ETV Bharat / state

ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି, ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

author img

By ETV Bharat Odisha Team

Published : Jan 18, 2024, 10:48 PM IST

Fake Admit Card Issue: ସାମ୍ନାକୁ ଆସିଲା କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା । ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'। ଓସେପା ଅଫିସ ସାମ୍ନାରେ ଶହ ଶହ ପରୀକ୍ଷାର୍ଥୀ ଧାରଣା ଦେଇଛନ୍ତି। ବିଭାଗ ପକ୍ଷରୁ କ'ଣ ସ୍ପଷ୍ଟୀକରଣ ଦିଆଯାଇଛି ଜାଣନ୍ତୁ ।

Fake Admit Card Issue
ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'
ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

ଭୁବନେଶ୍ବର: ସାମ୍ନାକୁ ଆସିଲା କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା । ଆଡମିଟ୍ କାର୍ଡରେ ସାଙ୍ଘାତିକ ତ୍ରୁଟି ।ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'। RTI ଆବେଦନ ପାଇଁ ଓସେପା ଅଫିସ ସାମ୍ନାରେ ଶହ ଶହ ପରୀକ୍ଷାର୍ଥୀ ଧାରଣା ଦେଇଥିବା ଦେଖିବାକୁ ମିଳିଛି । କନିଷ୍ଠ ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଦିଆଯାଇଥିବା ଆଡ଼ମିଟ କାର୍ଡରେ ପରୀକ୍ଷା ଦେଇଛି ମାହାଲମାଣ୍ଡା । ଯେ କେହି ଡମି କ୍ୟାଣ୍ଡିଡେଟ ନିଯୁକ୍ତି ପାଇଁ ଆବେଦନ କରିଥିବାବେଳେ କୌଣସି ନିରୀକ୍ଷଣ ବିନା ଆଡମିଟ୍ କାର୍ଡ ଆସିଛି । ମାର୍କ ଆଧାରରେ ଚାକିରି ମିଳିନାହିଁ । ତେଣୁ ଅସଲ ପରୀକ୍ଷାର୍ଥୀ RTI ଦାଖଲ କରି ସତ ଜାଣିବାକୁ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ସମସ୍ତ ଅଯୋଗ୍ୟଙ୍କୁ ପ୍ରାର୍ଥୀ ତାଲିକାରୁ ହଟାଇ ଦିଆଯିବ କହି ସ୍ପଷ୍ଟୀକରଣ ରଖିଛି ବିଭାଗ ।

Fake Admit Card Issue
ପରୀକ୍ଷାର୍ଥୀଙ୍କ ନାଁ 'ମାହାଲମାଣ୍ଡା'

ତେବେ ଆଡମିଟ କାର୍ଡରେ ପ୍ରାର୍ଥୀଙ୍କ ନାଁ 'ମାହାଲମାଣ୍ଡା' ରହିଥିବାବେଳେ ବାପା ନାଁ ରହିଥିଲା ମାହାଲମାଣ୍ଡା ପ୍ରୋ। ଯେଉଁଥିପାଇଁ ବହୁ ସଂଖ୍ୟାରେ ଅଶାୟୀମାନେ ଓସେପା କାର୍ଯ୍ୟାଳୟ ସମେତ ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ 20 ହଜାର ପଦବୀ ପାଇଁ ସେପ୍ଟେମ୍ବର ମାସରେ ଆବେଦନ କରିଥିଲେ ପାଖାପାଖି 93 ହଜାର ଆଶାୟୀ । ନଭେମ୍ବର 3 ରୁ 17 ତାରିଖ ପର୍ଯ୍ୟନ୍ତ ଚାଲିଲା ପରୀକ୍ଷା । ଆଉ ଏବେ ମାତ୍ର 18 ହଜାର ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେଣୁ ସମସ୍ତ ପଦବୀ କିଭଳି ପୂରଣ ହେବ ସେନେଇ ପ୍ରଶ୍ନ ଉଠାଇଛନ୍ତି ଆଶାୟୀ ପ୍ରାର୍ଥୀ । ଅନ୍ୟପକ୍ଷରେ ଏହି ପରୀକ୍ଷାରେ କାହାର କେତେ ମାର୍କ ରହିଛି ତାହା ଜଣାଯାଇନାହିଁ । ଗୋଟିଏ ପ୍ରାର୍ଥୀ ଦୁଇ ଦୁଇଟି ନିଯୁକ୍ତି ପାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆଶାୟୀ ।

ଆଗକୁ 20- 21 ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ ଥିବାବେଳେ କେଉଁ ଆଧାରରେ ଏହି ନିଯୁକ୍ତି ଦିଆଯାଇଛି ତାହା ନଜଣାଇବା ପର୍ଯ୍ୟନ୍ତ ଏହି ନିଯୁକ୍ତି ନଦେବାକୁ ଏବେ ହାଇକୋର୍ଟ ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛନ୍ତି ଆଶାୟୀ ପ୍ରାର୍ଥୀ । ଅନ୍ୟପକ୍ଷରେ ଏକ 5 ଜଣିଆ ଡେଲିଗେସନ ଟିମ୍ ଓସେପା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିବାବେଳେ କୌଣସି ସୁଫଳ ମିଳିନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଓସେପା ଅଫିସରୁ ଲମ୍ବା ଲାଇନ କରି ଯିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପଟେ ଡିସିପି ପ୍ରତୀକ ସିଂ ଆସି ପ୍ରାର୍ଥୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ରଖି କୁହାଯାଇଛି ଯେ, ସମସ୍ତ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍ ଯାଞ୍ଚ କରାଯିବ ଏବଂ ସମସ୍ତ ଅଯୋଗ୍ୟଙ୍କୁ ପ୍ରାର୍ଥୀ ତାଲିକାରୁ ହଟାଇ ଦିଆଯିବ।

ଏହା ମଧ୍ୟ ପଢନ୍ତୁ...ଯୁକ୍ତ ଦୁଇ ପରୀକ୍ଷା ପ୍ରଶ୍ନପତ୍ର ଢାଞ୍ଚା ଓ ମାର୍କକୁ ନେଇ ସ୍ପଷ୍ଟୀକରଣ ଦେଲା ସିଏଚଏସଇ

ଆବେଦନକାରୀଙ୍କ ଦ୍ଵାରା ଦାଖଲ ହୋଇଥିବା ସୂଚନା ଆଧାରରେ ଆଡମିଟ୍ କାର୍ଡ ସ୍ୱୟଂଚାଳିତ ଭାବରେ ସୃଷ୍ଟି ହୋଇଥାଏ। ଫଟୋ ଯାଞ୍ଚ ସହ ବାୟୋ ମେଟ୍ରିକ୍ ଉପସ୍ଥାନ ନେବା ପରେ ଦିଆଯାଇଥିବା ଆଡମିଟ୍ କାର୍ଡ ଆଧାରରେ ପରୀକ୍ଷା କରାଯାଇଥିଲା। ତେଣୁ ଦିଆଯାଇଥିବା ଆଡମିଟ୍ କାର୍ଡ ଏକ ପ୍ରାମାଣିକ ଦଲିଲ ନୁହେଁ। କିମ୍ବା ଏହା ପରୀକ୍ଷା ହଲରେ ପ୍ରବେଶ କରିବାର ନିଶ୍ଚିତତା ନୁହେଁ । ଯେଉଁମାନେ ପ୍ରକୃତରେ ପରୀକ୍ଷା ଲେଖିଥିଲେ OSEPA ସମସ୍ତ ପ୍ରାର୍ଥୀଙ୍କ ବାୟୋ ମେଟ୍ରିକ୍ ଉପସ୍ଥାନ ଯାଞ୍ଚ କରିଛି । ବିଭିନ୍ନ ବର୍ଗରେ ୨୦ ହଜାର ପୋଷ୍ଟର ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ କେବଳ 18 ହଜାର 788 ଡ୍ରାଫ୍ଟ ମେରିଟ୍ ତାଲିକାରେ ଥିଲା । ବିଭିନ୍ନ ବର୍ଗରେ ପ୍ରାର୍ଥୀଙ୍କ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଡ୍ରାଫ୍ଟ ମେରିଟ୍ ତାଲିକା ପ୍ରକାଶିତ ହୋଇଛି । OSEPA କେବଳ ଡ୍ରାଫ୍ଟ ମେରିଟ୍ ତାଲିକା ପ୍ରକାଶ କରିଛି। ଏହା ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ଅନଲାଇନ ପ୍ରକ୍ରିୟା ରହିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.