ଓଡିଶା

odisha

'ମୁଁ କଂଗ୍ରେସର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦେବି ନାହିଁ’, କାହିଁକି ଏମିତି କହିଲେ ମୋଦି - PM Modi Karnataka Rally

By ETV Bharat Odisha Team

Published : Apr 29, 2024, 4:01 PM IST

PM MODI KARNATAKA RALLY: କର୍ଣ୍ଣାଟକର ଜନସଭାରେ କଂଗ୍ରେସକୁ ପୁଣି ମୋଦିଙ୍କ ଟାର୍ଗେଟ । କହିଲେ 'ମୁଁ କଂଗ୍ରେସର ଉଦ୍ଦେଶ୍ୟକୁ ପୂରଣ କରିବାକୁ ଦେବି ନାହିଁ' । ଅଧିକ ପଢନ୍ତୁ

PM MODI KARNATAKA RALLY
PM MODI KARNATAKA RALLY

ବେଙ୍ଗାଲୁରୁ: ନିର୍ବାଚନୀ ରାଲିରେ ଲଗାତାର ଭାବେ କଂଗ୍ରେସ ଉପରେ ବର୍ଷୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ସୋମବାର) କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି କଂଗ୍ରେସର ସଂରକ୍ଷଣ ବ୍ୟବସ୍ଥା ଉପରେ ବର୍ଷିଛନ୍ତି । ଏନେଇ ମୋଦି କହିଛନ୍ତି ଯେ କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ଲାଗି ଦେଶରେ ଧର୍ମ ଆଧାରିତ ସଂରକ୍ଷଣର ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛି । କିନ୍ତୁ ମୁଁ କଂଗ୍ରେସର ଏହି ଉଦ୍ଦେଶ୍ୟକୁ କେବେ ବି ପୂରଣ ହେବାକୁ ଦେବି ନାହିଁ ।

କଣ କହିଲେ ମୋଦି:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "କଂଗ୍ରେସର ଏହି ପ୍ରସ୍ତାବ ସଂଖ୍ୟାଲଘୁଙ୍କ ହିତରେ ଅଛି । କାରଣ ଏବେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଓବିସି ବର୍ଗ ବିଜେପି ସହିତ ଅଛନ୍ତି । କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ଲାଗି ଦେଶରେ ଧର୍ମ ଆଧାରିତ ସଂରକ୍ଷଣର ବ୍ୟବସ୍ଥା ଆଣିବାକୁ ଯୋଜନା କରୁଛି । କିନ୍ତୁ ମୁଁ କଂଗ୍ରେସର ଏହି ଉଦ୍ଦେଶ୍ୟକୁ କେବେ ବି ପୂରଣ ହେବାକୁ ଦେବି ନାହିଁ ।"

'ଜନତାଙ୍କ ଅଧିକାର ଛଡାଇବାକୁ ଚାହୁଁଛି କଂଗ୍ରେସ':-ମୋଦି ଆହୁରି କହିଛନ୍ତି, "କଂଗ୍ରେସ ପୂର୍ବରୁ ମଧ୍ୟ ଧର୍ମ ଆଧାରିତ ସଂରକ୍ଷଣ ପ୍ରଦାନ କରିବା ନେଇ ଏକ ଆଇନ ଲାଗୁ କରିବା ସମ୍ପର୍କରେ କହିଥିଲା । ଚଳିତ ନିର୍ବାଚନରେ ମଧ୍ୟ ଦଳ ନିଜ ନ୍ୟାୟ ପତ୍ରରେ ଏଭଳି ସଙ୍କେତ ଦେଇଛି । ମୁଁ ମୋର ଦଳିତ ଓ ପଛୁଆ ବର୍ଗ ଭାଇ ଭଉଣୀଙ୍କୁ କଂଗ୍ରେସର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିବାକୁ ଚାହୁଁଛି । କିଛି ଲୋକ ଧର୍ମ ଆଧାରରେ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ କରିବା ଲାଗି ବାବା ସାହେବ ଆମ୍ବେଦକରଙ୍କ ଦ୍ବାରା ସ୍ଥିର କରାଯାଇଥିବା ଆପଣଙ୍କ ଅଧିକାରକୁ ଛଡ଼ାଇବାକୁ ଯୋଜନା କରୁଛି ।"

ଏହା ବି ପଢନ୍ତୁ- ମହିଳାଙ୍କ ମଙ୍ଗଳସୂତ୍ର ଉପରେ କଂଗ୍ରେସ-ଇଣ୍ଡିଆ ମେଣ୍ଟର ଆଖି: ପ୍ରଧାନମନ୍ତ୍ରୀ ମୋଦି

"ସଂସଦରେ ଅଧିକାଂଶ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ସାଂସଦ ବିଜେପିରୁ ଅଛନ୍ତି । ଏଥିଲାଗି କଂଗ୍ରେସ ଭାବୁଛି ଯେ ଏସସି, ଏସଟି ଏବଂ ଓବିସି ଏବେ ବିଜେପି ସହିତ ଅଛନ୍ତି । ଏବେ କଂଗ୍ରେସ ସଂଖ୍ୟାଲଘୁଙ୍କ ବିଶ୍ବାସଭାଜନ ହେବା ଲାଗି ଏସସି, ଏସଟି ଏବଂ ଓବିସି ଲୁଟିବା ପାଇଁ ଯୋଜନା କରୁଛନ୍ତି । ଏଥିଲାଗି ଆଜି ମୁଁ ଦଳିତ, ଆଦିବାସୀ ଏବଂ ଓବିସି ଭାଇ ଭଉଣୀଙ୍କୁ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ ଆପଣମାନଙ୍କ ଅଧିକାରକୁ ବଞ୍ଚାଇବା ଲାଗି ମୋଦି କିଛି ବି କରିପାରିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details