇରାଲ ହେଉଛି ଆଇଟମ ଗାର୍ଲ ସନି ଲିଓନିଙ୍କ ନାଁରେ ଆସିଥିବା ଆଡମିଟ୍ କାର୍ଡ । ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ପରୀକ୍ଷା ପାଇଁ ବାହାରିଥିଲା ଆଡମିଟ୍ କାର୍ଡ । ଯେଉଁଥିରେ ଅଭିନେତ୍ରୀ ସନି ଲିଓନିଙ୍କ ଫଟୋ, ନାମ ସହ ଠିକଣା ଲେଖାଥିବା ଦେଖିବାକୁ ମିଳିଥିଲା । ଏହି ଆଡମିଟ୍ କାର୍ଡରେ ଦିଆଯାଇଥିବା ସୂଚନା ଅନୁସାରେ ଗତ 17ରେ ପରୀକ୍ଷା ତାରିଖ ରହିଥିଲା । ତେବେ ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ପରୀକ୍ଷା ପାଇଁ ଏହି ଫର୍ମ ପୂରଣ କରାଯାଇଥିବା ଜଣାପଡ଼ିଛି ।

Sunny Leone Admit Card

ସନି ଲିଓନିଙ୍କ ନାଁରେ ଆସିଥିବା ଆଡମିଟ୍ କାର୍ଡ ଅନୁସାରେ, ପରୀକ୍ଷା ସେଣ୍ଟର କନୌଜ ସ୍ଥିତ ଏକ ମହିଳା କଲେଜରେ ରହିଥିଲା । ଏହି ଆଡମିଟ୍ କାର୍ଡ ଦେଖିବା ପରେ ପୋଲିସ ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ପୋଲିସ କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ଆସିଥିବା ଏହି ଆଡମିଟ୍ କାର୍ଡ୍ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଫର୍ମରେ ସନି ଲିଓନିଙ୍କ ଫଟୋ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଏକ ନାଲି ରଙ୍ଗର ୱେଷ୍ଟର୍ଣ୍ଣ ପୋଷାକ ପିନ୍ଧିଛନ୍ତି । ଆଡମିଟ୍ କାର୍ଡର ପିନ କୋଡ୍ 210423 ରହିଥିଲା । ବାପାଙ୍କ ନାଁ ଜର୍ଜି(JORGI) ବୋଲି ଲେଖା ଯାଇଥିବାବେଳେ ମାଆଙ୍କ ନାଁ ଡାର୍ମି (DARMI) ଲେଖା ଯାଇଥିଲା । ଖାଲି ସେତିକି ନୁହେଁ, ଏକ ନିର୍ଦ୍ଦିଷ୍ଟ ଆଧାର ନମ୍ବର ମଧ୍ୟ ଫର୍ମରେ ଲେଖାଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

ଏହା ମଧ୍ୟ ପଢନ୍ତୁ...କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା, ପ୍ରମାଣପତ୍ର ଯାଞ୍ଚ ପରେ ହଟିବେ ଅଯୋଗ୍ୟ କହିଲେ ଓସେପା ନିର୍ଦ୍ଦେଶକ
ଏହା ମଧ୍ୟ ପଢନ୍ତୁ...ମାହାଲମାଣ୍ଡା ସୃଷ୍ଟି କରିବାରେ ଧର୍ମେନ୍ଦ୍ରଙ୍କ ବଡ ଭୂମିକା: ପ୍ରଣବ

ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଥିରେ ଲିଙ୍ଗ ବିଷୟରେ ପୁରୁଷ(Male)ବୋଲି ଉଲ୍ଲେଖ ରହିଛି । ଏହି ଆଡମିଟ କାର୍ଡରେ ପରୀକ୍ଷା କେନ୍ଦ୍ର ଠିକଣା ସୋନ ଶ୍ରୀ ସ୍ମାରକ ବାଳିକା ମହାବିଦ୍ୟାଳୟ ରହିଛି । ଏହି କାର୍ଡକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ, ଉତ୍ତରପ୍ରଦେଶ କନଷ୍ଟେବଳ ଭର୍ତ୍ତି ପାଇଁ 2 ହଜାର 385ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବହୁ ସଂଖ୍ୟାରେ ଆଶାୟୀମାନେ ଏନେଇ ଆବେଦନ କରିଥିଲେ । ଦେଖିବାକୁ ଗଲେ, ଏହି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ମଧ୍ୟ ବିଶ୍ବବିଦ୍ୟାଳୟର ଏକ ପରୀକ୍ଷାରେ ସନି ଲିଓନିଙ୍କ ନାଁରେ ଆସିଥିଲା ଆଡମିଟ୍ କାର୍ଡ । ଯାହା ସେହି ସମୟରେ ବେଶ ଭାଇରାଲ ମଧ୍ୟ ହୋଇଥିଲା । ଏନେଇ ସନି ଲିଓନି ସ୍ପଷ୍ଟ କରିଥିଲେ ଯେ, କୌଣସି ପରୀକ୍ଷା ପାଇଁ ଆବେଦନ କରିନାହାନ୍ତି ।

ABOUT THE AUTHOR

...view details